ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର କୃଷି ବିଭାଗ ପକ୍ଷରୁ ପୋଖରା ଗ୍ରାମରେ ଅକ୍ଷୀ ମୁଠି ଅନୁକୂଳ ପୂଜା

ଥୁଆମୂଳ ରାମପୁର:୨୪/୦୪ – (ମନିସ):- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ନିକଟସ୍ଥ ପୋଖରା ଗ୍ରାମ ଠାରେ କୃଷି ବିଭାଗ ପକ୍ଷରୁ କୃଷକ ଦିବସ ପାଳିତ ହୋଇଯାଇଛି। କୃଷି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ସ୍ବରୂପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭକାନ୍ତ ନାଏକ, ସମ୍ମାନିତ ଅତିଥି ମାନଙ୍କ ମଧ୍ୟରୁ ସମାଜ ସେବୀ ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ସାଂସଦ ପ୍ରତିନିଧି ଶ୍ରୀ ବିଷ୍ଣୁ ନାଏକ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ ପ୍ରମୁଖ ଯୋଗଦେଇଥିଲେ। ଗ୍ରାମର ଜାନୀ ବୁଢା ମାଝୀ ଓ ଅଭିରାମ ମାଝୀ ଙ୍କ ଦ୍ଵାରା ଭୂମି ପୂଜାର୍ଚ୍ଚନା କରାଯିବା ପରେ ଅକ୍ଷୟ ମୁଠି ଅନୁକୂଳ ପୂର୍ବକ ମାଟିରେ ପକାଯାଇ ଭୂମିକୁ ହଳ କରାଯାଇଥିଲା। ବ୍ଳକ କୃଷି ବିଭାଗ କର୍ମଚାରୀଙ୍କ ମଧ୍ୟରୁ ଭିଏଡବ୍ଳୁ ଶ୍ରୀ ରାକେଶ ରୋସନ ମେହେର, ଶ୍ରୀ ସୁମନ୍ତ ନାଏକ, ଶ୍ରୀ ସିଦ୍ଧାର୍ଥ ନାଏକ ସମତ୍ ଅନ୍ଯାନ୍ଯ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ହୋ ଭାଷାର ଓରାଂଚିତି ଲିପି କୁ ଅଷ୍ଟମ ଅନୁସୂଚୀ ରେ ସାମିଲ କରିବା ନେଇ ତିରିଂ- ରାଇରଙ୍ଗପୁର ରୁ ଭୂବନେଶ୍ବର କୁ ୧୦ ଜଣିଆ ହୋଭାଷା ସଂଗ୍ରାମୀ ଙ୍କ ପଦଯାତ୍ରା 

Sunil Chandra Nayak

ବେହେରେନସିଲେଟ ଗାଁର ଗଣେଶ ମହତଙ୍କ ବିୟୋଗ 

ସାଢେ ୩ଫୁଟିଆ ଚନ୍ଦ୍ର ନାଗ ଉଦ୍ଧାର

masiha

Leave a Comment

error: Content is protected !!