ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛତାମହୁଲ ପ୍ରାଥମିକ ବିଦ୍ୟାଳୟରେ ‘ଗପ ଶୁଣିବା ଓ କହିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ନର୍ଲା (ମନିସ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବଲବସପୁର କ୍ଲଷ୍ଟର ଅନ୍ତର୍ଗତ ଛତାମହୁଲ ପ୍ରାଥମିକ ବିଦ୍ୟାଳୟରେ ‘ଗପ ଶୁଣିବା ଓ କହିବା’ କାର୍ଯ୍ୟକ୍ରମ ସହକାରୀ ଶିକ୍ଷକ ପଙ୍କଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦର୍ଶନ ମହାନ୍ତି, ସମ୍ମାନିତ ଅତିଥି ରୂପେ ଗାଳ୍ପିକ ତଥା ସରିଆଁ ସିଆରସିସି ସୁଧୀର ଧଙ୍ଗଡ଼ାମାଝୀ, ବରିଷ୍ଠ ସାମ୍ବାଦିକ ମନୋଜ ଷଡ଼ଙ୍ଗୀ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରାଜେଶ କରୁଆଁ, ରାକ୍ସି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟରଞ୍ଜନ ସ୍ୱାଇଁ ଓ ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱପ୍ନା ନାଏକ ମଞ୍ଚାସୀନ ଥିବାବେଳେ ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ଶିକ୍ଷକ ଗୌରଚନ୍ଦ୍ର ବ୍ରହ୍ମା ଯୋଗଦେଇଥିଲେ। ଶ୍ରୀ ବ୍ରହ୍ମା, ଶ୍ରୀ ଷଡ଼ଙ୍ଗୀ ଓ ଶ୍ରୀ ଧଙ୍ଗଡ଼ାମାଝୀ ପିଲାଙ୍କୁ କିଛି ଗୁଣାତ୍ମକ ଗପ ଶୁଣାଇଥିବା ବେଳେ ଅତିଥିମାନେ ଗପ ମାଧ୍ୟମରେ ପିଲାଙ୍କ ସୃଜନଶୀଳତା ସହ ପାଠ ପ୍ରତି ଆଗ୍ରହ ବଢ଼ିବ ବୋଲି ମତ ପ୍ରକାଶ କରିଥିଲେ। ପିଲାମାନେ ମଧ୍ୟ ନିଜ ଅଭିଜ୍ଞତାରୁ ଗପ କହିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟୁକୁଲାଲ ପ୍ରଧାନ ଗପ ଶୁଣେଇବାକୁ ଆସିଥିବା ଶ୍ରୀ ବ୍ରହ୍ମାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ନର୍ଲାରୁ ଦୀପକ ଠାକୁରଙ୍କ ରିପୋର୍ଟ

Related posts

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ ନୂତନ ହିତାଧିକାରୀ ମାନଙ୍କୁ ରାସନ୍ କାର୍ଡ ବଣ୍ଟନ

masiha

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳ ପ୍ରାର୍ଥନା ସଭାରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଛାତ୍ରୀ,ଛାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ 

Sunil Chandra Nayak

Leave a Comment

error: Content is protected !!