ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ସରସ୍ବତୀ ଶିଶୁ ମନ୍ଦିରଠାରେ ବାର୍ଷିକ ପୁରସ୍କାର ବିତରଣ

 ମୟୂରଭଞ୍ଜ/୩୧/୦୩ (ମସିହା) ଜାମଦା ସରସ୍ବତୀ ଶିଶୁ ମନ୍ଦିରଠାରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଭୂତପୂର୍ବ ତାଳଗାଁ ସରପଞ୍ଚ ଲକ୍ଷ୍ମଣ ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥୀ ଲଳିତ ମୋହନ କବାଟ,ନିରୁପମା ମଣ୍ଡଳ,ସମାଜସେବୀ ପ୍ରଶ୍ନ କୁମାର ଶତପଥୀ ଉପସ୍ଥିତ ରହି ବିଭିନ୍ନ ଖେଳ,ଚିତ୍ରାଙ୍କନ,ଝୋଟି ପ୍ରତିଯୋଗିତା,ଡିବେଟ୍ ଓ କୁଇଜ୍ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ବିଦ୍ୟାର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରିବା ସହ ପୁରସ୍କୃତ କରିଥିଲେ |ଭଂଜ ଗୁରୁଜୀ,ରାଜେନ୍ଦ୍ରଗୁରୁଜୀ, କାଶୀ ହେମ୍ବ୍ରମ,ସୁଦର୍ଶନ ନାୟକ,ଯଶୋବନ୍ତ ଗୁରୁଜୀ,ଦୀପକ ଗୁରୁଜୀ,ଚନ୍ଦନ ଗୁରୁଜୀ,ପମା ଗୁରୁମା,ରାନ ଗୁରୁମା,ପଲ୍ଲବୀ,ଚମ୍ପା ଗୁରୁମା ପ୍ରମୁଖ ପୁରସ୍କାର ବିତରଣୀ ଉତ୍ସବକୁ ପରିଚାଳନା କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଉରକେଲା ସାହିତ୍ଯ ସଂସଦର ଶିଶୁ ମହୋତ୍ସବ 

Sunil Chandra Nayak

କାମାକ୍ଷାନଗରରେ ବିଦେଶୀ ମଦ ଦୋକାନ ଅନ୍ୟତ୍ର ଉଠାଇବା ଦାବିରେ ରେକୁଳା ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ଟାଉନ ହଲ ନିର୍ମାଣ ନେଇ ଭୂମିପୂଜନ ଉତ୍ସବ, ବିଧାୟକ ଏବଂ ନଗରପାଳ ଦ୍ଵାରା ପୂଜା ଅର୍ଚ୍ଚନା

Sunil Chandra Nayak

Leave a Comment

error: Content is protected !!