ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କନ୍ୟାଶ୍ରମର ୬୮ ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ

ମୟୂରଭଞ୍ଜ- (ମସିହା) ଓଡ଼ିଶାର ତଥା ମୟୂରଭଞ୍ଜ ଜିଲ୍ଲାର ୧୯୫୫ ମସିହାରେ ପ୍ରଥମକରି ତଦକାଳୀନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ସୁନାରାମ ସୋରେନ ଙ୍କ ଦ୍ଵାରା ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଢିହାରେ ସ୍ଥାପିତ ହୋଇଥିବା ଅନୁସୂଚିତ ଜାତି/ଜନଜାତି ବାଳିକା ଉଚ୍ଚ ବିଦ୍ୟାଳୟର ୬୮ ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ପ୍ରଶାସକ ଶ୍ରୀ ଗୋକୁଳାନନ୍ଦ ସାହୁ, ସମ୍ମାନିତ ଅତିଥି ରାଇରଙ୍ଗପୁର ବିଡ଼ିଓ ସାଗର ଚନ୍ଦ୍ର ମୁର୍ମୁ,ଅନ୍ୟତମ ଅତିଥି ଜିଲ୍ଲା ମଙ୍ଗଳାଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ଦାସ, କଥାଶିଳ୍ପୀ ଲଳିତ ମହାନ୍ତପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ମଣ୍ଡାଳାଧୀଶ ଶ୍ରୀ ଚନ୍ଦ୍ରଭାନୁ ମହାପାତ୍ର ସଭାପତିତ୍ବ କରିଥିଲେ । ଶିକ୍ଷା ସମାଜର ପ୍ରଗତିର ରଥ । ପୃଥିବୀରେ ଯେଉଁ ଦେଶ ଯେତେ ଶିକ୍ଷିତ ସେ ଦେଶର ପ୍ରଗତି ସେତେ ଅଧିକ । ଶିକ୍ଷାନୁଷ୍ଠାନର ଶୈଖିକ ପରିବେଶ, ଶିକ୍ଷକ/ ଶିକ୍ଷୟତ୍ରୀ/ଛାତ୍ରୀ,ଅଭିଭାବକ ବୃନ୍ଦଙ୍କ ମଧ୍ୟରେ ସମନ୍ବୟ ଓ ସୁସଂପର୍କ ରହିଲେ ଛାତ୍ରୀମାନେ ଶିକ୍ଷାରେ ଆଗକୁ ବଢିପାରିଵେ ।ଖାଲି ପାଠ ପଢ଼ିଲେ ହେବ ନାହିଁ ସାଂପ୍ରତିକ ପରିସ୍ଥିତିରେ କ୍ରୀଡା, ନୃତ୍ୟ,କଳାମଧ୍ଯରେ ମଧ୍ୟ ନିଜକୁ ଗଢି ଆଗକୁ ବଢିବାର ଅଛି । ଶିକ୍ଷକ/ଶିକ୍ଷୟତ୍ରୀ ମାନେ ପିଲାମାନଙ୍କୁ ସ୍ବପ୍ନ ଦେଖାଇବାର ଅଛି ।କଠିନ ପରିଶ୍ରମ,ଅଧ୍ଯବସାୟ କେବେ ବୃଥା ଯାଏନି ବୋଲି ଅତିଥିଗଣ କହିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ସୋରେନ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ଗୌରଚନ୍ଦ୍ର ବାରିକ, ଶିକ୍ଷୟତ୍ରୀ ଶାଶ୍ବତୀ ମହାନ୍ତି ମଂଚ ପରିଚାଳନା କରିଥିଲେ । ଶିକ୍ଷୟତ୍ରୀ ହେମଲତା ମହାନ୍ତ, ପ୍ରଭାସିନୀ ସେଠୀ,ସାଗରିକା ମହାପାତ୍ର,ରଶ୍ମିବତୀ ମୁର୍ମୁ,ରାଜ କିଶୋର ସୋରେନ,ଲଳିତ ବାରିକ, ଗୁରୁପ୍ରସାଦ ମହାକୁଡ଼, ହରପ୍ରସାଦ ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ସରସ୍ଵତୀ ମହଲା କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ସଂପନ୍ନ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାଇକ ଦୁର୍ଘଟଣାରେ ତିନି ଗୁରୁତର ଆହତଙ୍କୁ ଉଦ୍ଧାର କରି ମହାନତା ଦେଖାଇଲେ ବ୍ଲକ ଅଧକ୍ଷା ପ୍ରତିନିଧି

Sunil Chandra Nayak

ରିଷିଡା: ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ 

masiha

ଦୁବାଇ ଗସ୍ତ ନେଇ ରାଇରଙ୍ଗପୁର ମିଶନ ଶକ୍ତି ସଂଘ ସଭାନେତ୍ରୀ ଲୀଳାବତୀଙ୍କୁ ବିପୁଳ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!