ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପ୍ରେମିକାର ପ୍ରତାରଣା ସହିପାରିଲେନି ଯୁବକ , ହ୍ବାଟ୍‌ସଆପ୍‌ରେ ଷ୍ଟାଟସ୍ ଦେଇ କଲେ ଆତ୍ମହତ୍ୟା

ପ୍ରେମରେ ମିଳିଲା ଧୋକ୍କା । ହ୍ବାଟ୍‌ସଆପ୍‌ରେ ଷ୍ଟାଟସ୍ ଦେଇ ଝୁଲିପଡିଲେ ଯୁବକ l ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁଚୁଆଁ ଗାଁରେ ଦେଖିବାକୁ ମିଳିଛି l ମୃତ ଯୁବକ ହେଲେ ଧର୍ମଗଡ ଥାନା ଅଏଁଲାଜୋର ଗାଁର ହିମାଂଶୁ ଭଇଁସାଲ l

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁଚୁଆଁ ଗାଁରେ ଘଟିଛି ଅଭାବନୀୟ ଘଟଣା । ଯୁବକ ଜଣଙ୍କ ପ୍ରେମରେ ଧୋକ୍କା ମିଳିବା ପରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁ । ଜଣେ ଝିଅ ତାଙ୍କୁ ଧୋକ୍କା ଦେଇଥିବାରୁ ସହି ନପାରି ସେ ଆତ୍ମହତ୍ୟା କରିଥିବା ଷ୍ଟାଟସ୍‌ରେ ଉଲ୍ଲେଖ ରହିଛି ।

ଯୁବକ ଜଣଙ୍କ ଭାଲୁଚୁଆଁ ଗ୍ରାମରେ ଜେସିବି ଗାଡି ଡ୍ରାଇଭର ଭାବେ କାମ କରୁଥିଲେ l ବିଳମ୍ବିତ ରାତିରେ ଷ୍ଟାଟସ୍ ଦେଇ ବେକରେ ରଶି ଲଗାଇ ଏକ ଗଛରେ ଝୁଲି ପଡିଛନ୍ତି l ତା ବିନା ବଞ୍ଚିବା ସମ୍ଭବ ନୁହେଁ ବୋଲି ମୋବାଇଲରେ ଷ୍ଟାଟସ୍ ରଖିଛନ୍ତି l ତାଙ୍କ ମୋବାଇଲ ଷ୍ଟାଟସ୍ ଭାଇରାଲ୍ ହୋଇଥିବା ଯୋଗୁଁ ଏହା ଏକ ପ୍ରେମଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି l ଏପରିକି ଷ୍ଟାଟସ୍‌ରେ ଜଣେ ଯୁବବତୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବାର ଦୃଶ୍ୟ ଥିବା ମଧ୍ୟ ଜଣାପଡିଛି l

ଯୁବକଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକ କୋକସରା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି l ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଆସିପାରିବ ବୋଲି ପୋଲିସ ସୂଚନା ଦେଇଛି l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଡାବୁଗାଁ ବନ ବିଭାଗର ଚଢାଉ କଲରାପତରିଆ ବାଘ ଛାଲ ଜବତ, ୫ ଜଣ ଗିରଫ 

Sunil Chandra Nayak

ଅଢେ଼ଇ ମାସ ହେଲା ନିଖୋଜ ବହୁ ଚର୍ଚ୍ଚିତ ଓକିଲ ଗୁଲେଶ ଗୋଛାୟତ ମୃତଦେହ ଏକ ପୋଖରୀରୁ କାର୍ ସହିତ ଉଦ୍ଧାର 

Sunil Chandra Nayak

ଷ୍ଟେଟ ବ୍ୟାଙ୍କ ଏଟିଏମ ରୁ ଟଙ୍କା ଲୁଟ, ଘଟଣା ବର୍ତ୍ତମାନ ସୁଦ୍ଧା  ପୁଲିସର ହାତ ଖାଲି

masiha

Leave a Comment

error: Content is protected !!