ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁଅ ପରିବହନ ଓ ପୋଲିସ ହାତରେ ପଡିବାରୁ କୋଟଗଡ଼ ବିଡ଼ିଓ ୨୫ ହଜାର ଟଙ୍କା ତଣ୍ଡ ଗଣିଲେ 

ରାଜ୍ୟ ସରକାର ଙ୍କର ପରିବହନ ବିଭାଗ ପକ୍ଷରୁ ନାବାଳକ ନାବାଳିକା ଦୁଇ ଚକିଆ ଗାଡି ଚଳାଇ ବିଭିନ୍ନ ସମୟରେ ଦୁର୍ଘଟଣା ର ଶିକାର ହେଉଥିବା ହେତୁ ସରକାର ପିଲା ମାନଙ୍କୁ ଓ ଅଭିଭାବକ ମାନଙ୍କୁ ସଚେତନ କରାଇବା ପାଇଁ ଛୋଟ ପୁଅ ଝିଅ ମାନେ ଦୁଇ ଚକିଆ ବାଇକ ସ୍କୁଟି ଗାଡି ଚଳାଇଲେ ବାପା ମାଆ ମାନେ ୨୫ ହଜାର ଟଙ୍କା ଜୋରିମାନା ଦେବେ ବୋଲି ଆଇନ ପ୍ରଣୟନ କରିଛନ୍ତି। ହେଲେ କେତେ ପିଲାମାନେ ସରକାରୀ ନିୟମ କୁ ପ୍ରତ୍ୟାଖ୍ୟାନ କରି ଅମାନିଆ ହୋଇ ଗାଡି ଚଳାଉଥିବା ଏବେ ମଧ୍ୟ ଦେଖିବା କୁ ମିଳୁଛି। ବାପା ମାଆ ମାନେ ପୁଅ ଝିଅ ମାନଙ୍କୁ ତାଗିଦ ନକରି ସ୍କୁଟି ଚଳାଇବା କୁ ଦେଉଛନ୍ତି। ଫୁଲବାଣୀ ରେଏଭଳି ଘଟଣା ଘଟି ଥିବା ଦେଖିବା କୁ ମିଳିଛି। ସୂଚନାଯୋଗ୍ୟ କନ୍ଧମାଳ ଜିଲ୍ଲା କୋଟଗଡ ବିଡ଼ିଓ ଅର୍ଜୁନ ପ୍ରଧାନ ଙ୍କର ପୁଅ ମୋ ବାପା ବିଡ଼ିଓ ମୋର କିଛି ଅସୁବିଧା ହେବ ନାହିଁ ଭାବି ନିଜ ସାଙ୍ଗ କୁ ବାଇକରେ ବସାଇ ଦ୍ରୁତ ଗତିରେ ଯାଉଥିବା ବେଳେ ଫୁଲବାଣୀ ଆଞ୍ଚଳିକ ପରିବହନ ବିଭାଗ ଏବଂ ସଦର ଥାନା ପକ୍ଷରୁ ରୁ ବିଶିପଡା ଠାରେ ଗାଡି ମୋଟର ଯାଞ୍ଚ ହେଉଥିବା ସମୟରେ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଓ ପୋଲିସ ହାତରେ ଗାଡି ବିଡ଼ିଓ ଙ୍କ ପୁଅ ପଡିଥିଲା। ବିଡ଼ିଓ ଙ୍କ ପୁଅ ଜଣେ ନାବାଳକ ଚାଳକ ହୋଇଥିବା ରୁ ସରକାର ନିୟମ ଅନୁଯାୟୀ ୨୫ ଟଙ୍କା ରସିଦ କାଟିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କୋଟଗଡ ବିଡ଼ିଓ ଆସି ୨୫ ହଜାର ଟଙ୍କା ତଣ୍ଡ ଗଣିଥିବା ଜଣାପଡିଛି।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଅପରାଧ ନିୟନ୍ତ୍ରଣ ପାଇଁ ରାଉରକେଲା ପୁଲିସ୍ ପକ୍ଷରୁ ପ୍ରୋଜେକ୍ଟ ଶିଲଡ୍ ଶୁଭାରମ୍ଭ

Sunil Chandra Nayak

ନାବାଳିକା ଛାତ୍ରୀଙ୍କୁ ସ୍କୁଲ କର୍ମଚାରୀଙ୍କ ଦୁଷ୍କର୍ମ !

masiha

ଖଡିଆଳ ପୋଲିସ କୁ ବଡ ସଫଳତା, ୨୦ କେଜି ୪୯୫ ଗ୍ରାମ ଗଞ୍ଜେଇ ଜବତ୍, ଦୁଇ ଅଭିଯୁକ୍ତ ଅଟକ ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!