ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ପ୍ରସ୍ତୁତି କର୍ମଶାଳା ଉଦଯାପିତ 

ରୁପ୍ରା, ୨୫/୩ (ମନିସ ) : ନର୍ଲାବ୍ଲକ୍ ନର୍ଲା ଗୋଷ୍ଠୀ ଶିକ୍ଷାକେନ୍ଦ୍ର ଶ୍ରୀପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ସିନାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଆମ ସଂସ୍କୃତି ଆମ ଖେଳଣା ପ୍ରସ୍ତୁତି କର୍ମଶାଳା ଉଦଯାପିତ ହୋଇଯାଇଛି। ଏହି କର୍ମଶାଳା ଶ୍ରୀପୁର ସିଆରସିସି ରଘୁପତି ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସିନାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୂଜ କୁମାର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଏବିଇଓ ନର୍ଲା ସୂର୍ଯ୍ୟ ନାରାୟଣ ବାଗ ଯୋଗଦାନ କରିଥିଲେ। ଚାରି ଜଣ ସାଧନ କର୍ମି ବିଭିନ୍ନ ଉପକରଣ ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟକର୍ଲା ୟୁଜିଏଚ୍ଏସ୍ ର ଶିକ୍ଷକ ହରପ୍ରସାଦ ସାହୁଙ୍କ ସମେତ କ୍ଲଷ୍ଟର୍ ଅଧିନ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଶେଷରେ ଶ୍ରୀପୁର ସିଆରସିସି ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଆଦର୍ଶ ବିଦ୍ୟାଳୟ କୁ ଯାଉଥିବା ବସ ଦୁର୍ଘଟଣା ଘଟି 7 ଛାତ୍ରୀ ଛାତ୍ର ଆହତ 3 ଗୁରୁତର ,ଡ୍ରାଇଭର ଅଟକ

Sunil Chandra Nayak

ଧର୍ମଗଡ଼ ଅଞ୍ଚଳର ଲୋକପ୍ରିୟ ଲେବ ଟେକନିସିଆନ ତିରୁପତି ମୁଣ୍ଡ ଙ୍କ କାର୍ଯ୍ୟରତ ଅବସ୍ଥାରେ ହୃଦଘାତ ରେ ପରଲୋକ

Sunil Chandra Nayak

ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ଅନୁଷ୍ଠିତ

masiha

Leave a Comment

error: Content is protected !!