ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମେଦନା ସ୍ଥିତ ମା ଠାକୁରାଣୀ ଙ୍କ ନବ ଦିନାତ୍ମକ ଘଣ୍ଟଯାତ୍ରା ଶାନ୍ତି ଶୃଙ୍ଖଳିତ ଭାବେ ସମାପିତ

ଡାବୁଗାଁ ୩/୪ (ମ.ନି.ସ.)- ମେଦନା ଗ୍ରାମ ର ଗ୍ରାମ ଦେବତୀ ମାଁ ଠାକୁରାଣୀ ଙ୍କ ନବ ଦିନାତ୍ମକ ଘଣ୍ଟଯାତ୍ରା ସୋମବାର ଶାନ୍ତି ଶୃଙ୍ଖଳା ର ସହ ସମାପିତ ହୋଇଯାଇଛି | ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ଗ୍ରାମ ପଞ୍ଚାୟତ ସଦରମହକୁମା ଠାରେ ଗତ ମାର୍ଚ୍ଚ ମାସ ର ୨୬ ତାରିଖ ଦିନ ଗ୍ରାମ ଦେବତୀ ମାଁ ଠାକୁରାଣୀ ଙ୍କ କଳସ ମନ୍ଦିର ରୁ ବାହାରି ମେଦନା ଗ୍ରାମ ର ଆଖପାଖ ଗ୍ରାମ ସବୁ ପରିଭ୍ରମଣ କରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବା ସହ ଭକ୍ତ ମାନଙ୍କ ଠାରୁ ପୂଜା ପାଇବା ସହ ନାନା ପ୍ରକାର ଭୋଗ ସବୁ ଗ୍ରହଣ କରିଥିଲେ | ଭକ୍ତମାନେ ନିଜ ତଥା ପରିବାର ସଦସ୍ୟ ଙ୍କ ଦୁଃଖ ସବୁ ମାଁ ଙ୍କୁ ଜଣେଇଥିଲେ | ଆଜି ମା ନିଜର ଲାଠି, ପାଲିଙ୍କି, କଳସ, ଶିରା, ଦିଶାରୀ, ପୂଜାରୀ, ଚଲାନ ଏବଂ ଭକ୍ତମାନଙ୍କ ଗହଣରେ ଗ୍ରାମ ବାହାରେ ଥିବା କଳସ ମନ୍ଦିର କୁ ଯାତ୍ରା କରିଛନ୍ତି | ସେଠାରେ ମା ଙ୍କ କଳସ ସ୍ଥାପନ କରିବା ସହ ନୀତିକାନ୍ତି ଅନୁଯାୟୀ ମା ଙ୍କ ପୂଜାର୍ଚ୍ଚନା କରାଯାଇଛି | ଶେଷ ଦିନରେ ମା ଙ୍କ କଳସ ଯାତ୍ରା (ଘଣ୍ଟଯାତ୍ରା ) ଉପଲକ୍ଷେ ଠୁଲିକୃତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନୋରଞ୍ଜନ ନିମିତ୍ତ ରାତିରେ ଦୁଇଟା ଦେଶିଆ ନାଟକ ର ଆୟୋଜନ ପୂଜା କମିଟି ଦ୍ୱାରା କରାଯାଇଛି | ମାଁ ଙ୍କ ମନ୍ଦିର ପରିସରରେ ଉଠା ଦୋକାନୀ ମାନଙ୍କ ଭିଡ଼ ଜମିଥିବା ମଧ୍ୟ ଦେଖିବାକୁ ମିଳିଛି |ମା ଙ୍କ କଳସ ଯାତ୍ରା ଦେଖିବାକୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯାତ୍ରା ଦେଖା ସହିତ କିଣାବିକା ର ମଧ୍ୟ ଲାଭ ଉଠେଇଛନ୍ତି |ଚଳିତ ବର୍ଷ ପରିଚାଳନା କମିଟି ର ସଦସ୍ୟ ମାନଙ୍କ ମଧ୍ୟରେ ଗ୍ରାମ ର ଭଦ୍ର ତଥା ମାନ୍ୟଗଣ୍ୟ ବ୍ୟକ୍ତି ବଂଶିଧର ମାଝୀ, ହିରଣ୍ୟ ମାଝୀ, ପୁସ୍ତମ ମାଝୀ, ଜଗନ୍ନାଥ ମେହେର, ଶଶୀ ମାଝୀ, ପର୍ଶୁ କଲାର, ସଦା ଗୌଡ଼, ତୁଳାରାମ ଗୌଡ଼, ସୁକଟା କମାର, ଆଦାୟ କମିଟି ମଧୁ କଲାର (ସଭାପତି ) ଓ କମଳଚନ ମାଝୀ (ସେକ୍ରେଟାରୀ ), କୋଷାଦକ୍ଷ ମଣ୍ଟୁ ମାଝୀ ଦାୟିତ୍ୱ ରେ ରହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆଦିକାନ୍ତ ମାଝୀ, କୁନା, ନୀଳକଣ୍ଠ, ଭକ୍ତ, ଭଗବାନ, ଜୁଦେଷ୍ଠୀ, ବିକାଶ, ହିରେନ୍ଦ୍ର, ବେଦ, ପପୁ, ସୁଶାନ୍ତ, ହରିବନ୍ଧୁ, ସୁବାସ, ଜଗଦିଶ ପ୍ରମୁଖ ଦାୟିତ୍ୱ ରେ ରହ ନଅଦିନ ଧରି ଶୃଙ୍ଖଳା ର ଘଣ୍ଟଯାତ୍ରା ଟି କୁ ପରିଚାଳନା କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ ହେଲା ଶ୍ରୀ ରାମ ନବମୀ

Sunil Chandra Nayak

ଧରାକୋଟ ରେ ତିନି ଠାକୁରଙ୍କ ନେତ୍ର ଉତ୍ସବ ପାଳନ 

Sunil Chandra Nayak

କାନ୍ଦୁଲ ଝର ଗ୍ରାମ ର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗରେ ଷୋହଲ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!