ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼େଇଲେ ସୁବର୍ଣ୍ଣରେଖା ସେବା ସଂଘ

ବାଲେଶ୍ଵର,୧୧/୪/୨୩ – ଭଗବାନ କେତେବେଳେ କାହାକୁ ବି ଦୁଃଖ ଦେଇଥାନ୍ତି ତାହା ସେ ହିଁ ଜାଣିଥାନ୍ତି । ଘଟଣା ଟି ବାଲିଆପାଳ ବ୍ଲକ ଅନ୍ତର୍ଗତ କୁଲ୍ଲା ଗ୍ରାମର । ପ୍ରଭଞ୍ଜନ ପ୍ରମାଣିକ ବୟସ ୩୦, ତାଙ୍କର ଗୋଟିଏ ଝିଅ ୨ଟି ପୁଅ । ବାପା ଆଜକୁ ୪ବର୍ଷ ହେଲା ମୃତ୍ୟୁ ବରଣ କରିଥିବା ବେଳେ ୨ବର୍ଷ ପରେ ମା ମୃତ୍ୟୁ ବରଣ କରିଛନ୍ତି । ପରେ ପ୍ରଭଞ୍ଜନର ମୃତ୍ୟୁ ହୃଦଘାତରେ ହୋଇଥିଲା । ପିଲା ୩ଜଣ ଛୋଟ ଛୋଟ ହୋଇଥିବା ବେଳେ ପରିବାରର ରୋଜଗାର କରିବାକୁ କେହି ନାହିଁ କି ତାଙ୍କ କଥା ବୁଝିବା କୁ ବି କେହି ସେମିତି ନାହିଁ, ସ୍ତ୍ରୀ ବିଧବା ତାଙ୍କର ବି ସେତେ କିଛି ବୟସ ବେଶୀ ନୁହେଁ, ଜମି ବାଡ଼ି ବି ନାହିଁ, ଯେଉଁ ଜାଗାରେ ଘର କରିଛନ୍ତି ସେ ଜାଗାଟି ବି ସରକାରଙ୍କ ଜାଗା, ଛୋଟ ପିଲାମାନେ ପାଠ ପଢ଼ିବା ପାଇଁ ଓ ଚଳିବା ପାଇଁ ଅର୍ଥ ସାଜିଛି ବାଧକ । ଏମିତି ଦୁଃଖ ଭିତରେ କାଟୁଚି ଜୀବନ, ଜୀବନରେ ଦୁଃଖ କଷ୍ଟ ସହି ଆସୁଥିବା ମାଆଙ୍କ ଦୁଃଖ କହିଲେ ନ ସରେ । ଏମିତି ଦୁଃଖଦ ଖବର ଟି ସୁବର୍ଣ୍ଣରେଖା ସେବା ସଙ୍ଘ ପାଖରେ ଖବର ପହଞ୍ଚିଥିଲା । ସଂଘର ସଭାପତି -ଉମେଶ ପାତ୍ର, ଉପ ସଭାପତି -ଶ୍ରୀକାନ୍ତ ରଣା, ସମ୍ପାଦକ -ମନୋରଞ୍ଜନ ଗିରି, ସହ ସମ୍ପାଦକ -ପ୍ରଶାନ୍ତ ଦାସ, ଉପଦେଷ୍ଟା -କନକ ଲତା ଗିରି ଓ ଅନ୍ୟ ସଦସ୍ୟ ସଦସ୍ୟାଙ୍କ ନିଜ ପ୍ରଚେଷ୍ଟାରେ କିଛି ସଉଦା ସାମଗ୍ରୀ ଓ ଟଙ୍କା ସେହି ଅସହାୟ ଗରିବ ମା ଙ୍କୁ ପ୍ରଦାନ କଲେ । ତାଙ୍କର ଏହି ଛୁଟିଆ ସାହାଯ୍ୟ ଆଉ କିଛିଦିନ ପାଇଁ ପରିବାରକୁ ଶାନ୍ତନା ଦେବ ।।

ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଖରିଆର ହେଲ୍ପପିଙ୍ଗ ଫର୍ ହେଲ୍ପଲେସ୍ ଫାଉଣ୍ଡେସନ ସଙ୍ଗଠନର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସରେ ରେ ସୋସିଆଲ ୱେଲଫେୟାର ଅର୍ଗାନେଯେସନ ସମ୍ବର୍ଦ୍ଧିତ 

masiha

ସରାଗୁଡା ବିଦ୍ୟାଳୟର ଶିକ୍ଷକ ବଦଳିକୁ ନେଇ କାନ୍ଦିଲେ ଛାତ୍ରୀ ଛାତ୍ର 

masiha

୭୮ ତମ ସ୍ଵାଧୀନତା ଦିବସ ଅବସରରେ ସି ଆଇ ଟି ୟୁ ପକ୍ଷରୁ ସ୍ଵାଧୀନତା ଓ ସମ୍ବିଧାନର ସୁରକ୍ଷା ଦାବିରେ ଗଣଦୌଡ

masiha

Leave a Comment

error: Content is protected !!