ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ

ବଲାଙ୍ଗିର -: ୧୬ ମଇ ,୨୦୨୩ (ମ ନି ସ)  :- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଘସିଏନ୍ ସୁରାଜ ହାଇସ୍କୁଲ ରେ ଆଜି କିଟ୍ କିସ୍ ପ୍ରତିଷ୍ଠାତା ଡ଼଼.ଅଚ୍ୟୁତ ସାମନ୍ତଙ୍କ ଆନୁକୂଲ୍ଯରେ ଅନ୍ତର୍ଜାତିୟ ଆର୍ଟ ଅଫ୍ ଗିଭିଙ୍ଗ ଡେ ପାଲିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ଡ଼ଃ ବିଜୟାନନ୍ଦ ସେଠୀ , ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୋକ୍ତା ,ଗୋଷ୍ଠି ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ,ପାଟଣାଗଡ ତହସିଲଦାର ଲକ୍ଷ୍ମଣ ମାଝି, ଏଡ଼ଭୋକେଟ୍ ଦର୍ପଗଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ସ୍କୁଲର ଛାତ୍ରଛାତ୍ରୀଙ୍କୁ ବହି,ଖାତା,କଲମ ପ୍ରଦାନ କରାଯାଇଥିବା ବେଳେ ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଛତା ପାଣି ବୋତଲ ପ୍ରଦାନ କରାଯାଇଥିଲା । ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଟ୍ରଫି ଦେଇ ସମ୍ମାନିତ କରାଯାଇଅଛି। ସେହିପରି ବେଲପଡ଼ା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବୈଠକ ଗୃହରେ ଆର୍ଟ ଅଫ୍ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି।ଉକ୍ତ ଗିଭିଙ୍ଗ ଡେ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବେଲପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ସୋରେନ ଯୋଗାଇ ଥିବା ବେଳେ ମେଡିକାଲ ଇନ୍ ଚାର୍ଜ ଡଃ ରବିନ୍ଦ୍ର ମେହେର ଓ ଏ ବି ଓ ମିର୍ଦ୍ଧା ଯୋଗଦେଇ ଆଶା ମାନଙ୍କୁ ଛତା ଓ ପାଣି ବୋତଲ ପ୍ରଦାନ କରାଯାଇ ଥିଲା।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

୧- ଭାର ସାମ୍ୟ ହରାଇ ୧୦ଫୁଟ ତଳକୁ ଖସିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ ସହ ହେଲପର , ୨- ଆଇନ ସଚେତନତା ଶିବିର ଅନୁଷ୍ଠିତ 

masiha

ବାଲିପଡା ବଣିକ ସଂଘର ବରିଷ୍ଠ ସଦସ୍ୟ ନିର୍ଣ୍ଣୟ ପୁଟେଲଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

masiha

୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆସନ୍ତା ୨୩ ରୁ ୨୬ ……

masiha

Leave a Comment

error: Content is protected !!