ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରି ଗ୍ରାମ ପଂଚାୟତ ରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ 

ଟେମରୀ -:   ଗୋଲାମୁଣ୍ଡା ଜୋନ 2 ର ଟେମରି ଗ୍ରାମ ପଞ୍ଚାୟତ 6ଜଣ ସରପଞ୍ଚ ପ୍ରାର୍ଥୀନୀ ପ୍ରତିଦ୍ବନ୍ଦୀତା କରୁଥିଲେ l ନିର୍ବାଚନ ଫଳାଫଳ ତଥ୍ୟ ଅନୁସାରେ ନିଶୁଣି ଚିହ୍ନରେ ଶ୍ରୀ ମତି ଲକ୍ଷ୍ମୀ ସା 510ଭୋଟ ପାଇ ବିଜୟ ହାସଲ କରିଥିବାବେଳେ ପ୍ରତିଦ୍ବନ୍ଦୀ ଭାବେ ଲଙ୍ଗଳ ଚିହ୍ନରେ ଶ୍ରୀ ମତି ସେବତୀ ପଧାନ 466, ମାଛ ଚିହ୍ନରେ ଶ୍ରୀ ମତି ଯଶୋଦା ସା 392, ସୂର୍ଯ୍ୟ ଚିହ୍ନରେ ଶ୍ରୀମତୀ ଯାଜ୍ଞସେନୀ ବାଗ 357, ଛତା ଚିହ୍ନରେ ଶ୍ରୀମତୀ ରୀନା ପଟେଲ 259, ଖୋଲାବହି ଚିହ୍ନରେ ଶ୍ରୀମତୀ ବିମଳା ସା 242 ଭୋଟ ପାଇଥିବା ଜଣାଯାଏ l ସମିତି ସଭ୍ୟ ପ୍ରାର୍ଥୀ ମଧ୍ୟ ସେହିପରି କୁମ୍ଭାରୀ ଗ୍ରାମର ଦୁଇ ଜଣ ପ୍ରାର୍ଥୀନି ତାଲା ଚିହ୍ନରେ ଶ୍ରୀ ମତି ରିତା ସା ଓ ବସ ଗାଡି ଚିହ୍ନରେ ଶ୍ରୀ ମତି ମାଳତୀ ମାଝୀ ନିର୍ବାଚନ ପ୍ରତିଦ୍ବନ୍ଦୀତା କରୁଥିବାବେଳେ ଟେମରି ଗ୍ରାମର କେଟଳି ଚିହ୍ନରେ ଅଞ୍ଜଳି ନାଏକ ସମିତି ସଭ୍ୟା ପଦବୀ ବାଜି ମାରିନେଇଛି l ଜିଲ୍ଲା ପରିଷଦ ସଦସ୍ୟ ପଦବୀ ଗତ ଇଲେକ୍ସନରେ ବିଜେପି ରହିଥିବାବେଳେ ଏଥର ବିଜେଡି ହାତେଇଛି l ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ସରିତା ମାଝୀ 11265 ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ବିଜେପି ପ୍ରାର୍ଥୀନୀ ଶ୍ରଦ୍ଧାଞ୍ଜଳି ମାଝୀ 9522, କଂଗ୍ରେସ ପ୍ରାର୍ଥୀନୀ କୁନ୍ତଳା ଭୋଇ 4488 ଭୋଟ ପାଇଛନ୍ତି lୱାର୍ଡ ନମ୍ବର 1ରେ ପିଂକି କର ,ୱାର୍ଡ ନଂ 4ରେ ସମ୍ବାରି ପୁଟେଲ ୱାର୍ଡ ନଂ 5ରେ ସୁମିତ୍ରା ଭୋଇ ଓ ୱାର୍ଡ ନମ୍ବର 8ରେ ଜୟ କୁମାର ସୁନାନୀ ଅପ୍ରତିଦ୍ବନ୍ଦୀଭାବେ ବିଜୟୀ ହୋଇଥିବାବେଳେ ୱାର୍ଡ ନଂ 2ରେ ଶଗଡ଼ ଗାଡି ଚିହ୍ନରେ ଚିନ୍ତାମଣୀ ଭାଇସାଲ, ୱାର୍ଡ ନମ୍ବର 6 ରେ ନିକିତି ଚିହ୍ନରେ ନିତୁ ସା, ୱାର୍ଡ ନଂ 7ରେ ଶଗଡ଼ ଗାଡି ଚିହ୍ନରେ ତୁସ୍ତବି ସା ୱାର୍ଡ ନଂ 9ରେନିକିତି ଲିପିକା ଗୋପାଳ, ୱାର୍ଡ ନଂ 10ରେ ବଳଦ ଗାଡି ଚିହ୍ନରେ ଦୁଃଖିରାମ ସା, ୱାର୍ଡ ନଂ 11ରେ ନିକିତି ଚିହ୍ନରେ ଦିବ୍ୟ ପଧାନ, ୱାର୍ଡ ନଂ 12ରେ କଲମ ଚିହ୍ନରେ ମଙ୍ଗଳ ସୁନାନୀ ବିଜୟ ଲାଭ କରିଛନ୍ତି l ୱାର୍ଡ ନଂ 3 ଏସ ସି ପ୍ରାର୍ଥୀ କେହି ନ ଥିବାରୁ ସ୍ଥଗିତ ରହିଛି l ଜଗଜ୍ୱିବନ୍ ସା ଙ୍କ ରିପୋର୍ଟ ।

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା କାଶତଣ୍ଡୀ ଫୁଲ ହସୁଛି 

Sunil Chandra Nayak

ଦଶପୁରଯୋନ ଡମ୍ବସମାଜ ବିକାଶ ପରିଷଦର ପ୍ରସ୍ତୁତି ବୈଠକ

Sunil Chandra Nayak

ସଜ୍ଜନ ଅଗ୍ରୱାଲଙ୍କୁ ଦେବଗିରି ସେବା ସମ୍ମାନ, ଲୋକକଳା ସମ୍ମାନ ପାଇବେ ଭୁବନେଶ୍ୱର ବାଗ

Sunil Chandra Nayak

Leave a Comment

error: Content is protected !!