ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶପଥ ନେବା ସହିତ ଦାୟିତ୍ୱ ଗ୍ରହଣ କଲେ  ଲାଞ୍ଜିଗଡ଼ର ନବନିର୍ବାଚିତ ସରପଞ୍ଚ ସରସ୍ୱତୀ ମୁଣ୍ଡା 

ଲାଞ୍ଜିଗଡ,୦୯/୦୩(ମ.ନି.ସ)-ଲାଞ୍ଜିଗଡ ଗ୍ରାମପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ସରସ୍ୱତୀ ମୁଣ୍ଡା ଆଜି ପଦ ଓ ଗୋପନୀୟତାର ଶପଥ ନେବା ସହିତ ବିଧିବଦ୍ଧ ଭାବେ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ସେ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଲାଞ୍ଜିଗଡ ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସମେତ ବିଭିନ୍ନ ପଡାର ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସୂଚନାଯୋଗ୍ୟ, ଜଣେ ଆଦିବାସୀ ମହିଳା ନେତ୍ରୀ ଭାବେ ଲାଞ୍ଜିଗଡ ଅଞ୍ଚଳରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ସରସ୍ୱତୀ ପୂର୍ବରୁ ଲାଞ୍ଜିଗଡ ବ୍ଲକ ମହିଳା ବିଜୁ ଜନତାଦଳର ସଭାନେତ୍ରୀ ଥିଲେ । ଦଳୀୟ କାର୍ଯ୍ୟ ବ୍ୟତୀତ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦୁଃଖସୁଖରେ ଠିଆ ହୋଇ ସେ ସାଧାରଣ ଜନତାଙ୍କ ପ୍ରିୟପାତ୍ର ହୋଇ ପାରିଥିବାବେଳେ ଏଥର ଲାଞ୍ଜିଗଡ ପଞ୍ଚାୟତ ଅଞ୍ଚଳବାସୀ ତାଙ୍କୁ ସରପଞ୍ଚ ଭାବେ ନିର୍ବାଚିତ କରିଛନ୍ତି ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍‌

Related posts

ଧର୍ମଗଡ ରେ ଜାତୀୟ ପତାକା ଦିବସ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ମଣିଷ ଲେଖୁଛି ଆତ୍ମକାହାଣୀ

Sunil Chandra Nayak

କାମାକ୍ଷାନଗର ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!