ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମିଳିତ ଭାବେ ବିକାଶ କରିବା ବିଜେଡିର ଲକ୍ଷ୍ୟ

ଜୁନାଗଡ଼,୩୧/୩(ମ ନି ସ) ଗତ କାଲି ବିଜେପି ଅଧ୍ୟକ୍ଷ ଜୁନାଗଡ଼ ଏନଏସିରେ ଦାୟିତ୍ୱ ଗ୍ରହଣ ର ବର୍ଷପୂର୍ତ୍ତି ଅବସରରେ ଏକପ୍ରେସମିଟ କରିଥିବାବେଳେ ବିଜେଡି ମଧ୍ୟ ୯ ଜଣ ପରିଷଦ ଏବଂ ଦଳୀୟ କର୍ମକର୍ତାକୁ ନେଇ ଏକ ପ୍ରେସମିଟ କରି ଜୁନାଗଡ଼ ସହରର ସାମୁହିକ ବିକାଶ ପାଇଁ ମିଳିତ ଭାବେ ସମସ୍ତଙ୍କ ସହଯୋଗ ଉପରେ ବିଶ୍ୱାସ କରେ ବୋଲି ପ୍ରକାଶ କରିଛନ୍ତି। । ଗତକାଲି ବିଜେପି ପକ୍ଷରୁ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ତାଙ୍କ ଦାୟିତ୍ୱ ନେବାର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀରେ ଜୁନାଗଡ଼ ସହରରେ ହେଉଥିବା ନୂଆ ବସଷ୍ଟାଣ୍ଡ ନିର୍ମାଣ, ଓଏଏସଆରଟିସି ବସଷ୍ଟାଣ୍ଡ, ଚିଲଡ୍ରେନ ପାର୍କ, ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ତିନିଟି ଜାଗାରେ ହିଭାଗୀ କରଣ, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ, ୧୧୬୫ଟି ଷ୍ଟ୍ରିଟ ଲାଇଟ, ୩୮୯ ଜଣଙ୍କୁ ଘରଡିହ ଆବଣ୍ଟନ, ୨ କଲ୍ୟାଣ ମଣ୍ଡପ, ଆହାର କେନ୍ଦ୍ର ରୋଷେଇ ଶାଲା,୧୦୬୧ ଜଣଙ୍କୁ ଶୌଚାଳୟ ପ୍ରଦାନ ଆଦି ବିକାଶ ମୂଳକ କାର୍ଯ୍ୟକୁ ନେଉ ବିଷୟ ବସ୍ତୁ ଉପସ୍ଥାପନ କରିଥିଲେ । ଏହାକୁ କାଉଣ୍ଟର କରିବା ପାଇଁ ଆଜି ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ନିର୍ଦେଶକ କ୍ରମେ ବିଜେଡି ପକ୍ଷରୁ ଏନଏସି ଉପାଧ୍ୟକ୍ଷ ହିମାଦ୍ରୀ ନାଏକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଗତକାଲି ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀରେ ଯେଉଁ ସବୁ କାର୍ଯ୍ୟ ଖସଡ଼ା ର ବିବରଣୀ ପ୍ରଦାନ କରିଥିଲେ ତାହା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ଉଦ୍ୟମ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆକୁଣ୍ଠ ଅନୁଦାନ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଥିଲେ। ଯଦିଓ କିଛି ପ୍ରକଳ୍ପ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଛି ଏଣୁ ଏହି ସବୁ କାର୍ଯ୍ୟକୁ ଏକଚାଟିଆ ଭାବେ ନେବା ଯୁକ୍ତି ସଂଗତ ନୁହେଁ।ନଗରପାଳ ବର୍ଷ ପୂର୍ତ୍ତି ଅବସରରେ ପାରିଷଦ ଙ୍କ ସହ ମିଶି ଏହି ସାମ୍ବାଦିକ ସମ୍ମିଳନୀର ଆବଶ୍ୟକତା ରହିଥିଲା ବୋଲି ପୂର୍ବତନ ନଗରପାଳ ମହେଶ ସାହୁ ଦଳ ପକ୍ଷରୁ ପ୍ରକାଶ କରିଥିଲେ।ଏନଏସି ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମସ୍ତ ପାରିଷଦ ଙ୍କ ଅନୁମୋଦନ ଦ୍ଵାରା ପରିତ ହୋଇଥାଏ ଏବଂ ପ୍ରତେକ କାର୍ଯ୍ୟରେ ସେମାନଙ୍କ ସହଭାଗିତା ଅଛିବୋଲି କହିଥିଲେ। ନଗରପାଳଙ୍କ ଏକଚାଟିଆ କାର୍ଯ୍ୟକଳାପ ଦୁର୍ଭାଗ୍ୟଜନକ ବୋଲି ପ୍ରତିକ୍ରିୟା ରଖିଥିଲେ ।ଏ ସଂକ୍ରାନ୍ତରେ ନଗରପାଳ ମୁକେଶ ଅଗ୍ରୱାଲଙ୍କ ମତ ନେବାରୁ ସେ କହିଥିଲେଯେ ମୋ ତତ୍ବାବଧାନରେ ଯାହା ଉନତିମୂଳକ କାର୍ଯ୍ୟ ହେଉଛି ମୁ କହିଛି ଏବଂ ସହରର ବିକାଶ ସମସ୍ତଙ୍କ ସହଯୋଗରେ ହେଉଛି ବୋଲି ପ୍ରକାଶ କରିଥିଲେ। ହେଲେ ଏହି ଶ୍ରେୟ ରାଜନୀତିରେ ସହରର ବିକାଶ ଧାରା କେତେ ଆଗଉଛି ଦେଖିବାକୁ ବାକିରହିଲା ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଆଳି ନିର୍ବାଚନ ମଣ୍ଡଳୀ ର ବିଜେପି ୨ ନମ୍ବର ଜୋନ୍ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

masiha

ଡାବୁଗାଁ ବ୍ଲକ ବିଜେଡି ର ଗଣଧାରଣା ଓ ପ୍ରତିବାଦ ସଭା

Sunil Chandra Nayak

କେସିଙ୍ଗା ତହଁସିର ଯୋଜନା ଡେମରେ ବାଜପେୟୀଙ୍କ ଜୟନ୍ତୀ ଓ ବନବିହାର କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!