ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିତୀୟ ଦିବସରେ ବିହୂ ନୃତ୍ୟ ଏବଂ ସାଜ ଔର ଆଓ୍ବାଜ ସଂଗୀତ ମୂର୍ଚ୍ଛନା ରେ ଦୁଲୁକିଲା ବାମନଘାଟୀ ମହୋତ୍ସବ ମଂଚ

ମୟୂରଭଞ୍ଜ – ୬/୪ (ମସିହା) ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ବାମନଘାଟୀ ମହୋତ୍ସବ ‘ମାଦଲ-୨୦୨୩’ ର ଦି ଏପ୍ରିଲ ୬ ତାରିଖ ଗୁରୁବାର ଦିନ ଦିତୀୟ ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ବିମୋହିତ ହୋଇଥିଲେ ହଜାର ହଜାର ଦର୍ଶକ ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ସାରସକଣା ବିଧାୟକ ଵୁଢାନ ମୁର୍ମୁ ଏବଂ ଯଶିପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ବୃନ୍ଦଙ୍କୁ ମହୋତ୍ସବ କମିଟି ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ବୃନ୍ଦ ମହୋତ୍ସବ କମିଟିର ଆୟୋଜନ, ଆକର୍ଷଣୀୟ ତୋରଣ,ଆଲୋକ ସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ଶତାଧିକ ଷ୍ଟଲ ପରିଦର୍ଶନ କରି ଅଭିଭୂତ ହେବା ସହ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ବଳିଷ୍ଠ ଉଦ୍ୟମକୁ ଭୂରି ଭୂରି ପ୍ରଶଂସା କରିଥିଲେ ।ବାମନଘାଟୀ ଉପଖଣ୍ଡ ହେଉଛି ସଂସ୍କୃତି ପ୍ରେମୀଙ୍କ ଗନ୍ତାଘର ।ଏହି ଅଞ୍ଚଳର ସଂସ୍କୃତି ଓ ପରଂପରା ପାଇଁ ଏହାର ସୁନାମ ଓଡ଼ିଶା ସମେତ ରାଜ୍ୟ ବାହାରେ ରହିଛି ।ଏହି ଅବସରରେ ଅଂଚଳର ବହୁ ପ୍ରତିଭାଧାରୀ ବିଶେଷତଃ ଝୂମର ଗୀତିକାର ଗୌରଚନ୍ଦ୍ର ମହାନ୍ତ,ଛଉ ନୃତ୍ୟ ଗୁରୁ ମହେଶ୍ୱର ମହାନ୍ତ, ଚିତ୍ରଶିଳ୍ପୀ ସୁଧାଂଶୁବାଳା ପଟ୍ଟନାୟକ,, ସାନ୍ତାଳୀ ଗାୟକ ରାମଚନ୍ଦ୍ର ସୋରେନ,,ହୋ ସଂସ୍କୃତି ସଂଗଠନ କହ୍ନାଇ ବାନରାଙ୍କୁ ଅତିଥିଗଣ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ପରେ ଜିଲ୍ଲା ,ରାଜ୍ୟ ବାହାର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବାଗୁଆତଗ ଗୋଟିପୁଅ,ହୋ ନୃତ୍ୟ,ଵିହୁ ନୃତ୍ୟ,ପ୍ରିୟ ସଖା,କୋଲାରୀ ପାୟଟୁ,ଛଉ ନୃତ୍ୟ ପରିବେଷଣ କରାଯାଇଥିଲା ।ଶେଷରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଅଗ୍ରଣୀ ମେଲୋଡି ରପାର୍ଟି ସାଜ ଔର ଆଓ୍ବାଜ ତରଫରୁ ବିଶିଷ୍ଟ ଗାୟକ ଗାୟିକା ସୁମଧୁର କଣ୍ଠରେ ସଂଗୀତ ପରିବେଷଣ କରିଥିଲେ ।ବାମନଘାଟୀ ଉପ ଜିଲ୍ଲାପାଳ ଶ୍ରୀ ସରୋଜ ଦାସ ମଧ୍ୟ ଦୁଇ ଦିନ ଧରି ହିନ୍ଦୀ ଓ ଓଡ଼ିଆ ଗୀତ ଗାଇ ହଜାର ହଜାର ଦର୍ଶକଙ୍କ ମନ କିଣି ନେଇଥିଲେ ।ଏକା ମାଧିଆ ବାଇଶି ପଣ ଭଳି ତାଙ୍କର ମନଛୁଆଁ ୪ ଟି ଗୀତ ଅନ୍ୟମାନଙ୍କ ନୃତ୍ୟ ଉପରେ ଭାରି ପଡ଼ିଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦ ହ୍ୟୁମାନିଟୀ ଫାଉଣ୍ଡେସନ ର ବିଶ୍ବ ମାତୃତ୍ଵ ଦିବସ ପାଳନ 

masiha

ଅଦିନିଆ ମୌସମୀ ବର୍ଷାରେ ତଳିତଳାନ୍ତ ରବିଧାନ ଚାଷୀ

masiha

ଛାତ୍ରୀ ଆତ୍ମରକ୍ଷା କୌଶଳି ପ୍ରଶିକ୍ଷଣ ଶିବିର ଉଦଘାଟନ

masiha

Leave a Comment

error: Content is protected !!