ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୫ ବର୍ଷର ଶିଶୁପୁତ୍ର ମୃତ

ଥୁଆମୂଳ ରାମପୁର: ୧୧/୦୫ – (ମନିସ):- ବିଦ୍ଯୁତ ଆଘାତରେ (୫) ବର୍ଷର ଶିଶୁ ପୁତ୍ର ମୃତ୍ୟୁବରଣ କରିଥିବା ଜଣାପଡିଛି। ଘଟଣା ଟି ଘଟିଛି, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନରେ ଥିବା ଚମ୍ପାଚୂଆଁ ଗ୍ରାମରେ ଏହି ଗ୍ରାମର ମାହିରା ନାଏକ (୫) ଏକ ବିବାହ ଉତ୍ସବରେ ଯାଇଥିଲେ ଏହି ସମୟରେ ବିଦ୍ଯୁତ ଚାଳିତ ପଙ୍ଖାର ସଂସ୍ପର୍ଶରେ ଆସିଥିଲେ। ଯାହାଫଳରେ ସେ ଗୁରୁତର ଭାବରେ ଆହତ ହୋଇଥିଲେ। ଏହି ଘଟଣା ଘଟିଥିଲା ଗତ ତା ୧୦/୦୫/୨୦୨୩ ରିଖ ଅପରାହ୍ନ ୪.୩୦ ମନିଟ୍ ସମୟରେ। ଶିଶୁପୁତ୍ର ର ଦୁର୍ଘଟଣା ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଶିଶୁପତ୍ର କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। କିନ୍ତୁ ଡାକ୍ତର ଶିଶୁପୁତ୍ର କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ପକ୍ଷରୁ ଥୁଆମୂଳ ରାମପୁର ଥାନାକୁ ଜଣାଇଥିଲେ। ଖବର ପାଇ ଥୁଆମୂଳ ରାମପୁର ଥାନା ନିର୍ଦ୍ଦେଶରେ ମହୁଲପାଟଣା ପୋଲିସ ପାଣ୍ତି ଅଧିକାରୀ ଭୀମସେନ ଦଣ୍ତସେନା ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ କରିବା ପାଇଁ ପଠାଇ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଏସଂକ୍ରାନ୍ତରେ ପୋଲିସ ପକ୍ଷରୁ ଏକ ଅପମୃତ ମାମଲା ଋଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା ଜଣାଯାଏ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମୋ ଅନୁଷ୍ଠାନ ନିକଟକୁ ଛୁଟି ଆସୁଛି ବିଦେଶରୁ ପ୍ରଶଂସାର ସୁଅ, ଆବଶ୍ୟକ ପଡିଲେ ରାଜ୍ୟ ଓ ଦେଶ ବାହାରେ କମ୍ବଳ ବାଣ୍ଟିବ ମୋ ଅନୁଷ୍ଠାନ

masiha

ଓଡିଶା ଷ୍ଟେଟ ସୁଟିଂ ଚମ୍ପିଅନ ସିପ 2023 ସିନିୟର ରେ ପ୍ରଥମ ସ୍ଥାନ ରେ ବିଜୟ ହେଲେ ଜୁନାଗଡ଼ ର ଅରବିନ୍ଦ ସାହୁ

Sunil Chandra Nayak

ଶ୍ରମିକନେତା ବନମାଳୀ ଧୁପାଳଙ୍କ ସ୍ମୃତିରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

masiha

Leave a Comment

error: Content is protected !!