ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୃତୀୟ ମଦୁଆକୁ ବାନ୍ଧି ପୋଲିସ ଜିମା ଦେଲେ ଚିତ୍ରକୋଟ ର ମହିଳା

ତେନ୍ତୁଳିଖୁଣ୍ଟି ୦୯/୦୫/୨୩ // ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଟର ମହିଳାମାନେ ଆଜି ଆଉ ଏକ ମଦୁଆ କୁ ବାନ୍ଧି ପୋଲିସ କୁ ଜଣେଇଲେ । ସୂଚନା ଯୋଗ୍ୟ ଯେ ଚିତ୍ରକୋଟର ମହିଳା ମାନେ ଗ୍ରାମରେ ଏକ ମାସରୁ ଉର୍ଦ୍ଧ୍ବ ହେବ  ମଦ ବିକ୍ରିବନ୍ଦ କରିବା ନିଷ୍ପତ୍ତି ନେଇ ଘର ଘର ବୁଲି ମଦ ବିକ୍ରି କରୁଥିବା ଘର କୁ ଯାଇ ବନ୍ଦ କରିବା ସହ ପୋଚ ମଦ ନଷ୍ଟ କରୁଛନ୍ତି୍। ଗ୍ରାମରେ ସମ୍ପୂର୍ଣ୍ଣ ମଦ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବାହାରୁ ମଦ ପିଇ ରାସ୍ତାରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ବ୍ୟକ୍ତି ମାନଙ୍କୁ ମହିଳା ମାନେ ବାନ୍ଧି ପୋଲିସ କୁ ହସ୍ତାନ୍ତର କରୁଛନ୍ତି।ସେହିପରି ଆଜି ତୃତୀୟ ମଦୁଆ କୁ ପୋଲିସ କୁ ହସ୍ତାନ୍ତର କରିଛନ୍ତି। ମହିଳା ମାନେ କହିବା ଅନୁସାରେ ଗ୍ରାମର କେତେକ ଦୋକାନୀ ମହୁଲ ବିକି ମଦ ରାନ୍ଧିବା ବ୍ୟକ୍ତି ମାନଙ୍କୁ ସାହାଯ୍ୟ କରୁଛନ୍ତି । ଚିତ୍ରକୋଟ ନିକଟ ଗ୍ରାମ  ର ପୋଡ଼ଶୀ ଗାଁ ଗୁଡାକା ଠାରେ ପ୍ରଚୁର ପରିମାଣର ମଦରନ୍ଧା ହେଉ ଥିବାର କେତେକ ବ୍ୟକ୍ତି ପିଇ କି ଆସି ଗ୍ରାମରେ ପାଟିତୁଣ୍ଡ କରୁଛନ୍ତି ସେଥିପାଇଁ ବାନ୍ଧିବାକୁ ବାଧ୍ୟ ହେଉଛୁ ବୋଲି ମହିଳାମାନେ କହିଛନ୍ତି।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ପାପଡ଼ାହାଣ୍ଡିବ୍ଲକ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଏମ ରାମପୁରଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ  ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରଗତି ଉତ୍କଳ ସଂଘରେ ଉତ୍କଳ ଦିବସ ପାଳନ

masiha

Leave a Comment

error: Content is protected !!