ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମାନୁଷ୍ଠାନ ପରେ ଏବେ ବସ ସେବା:: ପଞ୍ଚାୟତ ରୁ ବ୍ଲକ୍ ୩୩ ବସ , ବ୍ଲକ୍ ରୁ ଜିଲ୍ଲା ମୁଖ୍ୟାଳୟ ସଂଯୋଗ କରିବ ୯ ସରକାରୀ ବସ , ୨୦୨୪ନିର୍ବାଚନ ଆଗରୁ ଭେଳିକି

ତେନ୍ତୁଳିଖୁଣ୍ଟି୧୦/୫ /୨୩ // ନବରଙ୍ଗପୁର ଜିଲ୍ଲା ର ପ୍ରତି ବ୍ଲକ କୁ ସରକାରୀ ବସ ଚଳା ଚଳ ତଥା ଲୋକଙ୍କୁ ବସ ସେବା ଯୋଗାଇବା ପାଇଁ ସରକାରୀ ସ୍ତ୍ଥର ରେ ଚାଲିଛି ବିଚାର ବିମର୍ଶ। ନବରଙ୍ଗପୁର ଜିଲ୍ଲାପାଳ ୧୦ ବ୍ଲକ ର ବି ଡି ଓ ଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ସେହି କ୍ରମରେ ଜିଲ୍ଲା ର ସମସ୍ତ ବି ଡି ଓ ଉକ୍ତ କନଫରେନ୍ସ ରେ ଯୋଗଦେଇଥିଲେ । ସରକାର ଲୋକଙ୍କୁ ବସ ସେବା ଯୋଗାଇବା ପାଇଁ ସହରାଞ୍ଚଳ ଗୁଡିକରେ ମୋ ବସ ସମେତ ଅନେକ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଗ୍ରାମାଞ୍ଚଳ ଗୁଡିକ ରେ ଲୋକେ ଉପଯୁକ୍ତ ବସ ସେବା ପାଇପାରୁନଥିବା ଋ ନାନା ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି । ତେଣୁ ସରକାର ଙ୍କ ଏହି ନିଷ୍ପତି ଫଳପ୍ରଦ ହେଲେ ଲୋକେ ବହୁମାତ୍ରା ରେ ଉପକୃତ ହେବା ନେଇ ବୁଦ୍ଧିଜୀବୀ ମହଲ ମତ ପ୍ରକାଶ କରିଛନ୍ତି । ତେବେ ଏହି ଅଞ୍ଚଳ ରେ ଲୋକଙ୍କୁ ଉପଯୁକ୍ତ ବସ ସେବା ମିଳିପାରୁ ନଥିବା ଅଭିଯୋଗ ହେଉଛି । ବସ ଗୁଡିକ ପ୍ରତି ବ୍ଲକ ରେ ପଂଚାୟତ ଗୁଡିକ ସହ ଯୋଗାଯୋଗ କରିବ । ଜିଲ୍ଲା ମୁଖ୍ୟାଳୟ ରୁ ବ୍ଲକ ଗୁଡିକ ସହ ମଧ୍ୟ ବସ ଯୋଗାଯୋଗ କରିବା ନେଇ ସୂଚନା ମିଳିଛି । ତେନ୍ତୁଳିଖୁଣ୍ଟି ବ୍ଲକ ର ଝରିଗୁମ୍ମା ,କଣ୍ଟା ଗାଁ ,ପାତ୍ରପୁଟ ,ଅମଲାଭଟ୍ଟା, କାମତା ,ଅଞ୍ଚଳଗୁମ୍ମା ତେନ୍ତୁଳିଖୁଣ୍ଟି ,ଦିଗି ପାଇଁ ଏକ ରୁଟ ଏବଂ ଗୌଡ ଦେଓପାଲି ,ଲମତାଗୁଡା ,ମଞ୍ଚାଗାଁ ,ତେନ୍ତୁଳିଖୁଣ୍ଟି କୁକୁଡ଼ାବାଇ କଙ୍ଗ୍ରା ଆଦି ପଂଚାୟତ ପାଇଁ ଅନ୍ୟ ଏକ ରୁଟ ପାଇଁ ପ୍ରସ୍ତାବ ଦିଆଯାଇ ଥିବା ଜଣାପଡିଛି । ପ୍ରଥମ ରୁଟ ରେ ୪୧ କିମି ଯାତ୍ରା ଏବଂ ଦିତୀୟ ରୁଟ ରେ ୪୯ କିମି ଯାତ୍ରା କରିବା ସହ ଖୁବ କମ ସମୟରେ ଏହି ବସ ଗୁଡିକ ଯାତ୍ରା କରିବେ ବୋଲି ସୂଚନା ମିଳିଛି। ସେହିଭଳି କୋଷାଗୁମୁଡ଼ା ରେ ୨ଟି ବସ ରୁ ପ୍ରଥମ ବସ ବ୍ଲକ୍ ର ବଡ଼ଆମ୍ବଡ଼ା ଉକିଆପାଲି ସାନଆମ୍ବଡ଼ା ବିଞ୍ଜିଲି ଏମ୍ କେରାଗାଁ ବ୍ରାହ୍ମଣୀ ରାଜଡା ପଣ୍ଡୁଗୁଡ଼ା କୋଷାଗୁମୁଡ଼ା ଦେଇ ଚଳାଚଳ କରିବ। ୨ୟ ବସ ମତିଗାଁ ବାଙ୍କୁଲି ବାଲେଗାଁ ଟେମରା କୋଷାଗୁମୁଡ଼ା ସନ୍ତୋଷପୁର ମାଝୀ ଦନୁଆ ଦେଇ ଚଳାଚଳ କରିବ।ସେହି ଭଳି ବ୍ଲକ୍ ରୁ ଜିଲ୍ଲା କୁ ସଂଯୋଗ କରିବାକୁ କୋଷାଗୁମୁଡ଼ା ଠାରୁ ବାହାରି ଭାଟିଗାଁ ନବରଙ୍ଗପୁର ମୋଟ ୪୧କିମି ଗତି କରି ଜିଲ୍ଲା ମୁଖ୍ୟଳୟ ରେ ପହଞ୍ଚିବ। ନନ୍ଧାହାଣ୍ଡି ବ୍ଲକ୍ ର ଦଣ୍ଡରା ମେଣ୍ଟରି ଜଗନାଥପୁର ଝାଡବନ୍ଦଗୁଡ଼ା ଦହଣା ଡଙ୍ଗରଭେଜା ନିଶ୍ନାହାଣ୍ଡି ମୋଟ ୪୪କିମି ଦେଇ ପ୍ରଥମ ରୁଟ ରେ ଚଳାଚଳ କରିବ।ସେହିଭଳି ୨ୟ ରୁଟ ରେ ବି.ମାଲିଗୁଡ଼ା ପଡାଲଗୁଡ଼ା ସିନ୍ଧିଗୁଡ଼ା ନନ୍ଧାହାଣ୍ଡି ଦେଇ ଚଳାଚଳ କରିବ।ସେହିଭଳି ବ୍ଲକ୍ ମୁଖ୍ୟାଳୟ ରୁ ବାହାରି ସିନ୍ଧିଗୁଡ଼ା ଦେଇ ଜିଲ୍ଲା ମୁଖ୍ୟଳୟ କୁ ଯିବାକୁ ମୋଟ ୧୨କିମି ରାସ୍ତା ଅତକ୍ରମ କରିବ। ସେହିଭଳି ଜିଲ୍ଲାର ଅନ୍ୟ ସବୁ ବ୍ଲକ୍ ରେ ୨ବସ ଓ ବ୍ଲକ୍ ମୁଖ୍ୟାଳୟ ରୁ ଜିଲ୍ଲା ମୁଖ୍ୟାଳୟ ଯାଏ ଗୋଟିଏ ବସ ଚଳାଚଳ କରିବାକୁ ବିଚାର ବିମର୍ଶ ହୋଇଥିବା ସୂଚନା ମିଳିଛି। ତେବେ ରାସ୍ତା ଗୁଡିକ ମଧ୍ୟ ସଠିକ କରିବା ପାଇଁ ସମ୍ପୃକ୍ତ ରାସ୍ତା ଅନ୍ତର୍ଗତ ବିଭାଗ ଗୁଡିକୁ ଆଦେଶ ମଧ୍ୟ ଦିଆଯାଇଥିବା ଜଣାପଡିଛି । ଏହି ଆଲୋଚନା ରେ ଜିଲ୍ଲାପାଳ ଙ୍କ ସମେତ ସମସ୍ତ ବିଡିଓ ,ପରିବହନ ବିଭାଗ ସମେତ ଜିଲ୍ଲା ସ୍ଥରୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ସେହିଭଳି ବ୍ଲକ ରୁ ପଞ୍ଚାୟତ ଏହି ନିଷ୍ପତି କେବେ ଏବଂ କିଭଳି କାର୍ଯ୍ୟକାରୀ ହେଉଛି ନା ୨୦୨୪ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଏଭଳି ଭେଳିକି କାର୍ଯ୍ୟକ୍ରମ ହାତକୁ ନିଆ ଯାଉଛି।ସୂଚନା ଥାଉକି ପୂର୍ବରୁ ବିଜୁ ଗାଁ ଗାଡ଼ି ଗାଁ ଗାଁ ରେ ଚାଲିବ ବୋଲି ସରକାର ଡିଣ୍ଡିମି ପିଟି କହିଥିଲେ। ତାହା ଆଜି ଉଭାନ୍ ହୋଇଗଲା।ପୁଣି ଏବେ ପଞ୍ଚାୟତ ଠାରୁ ବ୍ଲକ୍ ବ୍ଲକ୍ ଠାରୁ ଜିଲ୍ଲା ମୁଖ୍ୟାଳୟ କୁ ସଂଯୋଗ କରିବାକୁ ଆଉ ଏକ ନୂତନ ମାଷ୍ଟର ମାଇଣ୍ଡ କରି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କେତେ ସତ କେତେ ମିଛ ତାହା ଜିଲ୍ଲାବାସୀ ଦେଖିବାର ବାକି ରହିଲା ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଲୋକ ମାନଙ୍କ ସେବାରେ ଯାତ୍ରୀ ବିଶ୍ରାମଗାର

masiha

ଦକ୍ଷିଣୀ ଶୌଣ୍ଢିକ ମହାସଂଘ ର ସଦସ୍ୟ  ସମାଜସେବୀ କୁଞ୍ଜ ବିହାରୀ ସାହୁଙ୍କ ପରଲୋକ

masiha

ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଚାନ୍ଦିବାଉଁଶମୂଳ 2011 ମସିହାର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଅନ୍ନଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!