ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତି ସ୍ଥାପନ ପାଇଁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା/ ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ସେକ୍ଟର ୬ ଗଞ୍ଜାମ ପଲ୍ଲୀ ଅଙ୍ଗନବାଡି କେନ୍ଦ୍ର ଠାରେ ଶାନ୍ତି , ଦ୍ବନ୍ଦ ତଥା ସମାଧାନ ଶୀର୍ଷକ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ଲବର ଅଧ୍ୟକ୍ଷା ରୋଟାରୀଆନ ଆନାବେଲ ଡିସୌଜା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ । ନିଜ ଘରେ ଶାନ୍ତି ବଜାୟ ରଖିବା ପାଇଁ ଆହ୍ବାନ ଦେଇଥିଲେ ।ମୁଖ୍ୟବକ୍ତା ରୋଟାରୀଆନ କୁମାର ବେହେରା, ରୋଟାରୀଆନ ଗୌରୀ ନାଗ, ଉପସଭାପତି ରୋଟାରୀଆନ ସଂଧ୍ୟା ରାଣୀ ବରାଳ, ଡଃ ସରିତା ମଲ୍ଲ ପ୍ରମୁଖ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଶାନ୍ତି ସ୍ଥାପନ ନିଜ ଘରୁ ଆରମ୍ଭ ହେବା ଦରକାର । ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟକଲେ ତଥା ସ୍ବାବଲମ୍ବି ହୋଇପାରିଲେ ଶାନ୍ତି ମିଳିଥାଏ । ବସ୍ତି ବାସିନ୍ଦା ଘରକୁ ସ୍ବଚ୍ଛ ରଖିବା ସହ କଳିତକରାଳ ଠାରୁ ଦୂରେଇ ରହିଲେ ସମାଜରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇଥାଏ । ଘରର ମା ବୋହୁ ତ୍ରିଶକ୍ତି ର ଆଧାର ହୋଇଥିବାରୁ ସେମାନଙ୍କ ଶକ୍ତିକୁ ଉପଯୋଗ କରି ନିଜ ପରିବାରରେ ଶାନ୍ତି ରଖିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା ପାଇଁ ମତ ରଖିଥିଲେ ।କ୍ଲବର ସହ ସଂପାଦିକା ରୋଟାରୀଆନ ଲଳିତା ମୁଦୁଲି ଧନ୍ୟବାଦ ଅର୍ପଣ କରିଥିବାବେଳେ ଉପଦେଷ୍ଟା ରୋଟାରୀଆନ ଡଃ ଅଞ୍ଜନା ମୈତ୍ର, ସଂପାଦକ ରୋଟାରୀଆନ ପିଉ ଗୁହା, ରୋଟାରୀଆନ ରାଜେନ୍ଦ୍ର ପ୍ରସାଦ, ରୋଟାରୀଆନ କାବେରୀ ବାନାର୍ଜୀ, ରୋଟାରୀଆନ ଟୁନି ସାହୁ, ରୋଟାରୀଆନ ଆଲେକଜାଣ୍ଡାର ଡିସୌଜା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସ୍ବେଛାସେବୀ ସଂସ୍ଥା “ହେଲ୍ପ ଲାଇନ” ପକ୍ଷରୁ ୫ ଶହରୁ ଉର୍ଦ୍ଧ ବୃକ୍ଷ ରୋପଣ 

Sunil Chandra Nayak

ସାପ କାମୁଡାରେ ଯୁବତୀ ଆହତ

Sunil Chandra Nayak

ଡାବୁଗାଁ ଧାନ ମଣ୍ଡି ରେ ଧାନ କିଣା ନୋହିଲା:ମିଲର୍ସ ମାନେ ଏଫ୍ ଏ କ୍ୟୁ ଧାନ ନେବାକୁ ଚାହିଁଲେ 

masiha

Leave a Comment

error: Content is protected !!