ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ବ୍ୟୁରୋ ନିୟୁଜ୍  // ୨.୫.୨୩ ତାରିଖ ରେ କୋଲନରାସ୍ଥ ବ୍ରାହ୍ମଣ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷିକା ଜୀବନ ରୁ ଅବସର ନେଇ ଥିବା ଶ୍ରୀମତୀ ପଦ୍ମିନୀ କୁମାରୀ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଂପନ୍ନ ହୋଇ ସାରିଛି ।

ଏହି ଉତ୍ସବ ରେ ଅବସର ନେଇ ଥିବା ଶିକ୍ଷିକାଙ୍କ ସହ ବରିଷ୍ଠ ଶିକ୍ଷକ ସର୍ବଶ୍ରୀ ସୁରେନ୍ଦ୍ର ପାଢ଼ୀ, ତାଡ଼ିଂଗି ସିଂଗାନା,ମୂରଲୀଧର ଚିନ୍ତାଡ଼ା ଓ ଶିକ୍ଷିକା ଶ୍ରୀମତୀ ପି. ଶାେଭାରାଣୀ ପଟ୍ଟନାୟକ ମଂଚାସୀନ ଥିଲେ ।

 ଶିକ୍ଷକ ତଥା କବି ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀଙ୍କ ମଂଚ ପରିଚାଳନା ଓ ସଂଯୋଜନା ରେ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ବାଳକୃଷ୍ଣ ସାହୁଙ୍କ ଆଧ୍ୟାତ୍ମିକ ବନ୍ଦନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା ।

କୋଲନରା କ୍ଲଷ୍ଟର୍ ସି.ଆର୍.ସି. ଶ୍ରୀ ଦୀପକ୍ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କୋଲନରା କ୍ଲଷ୍ଟର୍ ର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ,ଶିକ୍ଷିକା ମାନେ ଯୋଗଦାନ ଦେଇ ଅବସର ନେଇ ଥିବା ଶିକ୍ଷକା ଶ୍ରୀମତୀ ପଦ୍ମିନୀ ସାହୁଙ୍କ ଗତ ଶିକ୍ଷକତା ଜୀବନର ସ୍ମୃତି ସବୁକୁ ସାଉଁଟି ଥିଲେ ।ଏହା ପୂର୍ବରୁ ଶ୍ରୀମତୀ ପଦ୍ମିନୀ ସାହୁ କୋଲନରା ର ଗୋପବନ୍ଧୁ ନଗର ବିଦ୍ୟାଳୟ ରେ ଶିକ୍ଷକତା କରୁ ଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ହିନ୍ଦୋଳ ପାଇଁ ଗୌରବ ଆଣିଲେ ବିଶ୍ୱଜିତ ସାହୁ 91ପ୍ରତିଶତ ରଖି +2ବିଜ୍ଞାନରେ ବି ସି ଏସ ଟି କଲେଜ ଟପର 

masiha

ଲଥାକେନ୍ଧ ଠାରେ ବିଶ୍ୱାସେ ଦଳ ସମାଜ ଦ୍ୱାରା ଶ୍ରୀ ଶ୍ରୀ ନୃସିଂହମହା ପ୍ରଭୂ ଙ୍କ କଳସ ଯାତ୍ରା 

masiha

ଶିଶୁସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ଦୁଇ ଦିନ ଧରି ସ୍କୁଲ ପରିସରରେ ଧାରଣା 

Sunil Chandra Nayak

Leave a Comment

error: Content is protected !!