ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୮ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ନବରଙ୍ଗପୁର–(ମସିହା) ୧୯୩୬ ମସିହାରେ ଓଡିଶା ଉତ୍କଳ ପ୍ରଦେଶ ଭାବେ ନାମ ପାଇଥିଲା ।ତା ସହିତ ଓଡିଶା ପୋଲିସ ର ମଧ୍ୟ ପ୍ରତିଷ୍ଠା ହୋଇଥିଲା । ସେଥିପାଇଁ ଆଜି ନବରଙ୍ଗପୁର ପୋଲିସ ତାର ୮୮ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ସବୁ ବର୍ଷ ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ଓ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଏ । ଆଜି ନବରଙ୍ଗପୁର ରିଜର୍ଭ ପୋଲିସ ପଡିଆ ଠାରେ ପ୍ୟାରେଡ଼ କରିବା ସହ ଏହି ଦିବସ ପାଲନ କରାଯାଇଛି ।ଓଡିଶା ପୋଲିସର କର୍ତ୍ତବ୍ୟ ରହିଛି ଆଇନ ଶୃଙ୍ଖଳା, ନିଜର ,କର୍ତ୍ତବ୍ୟ କରିବା, ଜନସାଧାରଣ ଙ୍କ ରକ୍ଷା କରିବା ଓ ଦୁଷ୍କର୍ମ ଠାରୁ ଲୋକଙ୍କୁ ରକ୍ଷା କରିବା । ଯେଉଁ ପୋଲିସ ଭାଇମାନେ କାର୍ଯ୍ୟ କରିବା ସମୟରେ ସହିଦ ହୋଇଛନ୍ତି ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଜନସାଧାରଣ ଙ୍କ ସହ ମିଶି ନିଜର କାର୍ଯ୍ୟ କରୁବାକୁ ଓଡିଶା ପୋଲିସ କୁ ପରାମର୍ଶ ଦେଇଥିଲେ।ନବରଙ୍ଗପୁର ଏସପି ଏସ ଶ୍ରୁଶ୍ରୀ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନେ ଯୋଗଦେବା ସହ ପୋଲିସ ମାନେ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ସହୀଦ ବିର୍ସା ମୁଣ୍ଡା ଙ୍କ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ପ୍ରଶାନ୍ତ ସେଠୀଙ୍କ ବସ୍ତି ପରିଦର୍ଶନ

Swachhata Hi Seva 2025 Drive Launched at Rayagada DRM Camp office

Sunil Chandra Nayak

Leave a Comment

error: Content is protected !!