ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶନି ମହାରାଜ ଙ୍କ ପୂଜା ଓ ଯଜ୍ଞ

କାମାକ୍ଷାନଗର-(ମ ନି ସ)29/4/23 //ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପଲ୍ଲୀ ଶାନ୍ତରାପୁର ରେ ଶନିଶ୍ଚର ମହାରାଜା ଙ୍କର ପୂଜା ଓ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ପୂଜା ରେ ଗ୍ରାମର ସମସ୍ତ ବ୍ରତାଧାରୀ ମହିଳା ଓ ପୁରୁଷ ମାନେ ମାନସିକ ରଖି ଓଷା କରିଥିଲେ l ଗ୍ରାମର ଏହି ପୀଠ ରେ ମାନସିକ ରଖି ଶ୍ରଦ୍ଧା ର ସହିତ ପୂଜା କଲେ ସମସ୍ତ ଫଳ ପ୍ରାପ୍ତି ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି l ପ୍ରଥମେ ବ୍ରତାଧାରୀ ମାନେ ସମୀ ଗଛ ରେ ଜଳ ଅର୍ପଣ କରି ଧୂପ ଦୀପ ଅର୍ପଣ କରିଥିଲେ l ମାନ୍ୟତା ଅଛି ସମୀ ଗଛ ଶନି ଦେବ ମହାରାଜ ଙ୍କର ଚଳନ୍ତି ପ୍ରତିମା l ସେଥିପାଇଁ ପ୍ରଥମେ ସମୀ ଗଛ କୁ ପୂଜା କରାଯାଏ ଓ ତାପରେ ଶନିଦେବ ଙ୍କୁ ପୂଜା କରାଯାଏ l ଯଜ୍ଞ ରେ ବସି ସମସ୍ତ ବ୍ରତାଧାରୀ ପୂଜା ଅର୍ଚନା କରିଥିଲେ l ଆଜି ଦିନ ଦୁଇଟା ବେଳେ ପୂଜା ଆରମ୍ଭ ହୋଇ ପାଞ୍ଚଟା ବେଳେ ଯଜ୍ଞ ର ପୂର୍ଣ୍ଣାହୁତି ଦିଆଯାଇଥିଲା l ସମସ୍ତ ବ୍ରତାଧାରୀ ମାନେ ପ୍ରସାଦ ସେବନ କରି ଘରକୁ ପ୍ରସ୍ଥାନ କରିଥିଲେ l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଚଚରାଗୁଡା ସ୍ଥିତ ମା ଠାକୁରାଣୀ ଙ୍କ ନବ ଦିନାତ୍ମକ ଘଣ୍ଟଯାତ୍ରା ଶାନ୍ତି ଶୃଙ୍ଖଳିତ ଭାବେ ସମାପିତ 

Sunil Chandra Nayak

ମା ମଙ୍ଗଳାଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା

masiha

ପୋଖରିଆ ଗ୍ରାମରେ ମା’ ଵନଦୁର୍ଗାଙ୍କ ପୂଜାର୍ଚ୍ଚନା ଧୂମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!