ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ୟ ଆସର

ରାଉରକେଲା/ ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ୟ ଆସର ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଭୂପେନ ମହାପାତ୍ରଙ୍କ ସଭାପତିତ୍ବ ଓ ନିରୁପମା ପତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂ ଅଭୟ କୁମାର ଦାସ ମୁଖ୍ୟଅତିଥି, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ମୁଖ୍ୟବକ୍ତା ଓ ଡଃ ଅନ୍ତର୍ଜିତା ନାୟକ ସମ୍ମାନିତ ବକ୍ତା ଭାବେ ଯୋଗଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ସାହିତ୍ୟ ସମାଜର ପରିପୂରକ । ସମାଜକୁ ଶୃଙ୍ଖଳିତ ଓ ଆନନ୍ଦମୟ କରିବାରେ ସାହିତ୍ୟର ଭୂମିକା ରହିଛି । ସେହିପରି ସାହିତ୍ୟ କିପରି ଆତ୍ମପ୍ରକାଶ ର ମାଧ୍ୟମ, ସୌନ୍ଦର୍ଯ୍ୟବୋଧ,ତ୍ୟାଗ ତିତିକ୍ଷା, ଜଗତର କଲ୍ୟାଣ କଥା ସଂପର୍କରେ ଆଲୋଚନା କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଡଃ ଗୀତାଞ୍ଜଳୀ ପତ୍ରୀଙ୍କ ସଭାପତିତ୍ବ ଓ କବି ସୁଶାନ୍ତ କୁମାର ନାୟକ ଓ କନକଲତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ଗୀତାରାଣୀ ବେହେରା,ଅର୍ଚ୍ଚନା ପାତ୍ର, ସାର୍ଥକ ସାହୁ, ପ୍ରତାପ ପଣ୍ଡା, ସୁଚିସ୍ମିତା ଦାଶ,ଉର୍ବଶୀ ଦାଶପତି, କରୁଣାକର ପାଟ୍ଟଶାଣୀ, ନିରୁପମା ପତି ପ୍ରମୁଖ କବିତା ପାଠ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଫୁଲ୍ଲ ସାମଲ,ଡଃ ରାମକୃଷ୍ଣ ବିଶ୍ବାଳ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ,ଅନିଲ ଦାଶ, ଡଃ କିଶୋରୀ ଦାଶ, କୁଳମଣି ଦାସ, ବିଜୟ କୁମାର ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ଭାରତୀ

masiha

ପଥରଖମ୍ବ ଗ୍ରାମର ଅଗ୍ନି ବିତ୍ପନ୍ନ ପରିବାର ଙ୍କୁ ୬ ଲକ୍ଷ ଟଙ୍କା ପ୍ରଦାନ କଲେ ଜିଲ୍ଲାପାଳ

Sunil Chandra Nayak

  ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ (କଳାହାଣ୍ଡି ବିଶ୍ୱବିଦ୍ୟାଳୟ) ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ

masiha

Leave a Comment

error: Content is protected !!