ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଶା ଦେଖାଇଲେ ଆଶା, ବିଜେଡି ଗଡରେ ହାତ

ନୂଆପଡା-ସରି ଯାଇଛି ନିର୍ବାଚନ,ଘୋଷିତ ହୋଇଛି ଫଳାଫଳ । ଜିଲ୍ଲାର ୧୪ଟି ଜିଲ୍ଲା ପରିଷଦ ଜୋନରୁ ୧୨ ଜୋନରେ ଶାସକ ବିଜେଡି କବଜା କରି ଥିବା ବେଳେ ଗୋଟିଏ ଆସନ ବିଜେପି ଓ ଗୋଟିଏ ଆସନ କଂଗ୍ରେସ ହାତକୁ ଯାଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଜିଲ୍ଲାରେ ଅଛନ୍ତି ବିଜେପିର ସାଂସଦ ବସନ୍ତ ପଣ୍ତା, ନୂଆପଡାରେ ବିଜେଡିର ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଓ ଖଡିଆଳରେ କଂଗ୍ରେସର ବିଧାୟକ ଅଧିରାଜ ପାଣିଗ୍ରାହି । ଚିନ୍ତାର କାରଣ ଥିଲା ୩ ନେତା ଯୋରଦାର ନିର୍ବାଚନରେ ମୁକାବିଳା କରିବେ । ପରିଷଦ ଝୁଲା ହେବ । କିନ୍ତୁ ବିଜେଡି ବିଧାୟକଙ୍କ ସଦର ବ୍ଲକରେ ଗୋଟିଏ ଆସନରେ କଂଗ୍ରେସ ଆସିଲା,କଂଗ୍ରେସ ବିଧାୟକଙ୍କ ବିଧାୟକଙ୍କ ଅଂଚଳରେ ଗୋଟିଏ ଆସନରେ ବିଜେପି ଆସିଲା । କିନ୍ତୁ ପରିଷଦକୁ ହାତେଇ ନେଇଛି ବିଜେଡି । ଗତ ନିର୍ବାଚନରେ ଖାତା ଖୋଲି ପାରି ନ ଥିବା ବିଜେପି ପାଇଁ ଆଶା ଦେଖାଇ ମାନ ରକ୍ଷା କଲେ ଆଶା ଜୈନ ଏବଂ ବିଜେଡି ଗଡରେ ହାତକୁ ସମର୍ଥନ କରି ଭରତଲାଲ ରାଉତଙ୍କୁ ବିଜୟୀ କରିଛନ୍ତି ଭୋଟର ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଠ ନମ୍ବର ୱାର୍ଡ କାଉନସିଲର ସକ୍ରିୟ , ନିଜେ ରହି ନାଳି ନର୍ଦ୍ଧମା ସଫା କରାଇଲେ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ପ୍ରେମ ବେପାର

Sunil Chandra Nayak

Leave a Comment

error: Content is protected !!