ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

15 ପ୍ରକଳ୍ପର ଭୂମି ପୂଜନ କଲେ ମନ୍ତ୍ରୀ ଢୋଲକିଆ

ନିର୍ବାଚନ ମଣ୍ଡଳୀର 4 ଟିସ୍ଥାନରେ ଓଲ୍ହାଇଲା ହେଲିକେପ୍ଟର

ପାପଡାହାଣ୍ଡି,28/4, ମନିସ — ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀକୁ ଶୁକ୍ରବାର ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଗସ୍ତ କରିଥିଲେ | ଏହି ସମୟରେ ସେ ବ୍ଲକର 15 ଗୋଟି ପ୍ରକଳ୍ପର ଭୂମିପୂଜନ କରିଥିଲେ | ନିର୍ବାଚନ ମଣ୍ଡଳୀର ଇତିହାସରେ ପ୍ରଥମ ଥର ଗୋଟିଏ ଦିନରେ 4 ଟି ସ୍ଥାନକୁ ହେଲିକେପ୍ଟର ଓଲ୍ହାଇଥିଲା | ଡାବୁଗାଁ ବ୍ଲକ କୁସୁମ ବନ୍ଧ ଠାରେ କାର୍ଯ୍ୟକ୍ରମ ସାରି ମନ୍ତ୍ରୀ ଢୋଲକିଆ ଦିନ 1. 30 ଘଣ୍ଟ ସମୟରେ ଚେରଚେଟା ପଂଚାୟତ ସଦରର ହାଇସ୍କୁଲ ପଡିଆରେ ହେଲିକେପ୍ଟରରେ ଓଲ୍ହାଇଥିଲେ | ଏହି ଅବସରରେ ମନ୍ତ୍ରୀଙ୍କୁ ବିଜେଡି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା | ବ୍ଲକର 15 ଗୋଟି ପ୍ରକଳ୍ପର ଏକ ସଂଗେ ଭୂମିପୂଜନ କରିଥିଲେ | ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସଂପର୍କ ରେ ସେ କହିବା ସହ ସ୍ଥାନୀୟ ଡାବୁଗାଁ ବିଧାୟକଙ୍କ ଇଛା ଶକ୍ତି ଓ ପ୍ରଚେଷ୍ଟା ଯୋଗୁଁ ନିର୍ବାଚନ ମଣ୍ଡଳୀର 4 ଗୋଟି ସ୍ଥାନରେ 120 କୋଟି ଟଙ୍କାର ଭୂମିପୂଜା ହୋଇପାରିଥିବା କହିଥିଲେ | ଲୋକଙ୍କ ଲାଗି ସରକାର ସବୁବେଳେ ଚେଷ୍ଟିତ ତେଣୁ ଅଗାମି ନିର୍ବାଚନରେ ମଧ୍ୟ ବିଜେଡି ଦଳକୁ ସମର୍ଥନ ଜାରି ରଖିବା ଲାଗି ନିବେଦନ କରିଥିଲେ | ସେଠାରୁ ସେ କୋସାଗୁମୁଡା ବ୍ଲକ ମିରମିଣ୍ଡାକୁ ଗସ୍ତ କରିଥିଲେ | 3.30 ସମୟରେ ସେମଳା ବାଲି ପଡିଆରେ ପହଁଚି ଉପସ୍ଥିତ ଜନ ସାଧାରଣଙ୍କୁ ଉଦବୋଧନ ଦେଇଥିଲେ | ଏହି ସମୟରେ ଏମପି ରମେଶ ମାଝୀ ଯୋଗଦେଇ ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ କହିଥିଲେ | ନିଜ ସଂସଦୀୟ କ୍ଷେତ୍ର ପାଇଁ ସେ ସବୁବେଳେ ଚେଷ୍ଟିତ ବୋଲି କହିଥିଲେ | ବିଜେଡି ସରକାର ଆସିବା ପରେ ସାରା ଓଡିଶାର ଉନ୍ନତି କରଣ ହୋଇଥିବା କହିଥିଲେ | ସେହିପରି ଡାବୁଗାଁ ବିଧାୟକ ମନହୋର ରନ୍ଧାରି ଯୋଗଦେଇ ଆଜି ଏକ ଐତିହାସିକ ଦିନ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳର ଉନ୍ନତି ଲାଗି 15 ଗୋଟି ପ୍ରକଳ୍ପ କୁ ଅନୁମୋଦନ କରିଥିବା କହିବା ସହ ରମେଶ ଓ ସେ ଦୁହେଁ ଜିଲ୍ଲାର ଶଗଡ଼ ର ବଳଦ, ଯେତେ କଷ୍ଟ ବାଧା ଓ ଢିପ ଆସିଲେ ବି ଅଞ୍ଚଳର ସମସ୍ୟା ସଂପର୍କରେ ସରକାରଙ୍କୁ ଜଣାଇ ଏହାର ଉନ୍ନତି କରଣ ଲାଗି ପ୍ରତିଜ୍ଞା ବଦ୍ଧ ବୋଲି କହିଥିଲେ | ନିର୍ବାଚନ ସମୟରେ ଆମେ ଯେଉଁ ସବୁ ପ୍ରତିଶୃତି ଦେଇଥିଲୁ ବର୍ତମାନ ତାହା କାର୍ଯ୍ୟକାରୀ କରୁଛୁ | ମନ୍ତ୍ରୀଙ୍କ ଗସ୍ତ ସମୟରେ ଜିଲ୍ଲା ପରିସଦ ଅଧକ୍ଷ ମୋତିରାମ ନାୟକ,ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପଧକ୍ଷ ସୁଶାନ୍ତ କୁମାର ବେହେରା, ଏସ୍ଡ଼ିସି ଅଧକ୍ଷ ଗଣ୍ଡ, ଉପଧକ୍ଷା ଭାନୁମତି ପୁଜାରି, ନିବେଦିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ | ଏହି ସମୟରେ ସରପଞ୍ଚ, ସମିତି ସଭ୍ୟା ସଭ୍ୟ ସହ ବିଜେଡିର ବହୁ କର୍ମୀ ଉପସ୍ଥିତ ଥିଲେ | ଉଭୟ ସ୍ଥାନରେ 20 ହଜାର ଲୋକଙ୍କ ସମାଗମ ହୋଇଥିଲା | ଶାନ୍ତି ଶୃଙ୍ଖଳା ଲାଗି ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ, ଆଇଆଇସି ଦୀପକ ଜେନା ସହ ଅଗ୍ନିଶମ ବିଭାଗ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଞ୍ଛାନିଧି ମହାନ୍ତି ଥିଲେ ଓଡ଼ିଶା ମାଟିର ବିଲକ୍ଷଣ ପ୍ରତିଭା

Sunil Chandra Nayak

ଧର୍ମଗଡ଼ରେ ନିର୍ବାଚନ ମଣ୍ଡଳ ସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ

Sunil Chandra Nayak

କଳାହାଣ୍ଡି ଜିଲ୍ଲାରୁ ସୋମନାଥ ଦର୍ଶନ ଯାତ୍ରା 

Sunil Chandra Nayak

Leave a Comment

error: Content is protected !!