ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ ପରିଦର୍ଶନ ଓ ତଦାରଖ କରି ଚର୍ଚ୍ଚାରେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା

ଢେ଼ଙ୍କାନାଳ/ ହିନ୍ଦୋଳ (ମ ସୀ ହା ) ୧୦/୦୫_ ଆଜି ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଓ ଜନକଲ୍ୟାଣକର ଯୋଜନାର ସଫଳ ରୂପାୟନ ପାଇଁ ବିଭାଗୀୟ ଯନ୍ତ୍ରୀ, ସ୍ଥାନୀୟ ପଂଚାୟତ ପ୍ରତିନିଧି ମାନଙ୍କ ସହ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ନୁଅବଗ ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ଗାଣ୍ଡୁସାହୁ ବନ୍ଧ,ପରିଦର୍ଶନ କରି ଥିଲେ l ପରେପରେ  ଦଣ୍ଡିରି ପଂଚାୟତ ପରିଦର୍ଶନ କରି ବାଗୋଲି ଓ ଛାଡୋଇ ଗ୍ରାମର କନକା ଆର୍ ଡି ରାସ୍ତାକୁ କିପରି ସଂଯୋଗ ହୋଇପାରିବ ସେ ବିଷୟ ରେ ସହୃଦୟ ର ସହ ଧ୍ୟାନ ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ନିକଟରେ ପ୍ରତଶ୍ରୁତିବଦ୍ଧ ହୋଇଛନ୍ତି l ଏତବ୍ବ୍ୟତୀତ ମାଧପୁର , ଦଣ୍ଡିରି ପଂଚାୟତର ଗୁରୁଜଙ୍ଗ ଉ ପ୍ରା ସ୍କୁଲ ଉନ୍ନତିକରଣ, ଜଳାଭାବ ସମସ୍ୟାର ସମାଧାନ, ପୋଖରୀ ଖନନ ଆଦି ଯୋଜନାର ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ଅଂଚଳ ପରିଦର୍ଶନ କରି ଲୋକ ମାନଂକ ସୁଖଦୁଃଖରେ ସାମିଲ୍ ହୋଇଛନ୍ତି l ସୂଚନାଯୋଗ୍ୟ ଯେ ଏତାଦୃଶ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ବିଭିନ୍ନ ପ୍ରକାରର ସରକାରୀ ଯୋଜନାର ସ୍ଥିତି ଅନୁଧ୍ୟାନ କରିବା ଦ୍ବାରା ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀ ଖୁବ୍ କମ୍ ଦିନରେ ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ

masiha

ଶ୍ରୀରାମ ନବମୀ ୭୫ ବର୍ଷ ପୂର୍ତ୍ତି ଅବସରରେ ଯୋଗଦେଲେ ଯୁବ ନେତା ନିଲ ମାଧବ ସିଂ ଦେଓ 

Sunil Chandra Nayak

ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଶିକ୍ଷା ସମୀକ୍ଷା; ଆସ ସ୍କୁଲ ଯିବା ଏକ ପେଡ ମା’ କେ‌ ନାମ ଉପରେ ଗୁରୁତ୍ଵ 

Sunil Chandra Nayak

Leave a Comment

error: Content is protected !!