ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଯାଇ ନିଖୋଜ ବୃଦ୍ଧା ମହିଳା କୋଡିଏ ଦିନ ପରେ ମିଳିଲେ

ବନ୍ଧୁଗାଁ ତା ୨୧/୫/୨୩,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଅନେକ ଦୁର୍ଗମ ଅଞ୍ଚଳ ଏବେବି ଦାରିଦ୍ର ସିମା ରେଖା ତଳେ  ରହିଛି । ବନ୍ଧୁଗାଁ ବ୍ଲକରେ ଅନେକ ଉନୟନ ମୁଳକ କାର୍ଯ୍ୟ ହେଉଥିଲେ ମଧ୍ୟ ଠିକାଦାର ମାନେ ଜଲ୍ଦି ଜଲ୍ଦି କାମ ସରେଇ ବିଲ୍ ଉଠାଇବା ପାଇଁ ମେସିନ୍ ମାଧ୍ୟମ କମା ସାରୁଛନ୍ତି।ଜାହାକି ସେଠାକାର ଶ୍ରମିକ ମାନଙ୍କ ଉପରେ ତାର ପ୍ରଭାବ ପଡୁଛି।ଉକ୍ତ ଗ୍ରାମ ଗୁଡିକରେ ବସ ବାସ କରୁଥିବା ଗରିବ ଆଦିବାସି ପରିବାର କୌଣସି କାମ ଧନ୍ଦା ପାଉ ନଥିବାରୁ ବାଧ୍ୟ ହୋଇ ପଡୋସି ଆନ୍ଧ୍ର ପ୍ରଦେଶ କୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି।ଫଳରେ ଦାଦନ ଖଟିବାକୁ ଯାଇ ସେମାନେ ଅନେକ ଅସୁବିଧାର ସମୁଖିନ ମଧ୍ୟ ହେବାକୁ ପଡୁଛି । ଏଇ କ୍ଷେତ୍ରରେ ଜଣେ ବୃଦ୍ଧା ପରିବାର ଚଳାଇବା କଷ୍ଟ ହେଉଥିବା ଦେଖି ପଡୋସି ଆନ୍ଧ୍ରପ୍ରଦେଶ କୁ ଦାଦନ ଖଟିବାକୁ ଜାଇ ଟ୍ରେନରେ ଫେରୁଥିବା ବେଳେ ଚଳିତ ମାସ ତିନି ତାରିଖ ଦିନ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ । ଏନେଇ ଗରିବ ପରିବାର ଥାନାର ଦ୍ଵାରସ୍ତ ହେବା ପରିବର୍ତେ ଭଗବାନଙ୍କ ଭରସାରେ ରହିଗଲେ।ହେଲେ ଦିର୍ଘ ୨୦ ଦିନ ପରେ ଆଜି ତାଙ୍କର ସନ୍ଧାନ ମିଳିଛି । ବନ୍ଧୁଗାଁ ଅଞ୍ଚଳର ତାକୁ ଧରିଥିବା ମିନା ବେବରା,ସଲମନ ଏନୁଗୁଲା,ପବିତ୍ର ବେବରା ଓ ସାମୁଏଲ ବାଙ୍ଗାରୀ, ସାମ୍ବାନୀ ରମେଶ,ପାଞ୍ଚ ଜଣ ଯୁବକ ଏକ ଅନ୍ତେଷ୍ଟି କ୍ରିଆରେ ଯୋଗଦେବା ପାଇଁ ଯାଇଥିବା ବେଳେ ପାର୍ବତୀପୁର ବଜାର ଉପରେ ବୃଦ୍ଧା ଜଣକ ବୁଲୁଥିବା ଦେଖି ତାଙ୍କୁ ଉଧାର କରିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ସେମାନେ ବନ୍ଧୁଗାଁରେ ତାଙ୍କ ଭାଇ ଘରଜୁ ଫେରି ନାଗା କଣ୍ଡାଗରୀଙ୍କ ପାଖକୁ ନେଇ ପହଞ୍ଚାଇ ବୃଦ୍ଧ ମହିଳାଙ୍କୁ ହସ୍ତାନ୍ତର କରିଥିଲେ I ଏଥିପାଇଁ ବୃଦ୍ଧାଙ୍କ ପରିବାର ଖୁସି ବ୍ୟକ୍ତ କରିଛନ୍ତି । ବ୍ଲକରେ ଆମ ଜିଲ୍ଲା ପ୍ରସାସନର ଅପାରଗତା ପାଇଁ କାମ ଆଶାରେ ଲୋକେ ଦାଦନ ଖଟିବାକୁ ବାଧ୍ୟ ହେଉଥିବାରୁ କିପରି ଏହା ରୋକା ଜାଇ ପାରିବ ସେଥି ପ୍ରତି ପ୍ରସାସନ ଦୃଷ୍ଟି ଦେବା ନିହାତି ଦରକାର ବୋଲି ସାଧାରଣରେ ମତ ପ୍ରକାସ ପାଇଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଡୋକାରିଚଞ୍ଚରା ଠାରେ ଶ୍ରୀରାମ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଆଞ୍ଚଳିକ ବ୍ରାହ୍ମଣ ସମିତିର ଜୋନ ସ୍ତରୀୟ ସମ୍ମିଳନୀ

masiha

ଆଦିବାସୀ କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!