ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶନି ମହାରାଜ ଙ୍କ ପୂଜା ଓ ଯଜ୍ଞ

କାମାକ୍ଷାନଗର-(ମ ନି ସ)29/4/23 //ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପଲ୍ଲୀ ଶାନ୍ତରାପୁର ରେ ଶନିଶ୍ଚର ମହାରାଜା ଙ୍କର ପୂଜା ଓ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ପୂଜା ରେ ଗ୍ରାମର ସମସ୍ତ ବ୍ରତାଧାରୀ ମହିଳା ଓ ପୁରୁଷ ମାନେ ମାନସିକ ରଖି ଓଷା କରିଥିଲେ l ଗ୍ରାମର ଏହି ପୀଠ ରେ ମାନସିକ ରଖି ଶ୍ରଦ୍ଧା ର ସହିତ ପୂଜା କଲେ ସମସ୍ତ ଫଳ ପ୍ରାପ୍ତି ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି l ପ୍ରଥମେ ବ୍ରତାଧାରୀ ମାନେ ସମୀ ଗଛ ରେ ଜଳ ଅର୍ପଣ କରି ଧୂପ ଦୀପ ଅର୍ପଣ କରିଥିଲେ l ମାନ୍ୟତା ଅଛି ସମୀ ଗଛ ଶନି ଦେବ ମହାରାଜ ଙ୍କର ଚଳନ୍ତି ପ୍ରତିମା l ସେଥିପାଇଁ ପ୍ରଥମେ ସମୀ ଗଛ କୁ ପୂଜା କରାଯାଏ ଓ ତାପରେ ଶନିଦେବ ଙ୍କୁ ପୂଜା କରାଯାଏ l ଯଜ୍ଞ ରେ ବସି ସମସ୍ତ ବ୍ରତାଧାରୀ ପୂଜା ଅର୍ଚନା କରିଥିଲେ l ଆଜି ଦିନ ଦୁଇଟା ବେଳେ ପୂଜା ଆରମ୍ଭ ହୋଇ ପାଞ୍ଚଟା ବେଳେ ଯଜ୍ଞ ର ପୂର୍ଣ୍ଣାହୁତି ଦିଆଯାଇଥିଲା l ସମସ୍ତ ବ୍ରତାଧାରୀ ମାନେ ପ୍ରସାଦ ସେବନ କରି ଘରକୁ ପ୍ରସ୍ଥାନ କରିଥିଲେ l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ ହେଲା ଶ୍ରୀ ରାମ ନବମୀ

Sunil Chandra Nayak

ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ

masiha

ଜୁନାଗଡ଼ ରେ ପବିତ୍ର ଘୋଷ ଯାତ୍ରା ସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!