ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୫ ବର୍ଷର ଶିଶୁପୁତ୍ର ମୃତ

ଥୁଆମୂଳ ରାମପୁର: ୧୧/୦୫ – (ମନିସ):- ବିଦ୍ଯୁତ ଆଘାତରେ (୫) ବର୍ଷର ଶିଶୁ ପୁତ୍ର ମୃତ୍ୟୁବରଣ କରିଥିବା ଜଣାପଡିଛି। ଘଟଣା ଟି ଘଟିଛି, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନରେ ଥିବା ଚମ୍ପାଚୂଆଁ ଗ୍ରାମରେ ଏହି ଗ୍ରାମର ମାହିରା ନାଏକ (୫) ଏକ ବିବାହ ଉତ୍ସବରେ ଯାଇଥିଲେ ଏହି ସମୟରେ ବିଦ୍ଯୁତ ଚାଳିତ ପଙ୍ଖାର ସଂସ୍ପର୍ଶରେ ଆସିଥିଲେ। ଯାହାଫଳରେ ସେ ଗୁରୁତର ଭାବରେ ଆହତ ହୋଇଥିଲେ। ଏହି ଘଟଣା ଘଟିଥିଲା ଗତ ତା ୧୦/୦୫/୨୦୨୩ ରିଖ ଅପରାହ୍ନ ୪.୩୦ ମନିଟ୍ ସମୟରେ। ଶିଶୁପୁତ୍ର ର ଦୁର୍ଘଟଣା ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଶିଶୁପତ୍ର କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। କିନ୍ତୁ ଡାକ୍ତର ଶିଶୁପୁତ୍ର କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ପକ୍ଷରୁ ଥୁଆମୂଳ ରାମପୁର ଥାନାକୁ ଜଣାଇଥିଲେ। ଖବର ପାଇ ଥୁଆମୂଳ ରାମପୁର ଥାନା ନିର୍ଦ୍ଦେଶରେ ମହୁଲପାଟଣା ପୋଲିସ ପାଣ୍ତି ଅଧିକାରୀ ଭୀମସେନ ଦଣ୍ତସେନା ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ କରିବା ପାଇଁ ପଠାଇ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଏସଂକ୍ରାନ୍ତରେ ପୋଲିସ ପକ୍ଷରୁ ଏକ ଅପମୃତ ମାମଲା ଋଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା ଜଣାଯାଏ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରି ନିମନ୍ତେ ପ୍ରସ୍ତୁତି ବୈଠକ 

masiha

ମୋ କଲେଜ ଅଭିଯାନର ସଫଳ ରୂପାୟନ ପାଇଁ ରାଜ୍ୟ ସଂଯୋଜକଙ୍କ ଗୁରୁତ୍ୱାରୋପ

masiha

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ ରକ୍ତଦାନ ଶିବିର ଆୟୋଜିତ 

masiha

Leave a Comment

error: Content is protected !!