ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ଖଡ଼ିଆଳ ସବଜଜ ଙ୍କ ଓକିଲ ଓ ମହକିଲ ଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ , ସାମ୍ବାଦିକ ସମ୍ମିଳନୀ

ନୂଆପଡା ଜିଲ୍ଲା ଖଡ଼ିଆଳ ସବଜଜ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲା ଙ୍କ ଓକିଲ ଓ ମହକିଲ ଙ୍କ ପ୍ରତି ଦୁର୍ବ୍ୟବ୍ୟହାର ଏବଂ ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦ ରେ ବଦଳି ଦାବିକରି ଖଡ଼ିଆଳ ଜୁଡ଼ିସୀଆଲ ବାର ଓ ଖଡ଼ିଆଳ ବାର ଏସୋଶେସନ ର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରିରହିିବ ବୋଲି ପ୍ରକାଶ କରିଛନ୍ତି।ନୂଆପଡା ଜିଲ୍ଲାର ପାଞ୍ଚଟି ବ୍ଲକ ଯଥା ଖଡ଼ିଆଳ, ନୂଆପଡା, କୋମନା, ସିନାପାଲି, ବୋଡେ଼ନ ରେ ଏହି ଆନ୍ଦୋଳନ ଜାରିରହିଛି l ଓକିଲଙ୍କ କହିବା ଅନୁଯାଇ କରୋନା କାରଣରୁ କୋର୍ଟ ବନ୍ଦ ରହିଥିଲା ତେଣୁ ଖଡ଼ିଆଳରେ ସିନିଅର ସିଭିଲ ଜର୍ଜ ରୂପେ ଯୋଗଦାନ ହୋଇଛି l ସେ ଖଡ଼ିଆଳ ରେ ସିଭିଲ ଜର୍ଜ ଭାବେରେ ଯୋଗଦାନ କଲାପରେ ଓକିଲ ସମାଜ ତଥା ମହକିଲ ଙ୍କ ପ୍ରତି ଅସହନୀୟ ଦୁର୍ବ୍ୟବହାର କରୁଥିବା ଦିନକୁଦିନ ବଢିଚାଲିଥିବା ବେଳେ ଓଡିଶା ଉଚ୍ଚ ନ୍ୟାୟାଳୟ ତଥା ଜିଲ୍ଲା ଜର୍ଜ ନୂଆପଡା ମଧ୍ୟ ଲିଖିତ ଭାବରେ ଦେଇଛନ୍ତି l ଏନେଇ କାର୍ଯ୍ୟାନୁଷ୍ଠାନ ଦାବୀ କରି ଆଜି ଦିନଠାରୁ ଦାବିପୂରଣ ହେବାପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରିରହିବ ବୋଲି ଓକିଲ ସଂଘ ଦାବୀ କରିଛନ୍ତି l ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ ନୂଆପଡା ଜିଲ୍ଲା ଓକିଲ ସଂଘ, ଜିଲ୍ଲା ସିଭିଲ ବାର, କୋମନା ବାର, ସିନାପାଲି ଓ ବୋଡେ଼ନ ସଂଘ ମଧ୍ୟ ସମର୍ଥକ ଜଣାଇ କାର୍ଯ୍ୟବନ୍ଦ କରିଛନ୍ତି lସାରଦା ଚରଣ ପଣ୍ଡା,ଶିବା ପ୍ରସାଦ ମେହେର ,ସୁରେଶ କୁମାର ଅଗ୍ରୱାଲ,ବିରଜା ସିଂ ଦଳପତି , ଯୁଧିଷ୍ଠିର ମେହେର , ପ୍ରତାପ କିଶୋର ଜଗତ ,ପୂର୍ଣ୍ଣାଚନ୍ଦ୍ର ମେହେର ,ଗିରିଧାରୀ ବିହାର , ସୁଶାନ୍ତ କୁମାର ତାଣ୍ଡି ,ସନ୍ତୋଶ ପୁରୋହିତ ,ରାନୁ ବାରିକ , ମନୀଷ କୁମାର ପଣ୍ଡା ,ରବୀନ୍ଦ୍ର କୁମ୍ଭାର ,ଶଙ୍କର ପଣ୍ଡା , ପ୍ରମୁଖ ଉପସ୍ଥିତ ଥିଲେ । ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ ।

Related posts

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁଡ଼ାଇ ଗୁଡ଼ାଇ ଚପଲ ରେ ମାଡ଼ ମାରିବା ଘଟଣାର ଉପଯୁକ୍ତ ନ୍ୟାୟ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ରେ ଉପଖଣ୍ଡ ସ୍ବାସ୍ଥ୍ୟ କର୍ମଚାରୀ ଥାନାର ଦ୍ଵାରସ୍ତ

Sunil Chandra Nayak

ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସର୍ବ ଧର୍ମ ନୂଆଖାଇ ତିହାର ପାଳନ 

Sunil Chandra Nayak

ରାଉରକେଲା – ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମାଠିଆ ବିଜୟୀ ନଡିଆ ଗଛ ଧରାଶାୟୀ

Sunil Chandra Nayak

Leave a Comment

error: Content is protected !!