ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ଓ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

ରାଇଘର ତା ୧୦/୪ ଗର୍ଭସ୍ଥ ଶିଶୁ ସନ୍ତାନ ର ସୁରକ୍ଷିତ ପ୍ରସବ ପରେ ଜନ୍ମ ଠାରୁ ୫ ବର୍ଷ ପର୍ଯ୍ୟନ୍ତ ପୋଷଣ ଯୁକ୍ତ ଖାଦ୍ୟ ଓ ସ୍ବାସ୍ଥ୍ୟ ସମନ୍ଧୀୟ ଏକ ସଚେତନତା ଶିବିର ବ୍ଲକ୍ ସମ୍ମିଳନୀ କକ୍ଷରେଅନୁଷ୍ଠିତ ହୋଇଥିଲା।ସ୍ବାସ୍ଥ୍ୟ ବିଭାଗ ଏବଂ ଶିଶୁ ବିକାଶ ବିଭାଗ ମନ୍ତ୍ରଣାଳୟ ର ନିର୍ଦ୍ଦେଶନାମା କ୍ରମେ ରାଇଘର ଶିଶୁ ପ୍ରକଳ୍ପ ପକ୍ଷରୁ ବ୍ଲକ୍ ସ୍ତରୀୟ ପୋଷଣ ପକ୍ଷ ସଚେତନତା ଦିନିକିଆ ଶିବିର କୁ ମୁଖ୍ୟ ଅତିଥି ଭାବେ ରାଇଘର ବ୍ଲକ ଅଧକ୍ଷ ନବୀନା ନାୟକ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ଗୀତାଞ୍ଜଳି ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟ କ୍ରମରେ ଗର୍ଭସ୍ଥ ଶିଶୁ ସନ୍ତାନ ର ଯତ୍ନ ଓ ସୁରକ୍ଷିତ ପ୍ରସବ ସହ ଶାରୀରିକ ଓ ମାନସିକ ବିକାଶ ପାଇଁ ଆବଶ୍ୟକୀୟ ପୁଷ୍ଟିକର ପୋଷଣ ତତ୍ତ୍ୱ ଓ ଖାଦ୍ୟ ପ୍ରସଙ୍ଗରେ ନିଜ ବକ୍ତଵ୍ୟ ରଖିଥିଲେ। ଶିଶୁ ଜନ୍ମ ର ୫ ମାସ ପରେ ପୁଷ୍ଟିକର ପୋଷଣ ଯୁକ୍ତ ଖାଦ୍ୟ ୫ ରୁ ୬ ବର୍ଷ ପର୍ଯ୍ୟନ୍ତ ଯଦି ଶିଶୁ ଏହି ପୁଷ୍ଟିକର ଖାଦ୍ୟ ରୁ ବଞ୍ଚିତ ହୁଏ ତାହେଲେ ଶିଶୁଟି କିପରି ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ହେବାସହ ଶରୀରର ପ୍ରତିରୋଧକ ଶକ୍ତି କମିବା ସାଙ୍ଗକୁ ପୁଷ୍ଟିହୀନତା ଓ ରକ୍ତ ହୀନତା ର ଶିକାର ହେବ ଆଶଙ୍କା ସମ୍ପର୍କରେ ବି ଡି ଓ ଦେବାଶିଷ କର ସଚେତନତା ବାର୍ତ୍ତା ରେ କହିଥିଲେ। ଶିଶୁଙ୍କ ଏହି ସମୟ ଓ ଏହି ଶିଶୁ ଅବସ୍ଥାରେ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଶିଶୁଟିର ଭବିଷ୍ୟତ ନିର୍ମାଣ ରେ ନିର୍ଭର କରିଥାଏ ଏବଂ ଏଥିପାଇଁ ଅବିଭାବକ ଏବଂ ବିଭାଗୀୟ କର୍ମଚାରୀ ଙ୍କ ଦାୟୀତ୍ବ ସମନ୍ୱିତ ଭାବେ କରିବା ଆବଶ୍ୟକ ରହିଛି ବୋଲି ସି ଡି ପି ଓ ଗୀତାଞ୍ଜଳି ଦାସ ନିଜ ଅଭିଭାଷଣ କହିଥିଲେ। ଶିବିର ପରିଚାଳନା ନିମନ୍ତେ ପ୍ରକଳ୍ପ ସୁପର୍ ଭାଇଜର ଶ୍ରୀମତୀ ଭବାନୀ ପୂଜାରୀ , ଖିରୋଧୀ ତନ୍ମୟ ରାଉଳ ,ମନୀଷା କବିରାଜ ,କୌଶଲ୍ୟା ଗଣ୍ଡ ,ସାବିତ୍ରୀ ସର୍ଦାର ,ଜୟନ୍ତୀ ମାଝୀ ,ତିଳତମା ମାଝୀ ,କବିତା ଜେଠି ଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ,ସହାୟିକା,ଆଶା, କିଶୋରୀ, ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଉପସ୍ଥିତ ରହିଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଭାରତୀ ବିଦ୍ୟାଳୟରେ “ଜାତୀୟ ଶିକ୍ଷାନୀତି -2020 ” ର ଆଲୋଚନା ଚକ୍ର

Sunil Chandra Nayak

ରାଜ୍ୟ ପୋଲିସ ମହାନିର୍ଦେଶକଙ୍କ ଦ୍ଵାରା କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ କନେଷ୍ଟବଳଙ୍କୁ ପୁରସ୍କୃତ 

Sunil Chandra Nayak

ଓଡିଶା ଆଦିବାସୀ ଅଧିକାର ମଞ୍ଚ ତେନ୍ତୁଳିଖୁଣ୍ଟି ସାଙ୍ଗଠନିକ କମିଟି ତରଫରୁ ଜଙ୍ଗଲ ଅଧିକାର ଆଇନ ସଠିକ କାର୍ଯ୍ୟକାରୀ ପାଇଁ ଆଠ ଦଫା ଦାବିପତ୍ର 

Leave a Comment

error: Content is protected !!