ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ପ୍ରସିଦ୍ଧ ୩୩ ତମ ରଥଯାତ୍ରା ପାଇଁ ଜଗନ୍ନାଥ ମନ୍ଦିରରେ ରଥକାଠ ଅନୁକୂଳ

 ମୟୂରଭଞ୍ଜ -୨୩/୪ (ମସିହା) ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ‘ଅକ୍ଷୟ ତୃତୀୟା ‘ପର୍ବ ପାଳନ କରାଯାଏ । ଉତ୍କଳୀୟ ସଂସ୍କୃତିର ଏହା ଏକ ଅତ୍ୟନ୍ତ ମହାନ ପବିତ୍ର ପର୍ବ ।ଏହି ଦିନ ଦାନ,ଧାନ,ଧର୍ମ କରି ବିଭୁକୃପା ଲାଭ କରାଯାଏ । ଉତ୍କଳୀୟଙ୍କର ପ୍ରାଣ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ରଥ ନିର୍ମାଣ କାର୍ଯ୍ୟ,ଚନ୍ଦନ ଯାତ୍ରା, କୃଷକମାନଙ୍କର ଅଖିମୁଠି ଅନୁକୂଳ ଆଦି ଆରମ୍ଭ ହୋଇଥାଏ ।ଆଜି ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜଗନ୍ନାଥ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ରଥଖଳାରେ ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ରଥ ପାଇଁ ରଥ କାଠ ଅନୁକୂଳ ପାଇଁ ଭୋରୁ ମଙ୍ଗଳ ଆଳତୀ,ମଇଲମ, ସୂର୍ଯ୍ୟ ପୂଜା,ଦ୍ଵାରପାଳ ପୂଜା, ସ୍ନାନ ମଣ୍ଡପରରେ ରଥକାଠ ପୂଜା ଆଦି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ଦେବୋତ୍ତର ଅଧିକାରୀ/ ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସଙ୍କ ଏବଂ ରଥ କମିଟି ନୂତନ ଅଧ୍ଯ୍ଯକ୍ଷ / ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟନାୟକଙ୍କ ସହଯୋଗ, ଏବଂ ରଥକମିଟିର ସଦସ୍ୟଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା ।ରଥ କମିଟିର ବରିଷ୍ଠ ସଦସ୍ୟ କୃଷ୍ନବିହାରୀ ମହାନ୍ତି, ବିଶ୍ଵକର୍ମା ରାମଚନ୍ଦ୍ର ମହାରଣା ପ୍ରମୁଖ ପୂଜା କାର୍ଯ୍ୟରେ ବସି ସଂପୁର୍ଣ୍ଣ ଦାୟିତ୍ଵ ନିଭାଇଥିଲେ ।ପରେ ବିଶ୍ଵକର୍ମା ରାମଚନ୍ଦ୍ର ଦାରୁଙ୍କୁ ପୂଜାକଲାପରେ କୁରାଢ଼ିରେ କାଠ ଛେଦନ କରି ରଥକାଠ ଅନୁକୂଳ ଆରମ୍ଭ କରିଥିଲେ । ଏଥିରେ ରଥ କମିଟି ବରିଷ୍ଠ ସଦସ୍ୟ ମନୋରଂଜନ ମହାନ୍ତି,ନୀରଜ ପଣ୍ଡା, ଆଲୋକ ଅଗ୍ରୱାଲ,ଅଶୋକ ଅଗ୍ରୱାଲ,ଦିବ୍ଯକାନ୍ତ ଖୁଣ୍ଟିଆ,ଦୀପକ ମହାନ୍ତି,ଭିକି ଶର୍ମା, ଅକ୍ଷୟ ବିଶ୍ବାଳ,ଦୋବୋତ୍ତର ବିଭାଗର ବରିଷ୍ଠ ସଦସ୍ୟ ପ୍ରସାଦ ବେହେରା ଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଆଗାମୀ ୩୩ ତମ ଗୁଣ୍ଡିଚା ଯାତ୍ରା ଏବଂ ବାହୁଡା଼ ଯାତ୍ରା ଯେଭଳି ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ ହେବ ସମସ୍ତେ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଗୁହାରି କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବୃନ୍ଦବାହଲ ପ୍ରହରୀ ମଣ୍ଡପରେ ଷୋହଳ ପ୍ରହର ନାମଯଜ୍ଞ

Sunil Chandra Nayak

ରାଇରଙ୍ଗପୁରେ ବାହୁଡ଼ାଯାତ୍ରାରେ ଅବସରରେ ବାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ଅନ୍ନପ୍ରସାଦ ବଣ୍ଟନ ସେବା

masiha

କନକପୁରରେ ବିରାଟ କଳସ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!