ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟ୍ରାକ୍ଟ କ୍ଳବ୍ ଢେଙ୍କାନାଳ ତରଫରୁ ସ୍ଥାନୀୟ ଭାଗିରଥି ସାଗର ଠାରେ ସଫେଇ ଅଭିଯାନ ଅନୁଷ୍ଠିତ

ଢେଙ୍କାନାଳ ୦୯/୦୪ ରିଖ (ମ ସୀ ହା) ଆଜି ସକାଳ ୬ ଘଟିକା ସମୟରେ ରୋଟ୍ରାକ୍ଟ କ୍ଳବ୍ ଢେଙ୍କାନାଳର ସଦସ୍ୟମାନେ ସ୍ଥାନୀୟ ଭାଗିରଥି ସାଗର (ନୂଆ ପୋଖେରୀ)ର ଏକ ପାର୍ଶ୍ଵରେ ବହୁଦିନ ଧରି ପଡିରହିଥିବା ଅଳିଆ ଆବର୍ଜ୍ଜନା ଏବଂ ପ୍ଲାଷ୍ଟିକ, ପଲିଥିନକୁ ସଫା କରିଥିଲେ। ଏହା ସହିତ ପୋଷ୍ଟର ଲଗାଇ ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ପୋଖରୀରେ ଅଳିଆ ନ ପକାଇବା ପାଇଁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍ ଢେଙ୍କାନାଳର ପୂର୍ବତନ ସଭାପତି ହର୍ଷବର୍ଦ୍ଧନ ସିଂଦେଓ ଏବଂ ରୋଟ୍ରାକ୍ଟ କ୍ଳବ୍ ଦାୟିତ୍ଵରେ ଥିବା ଶ୍ରୀଧର ଇପିଲି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରୋଟ୍ରାକ୍ଟ କ୍ଳବ୍ ତରଫରୁ ଶିବ ପ୍ରସାଦ ସ୍ଵାଇଁ, ଅଭିଳାଷ ସାହୁ, ଅଭିଷେକ , ପ୍ରେମଜିତ୍, ଅମ୍ରିତା, ଅମିଶା, ଅବିନାଶ, ଚିନୁ, ଆଶୀର୍ବାଦ ଏବଂ ରଞ୍ଜନ ଯୋଗଦେଇ ସଫେଇ କାର୍ଯ୍ୟକୁ ସଫଳ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ପୁନର୍ବାର ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

masiha

ମାଁ କଙ୍କାଳୁଣୀ ଠାକୁରାଣୀଙ୍କର ପୌଷ ମଣ୍ଡେଇ ପାଳିତ

masiha

ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଆମ ପୋଷାକ, ଆମ ପରିଚୟ’ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!