ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ସରସ୍ବତୀ ଶିଶୁ ମନ୍ଦିରଠାରେ ବାର୍ଷିକ ପୁରସ୍କାର ବିତରଣ

 ମୟୂରଭଞ୍ଜ/୩୧/୦୩ (ମସିହା) ଜାମଦା ସରସ୍ବତୀ ଶିଶୁ ମନ୍ଦିରଠାରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଭୂତପୂର୍ବ ତାଳଗାଁ ସରପଞ୍ଚ ଲକ୍ଷ୍ମଣ ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥୀ ଲଳିତ ମୋହନ କବାଟ,ନିରୁପମା ମଣ୍ଡଳ,ସମାଜସେବୀ ପ୍ରଶ୍ନ କୁମାର ଶତପଥୀ ଉପସ୍ଥିତ ରହି ବିଭିନ୍ନ ଖେଳ,ଚିତ୍ରାଙ୍କନ,ଝୋଟି ପ୍ରତିଯୋଗିତା,ଡିବେଟ୍ ଓ କୁଇଜ୍ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ବିଦ୍ୟାର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରିବା ସହ ପୁରସ୍କୃତ କରିଥିଲେ |ଭଂଜ ଗୁରୁଜୀ,ରାଜେନ୍ଦ୍ରଗୁରୁଜୀ, କାଶୀ ହେମ୍ବ୍ରମ,ସୁଦର୍ଶନ ନାୟକ,ଯଶୋବନ୍ତ ଗୁରୁଜୀ,ଦୀପକ ଗୁରୁଜୀ,ଚନ୍ଦନ ଗୁରୁଜୀ,ପମା ଗୁରୁମା,ରାନ ଗୁରୁମା,ପଲ୍ଲବୀ,ଚମ୍ପା ଗୁରୁମା ପ୍ରମୁଖ ପୁରସ୍କାର ବିତରଣୀ ଉତ୍ସବକୁ ପରିଚାଳନା କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା – କ୍ଷତିପୂରଣ ଓ ନ୍ୟାୟ ଦାବିରେ ରାଜପଥ ଅବରୋଧ: ପ୍ରତିଶୃତି ପରେ ହଟିଲା  

masiha

ସ୍ଵାଧୀନତା ସଂଗ୍ରାମୀ ତଥା ଅଞ୍ଚଳର ବିଶିଷ୍ଟ ଆଇନଜୀବୀ ଓ ସମାଜସେବୀ ସ୍ଵର୍ଗତ ଅର୍ଜୁନ ପଟ୍ଟଯୋଶୀଙ୍କ ୧୦୨ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ନବରଙ୍ଗପୁର ରେ ସାର ଓ ବିହନ ର ଅଧିକୃତ ବିକ୍ରେତା ମାନଙ୍କର ଦୁଇଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!