ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ରୋଟାରାକ୍ଟ କ୍ଳବ ଅଫ୍ ରିମ୍ସ୍ ପକ୍ଷରୁ ଟଙ୍କ ତୋରାଣୀ ବଣ୍ଟନ

ବ୍ୟୁରୋ ନିୟୁଜ୍ // ୨/୦୫ – (ମନିସ):-  ରୋଟାରାକ୍ଟ କ୍ଳବ ଅଫ୍ ରିମ୍ସ ରାଉରକେଲା ଷ୍ଟିଲ୍ ସିଟି ଦ୍ଵାରା ପ୍ରୟୋଜିତ ମଇ ମାସ ତା ୦୧/୦୫/୨୦୨୩ ରିଖ ଦିନ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଏକ ପ୍ରକଳ୍ପ ରାହତ୍ ର ଆୟୋଜନ କରିଥିଲେ। ଏଥିରେ ରୋଟାରାକ୍ଟ କ୍ଲବ ପକ୍ଷରୁ  ଲୋକପ୍ରିୟ ଓଡିଆ ମାନଙ୍କ ପ୍ରଧାନ ପାନୀୟ ଟଙ୍କ ତୋରାଣି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମୂଖ୍ଯ ରାସ୍ତାରେ ସକାଳ ୧୦ ଘଣ୍ଟାରୁ ମଧ୍ଯାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଜନସାଧାରଣ ଙ୍କ ପାଇଁ ସେବାରେ ନିୟୋଜିତ ହୋଇଥିଲା। ରୋଟାରାକ୍ଟ  ମଇ ୧ ତାରିଖ ରୁ ଯୁବ ସେବା ମାସ ଭାବରେ ପାଳନ କରିଥିଲେ। ଏହି କାର୍ଯ୍ଯକ୍ରମ ଛେଣ୍ତର ମେନ୍ ଗେଟ୍ ସାମନାରେ ରିମ୍ସ  ପକ୍ଷରୁ  ଆୟୋଜନ କରା ଯାଇଥିଲା। ଏଥିରେ ନଳିନୀ ପ୍ରଭା ପଟ୍ଟନାୟକ,  ରିମ୍ସ୍ ଅଧ୍ୟକ୍ଷା ,  ରାଉଲକେଲା , ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ   ରୋଟାରାକ୍ଟ କ୍ଳବ ଅଧ୍ୟକ୍ଷା  ଅର୍ଚ୍ଚନା ମହାନ୍ତି ,ରାଉରକେଲା ଷ୍ଟିଲ ସିଟିର ରୋଟାରୀ କ୍ଲବର ଉପଦେଷ୍ଟା ଡ.ଅଞ୍ଜନା ମୈତ୍ର  ପ୍ରମୁଖ ଉପସ୍ଥିତ ରହି ମାର୍ଗ ଦର୍ଷନ ଦେଇ ଥିବାରୁ ଅଞ୍ଜନା ମୈତ୍ର  ଓ  ଟୁନିଦେବୀ ସାହୁ , ସଂନ୍ଧ୍ଯା ସାହୁ ,ଏବଂ  ଚମ୍ପାବତୀ ଅମାତ୍ ଙ୍କୁ ରୋଟାରାକ୍ଟ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି। ଏହି ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ  ଓ ସେବା କରିବାର ପରିକଳ୍ପନା ଓ ପରାମର୍ଶ ଦେଇଥିବାରୁ    ଅଧ୍ଯକ୍ଷ ରୋଟାରାକ୍ଟ କ୍ଳବ ଅଫ୍ RIMS ଦେବାଶୁଂ ଦାସ, ଓ RIMS ସେକ୍ରେଟାରୀ ଅଶୁଂ କୁମାରୀ  ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ  ଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଏହି ପ୍ରକ୍ରିୟାକୁ ସରଳ କରିବା ସହ ଦିଗ୍ ଦର୍ଶନ ଦେଇଥିବାରୁ   ସାଧୁବାଦ ଜଣାଇଥିଲେ। ପ୍ରଫେସର ଗାୟତ୍ରୀ କୁରୁପ  ଏବଂ HOD, ଛାତ୍ର ବ୍ଯାପର ପ୍ରଫେସର  ସିର୍ଦ୍ଧାର୍ଥ ଶଙ୍କର ପ୍ରଧାନ କାର୍ଯ୍ୟକ୍ରମ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ ତାଙ୍କୁ ସ୍ବତନ୍ତ୍ର ଭାବରେ କୃତଜ୍ଞତା ଜଣାଇଛନ୍ତି। ରାଉଲକେଲା ଷ୍ଟିଲ୍ ସିଟିର ରୋଟାରୀ କ୍ଳବ ଦ୍ଵାରା ପ୍ରାୟୋଜିତ RIMS ରୋଟାରାକ୍ଟ କ୍ଳବର ଅଧ୍ଯକ୍ଷ ପିପି ଅର୍ଚ୍ଚନା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆନ୍ତର୍ଜାତିୟ ଯୋଗ ଦିବସ 

masiha

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର – ୬ ରାଉରକେଲାରେ ହ୍ୟାକାଥନ ଓ କୋଡ଼ିଙ୍ଗ ପ୍ରଶିକ୍ଷଣ

Sunil Chandra Nayak

ପଦୋନ୍ନତି ସମୟ ସୀମାରେ କୋହଳ ପାଇଁ ରାୟଗଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କୃତଜ୍ଞତା

Sunil Chandra Nayak

Leave a Comment

error: Content is protected !!