ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଚିଲିଗୁଡା ଚମ୍ପିୟାନ

 ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଠାରେ ମା ଠାକୁରାଣୀ ଅଣ୍ଡର ନାଇଟିଂ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୧୧ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ।ଏହି ଖେଳ ୮ ଦିନ ଧରି ଚିଲିଗୁଡା ଖାରି ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ଉଦଯାପିତ ଫାଇନାଲ ଖେଳ ଚିଲିଗୁଡା ବି ଟିମ ଏବଂ ରାଜପୁର ବି ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ଚିଲିଗୁଡା କ୍ରିକେଟ ଟିମ ଟଚ ଜିତି ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୧୨ ଓଭରରେ ଚିଲିଗୁଡା ମା ଠାକୁରାଣୀ କ୍ରିକେଟ ଦଳ ୧୫୬ ର ନ କରିଥିଲା ।ଜବାବରେ ରାଜପୁର ଜୟ ମା ଡୋ କରି କ୍ରିକେଟ ଦଳ ୧୨ ଓଭରରେ ୭ ଓଇକେଟ ହରାଇ ୬୦ ର ନ କରି ପରାଜିତ ହୋଇଥିଲା ।ଏହି ଖେଳକୁ ପରିଚାଳନା କରିଥିଲେ ବିନୟ ନ।ଏକ ଏବଂ ଯଶୋବନ୍ତ ନିଆଲ ।ଉଦଯାପିତ ପୁରସ୍କାର ବିତରଣ ଉତ୍ସବ ରେ ଜୁନାଗଡ଼ ବ୍ଲକ ଉପାଧକ୍ଷ ପ୍ରମୋଦ କୁମାର ବେହେରା ଯୋଗଦାନ କରି କ୍ରୀଡ଼ାର ମହତ୍ଵ ଏବଂ ଉଦେଶ୍ୟ ସମ୍ପର୍କରେ କ୍ରୀଡା ପ୍ରେମୀ ମାନଙ୍କୁ ଅବଗତ କରାଇଥିଲେ ।ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ,ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ରାଉତ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ସମାଜସେବୀ ଅଦଳ ନିଆଲ ପ୍ରମୁଖ ଯୋଗଦାନ କରି ବିଜେତା ଏବଂ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ ।ମେନ ଅଫ ଦ ସିରିଜ ଭାବରେ ସୁରଜ ବିହାରଙ୍କୁ ପୁରସ୍କୃତ କରାଯାଇ ଥିବା ବେଳେ ମେନ ଅଫ ଦ ମ୍ୟାଚ ଭାବରେ ଉପେନ ରଣା ଏବଂ ବେଷ୍ଟଭଲେନଟର ଭାବରେ ବସନ୍ତ ମାଝି ଙ୍କୁ ପୁରସ୍କୃତ କରାଯାଇ ଥିଲା ।କାର୍ଯ୍ୟକ୍ରମ ରେ ଆୟୋଜକ କମିଟିର ଶେଖର ମାଝି ,ଆକାଶ ବାରିକ ,ଗୋପ ବନ୍ଧୁ ନ।ଏକ ,ସହଦେଵ ସାହୁ ,ପପୁ ନାଗ ,ଅନନ୍ତ ମାଝି ,ମୋହନ ମାଝି ,ରାଜ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ରେ ନୀଳକଣ୍ଠ ନ।ଏକ ମଞ୍ଚ ପରିଚାଳନା କରିଥିବାବେଳେ ନନ୍ଦିକୃଷ୍ଣ ନ।ଏକ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଓ ଖେଳ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ମଣ୍ଡେଇ କ୍ରିକେଟ ମ୍ୟାଚ ଦ୍ଵିତୀୟ ଦିନ:ପ୍ରଶାସନ ଓ ପୋଲିସ ଟିମ ବିଜୟୀ 

masiha

୧୪ ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!