ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସତସଙ୍ଗ କମିଟି ତରଫରୁ ଗୀତା ଯଜ୍ଞ 

ମ.ରାମପୁର,୧୭/୪(ମସୀହା): ମ.ରାମପୁର ଉତେଇ ବିହାର (କଲେଜ ପଡ଼ା) ଠାରେ ଥିବା ସତସଙ୍ଗ କମିଟୀ ତରଫରୁ ଗୀତା ଯଜ୍ଞ ସମାପନ ହେଇଯାଇଛି । ୧୬ ତାରିଖ ସକାଳ ୭ ଘଣ୍ଟା ସମୟରେ କଳସ ଯାତ୍ରା ସହିତ ଅଧିବାସ କାର୍ଯ୍ୟକ୍ରମ ହେବାପରେ ଗୀତ ଯଜ୍ଞ ଆରମ୍ଭ ହୋଇଥିଲା l ମୁଖ୍ୟ ଉପଦେଷ୍ଟା ସୁବାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ପୂଜା କାର୍ଯ୍ୟକ୍ରମ ସମାପନ ହେଇଥିବାବେଳେ ସଂପାଦକ କୁଳମଣି ଦାଶ ଯଜ୍ଞକର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । କ୍ଷୀରୋଦ ବିହାରୀ ଦାସ ପୂଜକ ଥିବାବେଳେ ସଭାପତି ନବୀନ କୁମାର ପ୍ରଧାନ, କୋଷାଧ୍ୟକ୍ଷ ବିଚିତ୍ରାନନ୍ଦ ମହାନ୍ତି, ଶମ୍ଭୁଭୂଷଣ ସାହୁ,ବନମାଳୀ ମହାଖୁଡୁ,ରାମେଶ୍ୱର ପ୍ରସାଦ ସାହୁ,ବିରଂଚି ମାଝୀ,ନବୀନ କୁମାର ସାହୁ,ନରେଶ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମା ତାରାତାରିଣୀ ମନ୍ଦିର କମିଟିର ପ୍ରସ୍ତୁତି ବୈଠକ 

masiha

ମହା ଆଡମ୍ବରରେ ସରସ୍ୱତୀ ପୂଜା ପାଳନ କଲା ଗୋପବନ୍ଧୁ ପାଠାଗାର

Sunil Chandra Nayak

ଖସିଗୁଡ଼ାରେ ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!