ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୧୧ତମ ରାଜ୍ଯ ମୁଏଥାଇ ଚାମ୍ପିଅନସିପ ୨୦୨୩ – ଉଦଯାପିତ

ରାୟଗଡ଼/ ୧୫-୦୪-୨୦୨୩ //ଓଡିଶା ମୁଏଥାଇ (ଥାଇ ବକ୍ସିଂ) ୟୁନିଅନ; (ଯାହାକି ଓଡିଶା ଅଲମ୍ପିକ ଆସୋସିଏସନ ର ଏକ ସ୍ୱୀକୃତିପ୍ରାପ୍ତ ସଂସ୍ଥା) ଆନୁକୂଲ୍ୟ ରେ ଏବଂ ଆର୍ଟସ ଟେମ୍ପଲ- ରାୟଗଡା ଓ ସାଇ ଟ୍ରଷ୍ଟ ର ସହଯୋଗିତାକ୍ରମେ ରାୟଗଡ଼ ଜି.ସି.ଡ଼ି. ହାଇସ୍କୁଲ୍ ପଡ଼ିଆ ଠାରେ ଗତ ୧୩ ଓ ୧୪ ମଇ ୨୦୨୩ ତାରିଖ ଧରି ଦୁଇ ଦିନିଆ ଏକାଦଶ ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା 2023 ଉଦଯାପିତ ହୋଇଯାଇଛି । 

ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଯୋଗଦେଇ ଖେଳାଳି ତଥା ପ୍ରତିଯୋଗୀ ମାନଙ୍କୁ ନିଜ ଜୀବନରେ ଜେ କୌଣସି ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ତଥା ଅନ୍ୟାନ୍ୟ ଖେଳରେ ମାହିର ହୋଇପାରିଲେ ସେ ଖେଳାଳୀ ନିଜ ଜୀବନରେ ସବୁ ସମୟରେ ପ୍ରତ୍ୟେକ ସମସ୍ୟାକୁ ସମ୍ମୁଖୀନ କରି ବିଜୟୀ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଓଡ଼ିଶା ଦ୍ଵିତୀୟ ବାଳିକା ବାଟାଲିୟନ ର କମାଣ୍ଡେଣ୍ଟ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ୍ ଆଲିନୂର୍, ରାୟଗଡ଼ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ଗନ୍ତାୟତ, ଡାକ୍ତର ଡ଼ି. କେ. ଦେବ, ଉତ୍କଳ ଆଲୁମିନା ଲୋକ ସମ୍ପର୍କ ଅଧିକାରୀ ପିତାମ୍ବର ବେହେରା, ଜେକେ କାଗଜ କଳ ଲୋକ ସମ୍ପର୍କ ଅଧିକାରୀ ମିଲନ ଲେଙ୍କା ଙ୍କ ସମେତ ଆୟୋଜକ କମିଟି ର ସାଂଗଠନିକ ସଭାପତି ଜେ ରାଜେଶ୍ୱର୍ ରାଓ ପଟ୍ଟନାୟକ, ଓ ରାଜ୍ୟ ସଂଘ ସଂପାଦକ ଡାକ୍ତର ଜ୍ଞାନ ରଂଜନ ମହାନ୍ତି ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ କ୍ରୀଡ଼ା ଶିକ୍ଷକ ଅଶୋକ କୁମାର ଦାଶ ମଞ୍ଚ ରେ ସଂଯୋଜନା କରିଥିଲେ। ରାଜ୍ୟର ୧୫ ଟି ଜିଲ୍ଲା ର ୧୨୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ୮ ଟି ବୟସ ବର୍ଗ ରେ ଉଭୟ ଯୁବକ ଓ ଯୁବତୀ ଙ୍କ ପାଇଁ ବିଭିନ୍ନ ଓଜନ ବିଭାଗର ପ୍ରତିଯୋିତା ନିଜର ଦକ୍ଷତା ଦେଖାଇଥିଲେ। ଗୋଲ୍ଡ, ସିଲଭର ଓ ବ୍ରୋଞ୍ଜେ ମେଡାଲ କୁ ତର୍ଜମା କରାଯାଇ କୋରାପୁଟ ଜିଲ୍ଲା ଚାମ୍ପିଅନ ଭାବେ ଘୋଷିତ ହୋଇଥିବା ବେଳେ ରନର୍ଶ-ଅପ ଦଳ ଭାବେ ବରଗଡ଼ ଜିଲ୍ଲା ସ୍ଥାନ ପାଇଥିଲା। ସର୍ବାଧିକ ଅଂଶ ଗ୍ରହଣ କାରି ଦଳ ଏବଂ ସର୍ବାଧିକ ବାଳିକା ଅଂଶ ଗ୍ରହଣ କାରୀ ଦଳ ଭାବେ କୋରାପୁଟ ଜିଲ୍ଲାକୁ ୨ ଟି ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଶ୍ରୁଙ୍ଖଳିତ ଦଳ ଭାବେ କେନ୍ଦୁଝର ଜିଲ୍ଲା ଓ ଶ୍ରେଷ୍ଠ ସାଂଗଠନିକ ପରିଚାଳନା ଦଳ ଭାବେ ରାୟଗଡ଼ ଦଳକୁ ପୁରସ୍କୃତ କରାଯାଇଥିଲା। ସେହିପରି ଅଶୋକ କୁମାର ଦାସ, ପ୍ରମିଳା କୁମାରୀ ମହାପାତ୍ର, ସତିଶ କୁମାର ଏବଂ ଏସ.ଏମ.ପି. ପାବନି ଙ୍କୁ ଶ୍ରେଷ୍ଠ ସ୍ବେଚଛାସେବୀ ଭାବେ ପୁରସ୍କୃତ କରାଯାଇଥିଲା। 

    ଉଦଯାପନୀ ଉତ୍ସବରେ ଯୋଗଦେଇଥିବା ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ, ପ୍ରଶିକ୍ଷକ, ଛାତ୍ର ଓ ଛାତ୍ରୀ, ଏନସିସି କ୍ୟାଡେଟ, ମୁଏଥାଇ ଅଫିସିଆଲ୍ ଙ୍କୁ ମଧ୍ୟ ମଞ୍ଚ ରେ ସମ୍ମାନିତ କରାଯାଇଥିଲା।  

ପ୍ରକାଶ ଥାଉକି ଆଗମୀ ୨୫ ରୁ ୩୦ ମଇ ୨୦୨୩ ଚେନ୍ନାଇ ଠାରେ ଆୟୋଜିତ ହେବାକୁ ଥିବା ୟୁ.ଏମ.ଏ.ଆଇ. ନ୍ୟାସନାଲ ମୁଏଥାଇ ପ୍ରତିଯୋଗିତା ୨୦୨୩ ରେ ଓଡ଼ିଶା ରୁ ସମସ୍ତ ପଦକ ବିଜେତାଙ୍କୁ ଯୋଗ୍ୟତା ଆଧାରରେ ଓଡ଼ିଶା ରାଜ୍ଯ କୁ ପ୍ରତିନିଧିତ୍ଵ କରିବା ସୁଯୋଗ ଦିଆଯିବ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଲା ଉଦଯାପିତ:କୋଟପାଡ ଦଳ ୱିନର ଓ କୁମୁଲିପୁଟ ଦଳ ରନର୍ 

masiha

ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସମ୍ପାଦିତ

masiha

ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବ

Sunil Chandra Nayak

Leave a Comment

error: Content is protected !!