Uncategorizedଚିତ୍ରା ରାଣୀ ପାତ୍ର ଙ୍କ କବିତା = ହାତେ ଚିକି ମିକି ସୁନା ଗହଣା by Sunil Chandra NayakMarch 26, 2023045 Share1 ହାତେ ଚିକି ମିକି ସୁନା ଗହ ହାତେ ତାର ଚିକି ମିକି , ସୁନା ଗହଣା, ମୁଣ୍ଡେ ତାର ନାଲି ନାଲି, ପାଟ ଓଢଣା। ପାଦେ ତାର ଦିଶିଯାଏ, ନାଲି ଅଳତା, ପାଦର ନୂପୁର ତାର, ଲେଖେ କବିତା। କାନର ଝୁମୁକା ଯେବେ, ଦୋହଲି ଯାଏ, ମନର ପ୍ରେମିକ ପଣ, ଚହଲି ଯାଏ। ସେଇ ସୁନା ନାକୀ ମୋର, ଆସିଛି ଘରେ, ଜାଳୁଛି ସଞ୍ଜ ଦୀପାଳି, ଚଉରା ମୂଳେ। ଗଭାର ଗଜରା ତାର, ମହକି ଯାଏ, ମନ ମୋ ଅଥୟ କରେ, ବହକି ନିଏ। ମୁହଁ ତାର ଚନ୍ଦ୍ର ପରି, ସୁଗୋଲ ଅଟେ, ସରଗର ପରୀ ଅବା, କିନ୍ନରୀ ଟିଏ। ହାତେ ମୁଁ ପାଇଛି ଆଜି, ସୁନା ପ୍ରତିମା, କରିବ ଜୀବନ ଧନ୍ୟ, ସେ ପ୍ରିୟତମା। ଚିତ୍ରା ରାଣୀ ପାତ୍ର ।ବାଲେଶ୍ୱର।