ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସୁକୁମାର ରଂଜନ ପ୍ରଧାନ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଏଲଡିଏମ୍ ସଂଯୋଜକ 

ମୟୂରଭଞ୍ଜ – : ୨୪/୩ (ମସିହା) ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଏସି ,ଏସପଟି,,ମାଇନୋରିଟି ଏବଂ ଓବିସି ବର୍ଗଙ୍କୁ ତ୍ବରାନ୍ବିତ କରିବାକୁ ଏଲଡିଏମ୍ ଜିଲ୍ଲା ସଂଯୋଜକ ଭାବେ ସୁକୁମାର ରଂଜନ ପ୍ରଧାନଙ୍କୁ ଦାୟିତ୍ଵ ଦିଆଯାଇଛି ।ଏଥିସହ ସଂଗଠନର ସୁପରିଚାଳନା ନିମନ୍ତେ ଶ୍ରୀ ପ୍ରଧାନଙ୍କୁ ଅତିରିକ୍ତ ଭାବେ ରାଜ୍ୟ ମିଡ଼ିଆ ସଂଯୋଜକ (ଏଲଡିଏମ୍ ) ଦାୟିତ୍ଵ ପ୍ରଦାନ କରାଯାଇଛି । ଜାତୀୟ କଂଗ୍ରେସକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଜ୍ୟ ଏଡିଏମ୍ ବିଭାଗର ସଂଯୋଜକଙ୍କ ନାମ ଘୋଷଣା ପାଇଁ ଅନୁମୋଦନ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଏସି,ଏସଟି,ମାଇନୋରିଟି ସଂଯୋଜକ କେ ରାଜୁ, ଏବଂ ଓବିସି ରାଷ୍ଟ୍ରୀୟ ଅଧ୍ୟକ୍ଷ କ୍ୟାପଟେନ ଅଜୟ ସିଂ ଯାଦବଙ୍କ ଅନୁମୋଦନ ଓ ଓଡ଼ିଶା ଏଲଡିଏମ୍ ପ୍ରଭାରୀ ରାଷ୍ଟ୍ରୀୟ ସଂପାଦକ ତଥା ବିହାର ଓବିସି ପ୍ରଭାରୀ ରାଜକିଶୋର ବାରିକଙ୍କ ସହଯୋଗରେ ରାଜ୍ୟର ନୂତନ ଏଲଡିଏମ ସଂଯୋଜକଙ୍କ ନାମ ଘୋଷଣା କରାଯାଇଥିବାର ଜଣାପଡ଼ିଛି । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଏଲଡିଏମ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ତଥା ମାଇନୋରିଟି ବର୍ଗ ନେତାଙ୍କୁ ସକ୍ରିୟ ଓ ବଳିଷ୍ଠ ନେତୃତ୍ବ ପ୍ରଦାନ ସହିତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଏପରି ନିଯୁକ୍ତି ଦିଆଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସନ୍ଦିକୁଲିହାରି ଠାରେ ବିଜୁ ଜନତା ଦଳର ସଂକଳ୍ପ ସମାବେଶ

masiha

ଦିଲ୍ଲିପ ରାୟ ଙ୍କ ପାଇଁ ପ୍ରଚାର

masiha

ବଡଓଲମାରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

masiha

Leave a Comment

error: Content is protected !!