ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁଗାଁର ନୃତନ ଏସଡ଼ିପିଓ ଶୁଭ୍ରାଂଶୁ ମିଶ୍ରଙ୍କୁ ସାକ୍ଷାତ କରିବା ସହିତ ସ୍ବାଗତ ସମ୍ୱର୍ଦ୍ଧନା ଜଣେଇଲେ ଚିଲିକା ରିପୋର୍ଟର ଆସୋସିଏସନ ସଦସ୍ୟ

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ରିପୋର୍ଟର ଆସୋସିଏସନ ପକ୍ଷରୁ ବୁଧବାର ଦିନ ବାଲୁଗାଁର ନୃତନ ଏସଡ଼ିପିଓ ଭାବେ ଯୋଗଦେଇ ଥିବା ଶୁଭ୍ରାଂଶୁ ମିଶ୍ରଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ସ୍ବାଗତ ସମ୍ୱର୍ଦ୍ଧନା ଜଣେଥିଲେ ଚିଲିକା ରିପୋର୍ଟର ଆସୋସିଏସନ ସମସ୍ତ ସଦସ୍ୟ। ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳରେ ଟ୍ରାଫିକ ସମସ୍ୟାର ସମାଧାନ, ନିଶାଦ୍ରବ୍ୟ ଉପରେ କଟକଣା ଲଗେଇବା ଏବଂ ବିକଟାଳ ଶବ୍ଦ ଏବଂ ଦ୍ରୁତ ବାଇକ୍ ଚାଳକଙ୍କ ଉପରେ କିପରି କାର୍ଯ୍ୟନୁଷ୍ଟାନ ନିଆ ଯିବ ସେ ସମ୍ପର୍କରେ ଚିଲିକା ରିପୋର୍ଟର ଆସୋସିଏସନ ସମସ୍ତ ସଦସ୍ୟ ନୃତନ ଏସଡ଼ିପିଓ ଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ଚିଲିକା ରିପୋର୍ଟର ଆସୋସିଏସନ ସଭାପତି ସୁନିଲ ସୁବୁଦ୍ଧି, ସମ୍ପାଦକ ଅମିତାଭପଟଯୋଶି ଙ୍କ ସମେତ ବରିଷ୍ଟ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ହିମାଳୟ ଶତପଥୀ, ସେକ୍ ମଇନୁଲ ହକ, ଅନନ୍ତ ଚରଣ ବାରିକ, ପ୍ରବୋଧ ବିଶ୍ଵାଳ, ରାକେଶ ସାହୁ, ସେକ୍ ସୌକତ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ।।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଆଦି କର୍ମ ଯୋଗୀ ଅଭିଯାନ କାର୍ଯ୍ୟକ୍ରମ 

Sunil Chandra Nayak

ଓଡ଼ିଶା ବନ୍ଦ ଡାକରା ଯୋଗୁଁ ଥୁଆମୂଲ ରାମପୁର ଅଞ୍ଚଳବାସୀ ଯାତାୟାତ ବାଧାପ୍ରାପ୍ତ

Sunil Chandra Nayak

ଏସ୍‌ପିସିବି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ , ପରିବେଶ ଆଧାରିତ ଜୀବନଶୈଳୀ ଆପଣାଇବା କୁ ଆହ୍ୱାନ

Leave a Comment

error: Content is protected !!