ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜବାହର ନବୋଦୟ ବିଦ୍ୟାଳୟରେ ଏକାଡେମୀକ୍ ଏଚିଭମେଣ୍ଟ ଏଓ୍ଵାର୍ଡ ସମାରୋହ

 ରୁପ୍ରା:୧/୪- (ମନିସ):- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଏକାଡେମୀକ୍ ଏଚିଭମେଣ୍ଟ ଏଓ୍ଵାଡ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୂଖ୍ୟଅତିଥି ଭାବେ ଶ୍ରୀ ଭବାନୀଶଙ୍କର ନିଆଲ ଯୋଗଦେଇ ସମାରୋହରେ ପ୍ରଦୀପ ପ୍ରଜ୍ଜୋଳନ କରି ଶୁଭ ଉଦଘାଟନ କରିଥିଲେ। ଅନ୍ଯାନ୍ଯ ସମ୍ମାନିତ ଅତିଥି ମାନଙ୍କ ମଧ୍ଯରେ ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବ୍ଳକ ଉପାଧ୍ୟକ୍ଷ,ବି.ଇ.ଓ ତପିରାଣୀ ଜାନୀ, ଚପଟଖଣ୍ତା ଓଏଭି ପ୍ରିନ୍ସପାଲ ପ୍ରମୁଖ ଉପସ୍ଥିତ ଥିବାବେଳେ ସମାରୋହ ଉତ୍ସବକୁ ଶ୍ରୀ ଦୁର୍ଗା ଚରଣ ନନ୍ଦ ପରିଚାଳନା କରିଥିଲେ ଏବଂ ଏକାଡେମୀ ଏକ୍ସପେରିଏନସ   ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ। ଶିକ୍ଷକ ଲଳିତ ଚନ୍ଦ୍ର ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।  ବି ସି ରାଓ ଙ୍କ ସମେତ୍ ଅନ୍ଯାନ୍ଯ ଶିକ୍ଷକ ମାନଙ୍କ ମଧ୍ୟରେ ଏସ୍.କେ ପଣ୍ତା, ପି.କେ ପଣ୍ଡା, ସିଓ୍ବାରୀ ଗୁପ୍ତା, ପି.ବି ମଲ୍ଲିକ୍ରିଷ୍ଣା, ହରସିତ ମାଲଭିୟା,ଏମ.କେ ସେନାପତି, ପୁଷ୍ପଲତା ମହାପାତ୍ର, ବି.ପି ପାଢ଼ୀ, ମୂରଳୀଧର ସ୍ବାଇଁ, ସୋନିଆ ଜାଟ ଗୋପିନାଥ, ଅମିତ ଦାସ, ଏସ.ଡି ମୌରିୟା, ଅନିଲ କୁମାର ଏବଂ ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ହେଲା ଭୋଟର ସହାୟତା କେନ୍ଦ୍ର 

masiha

ମଢେଇକଚା ଲକ୍ଷ୍ମୀ ବସଷ୍ଟାଣ୍ଡ ଅଧାପନ୍ତରିଆ

ଅଗଷ୍ଟ କ୍ରାନ୍ତି ଦିବସରେ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମାନଙ୍କ ର ଶୋଭାଯାତ୍ରା ଓ ବିକ୍ଷୋଭ 

masiha

Leave a Comment

error: Content is protected !!