ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ

ଅଦ୍ୟ ତା.୨୬.୦୫.୨୦୨୩ ରିଖ ଶୁକ୍ରୁବାର ସମୟ ଘ.୦୯.୦୦ମି ସମୟ ରେ ରାୟଗଡା ସ୍ଥାନୀୟ ଜିଲ୍ଳା ମୂଖ୍ୟ ଚିକିତ୍ସାଳୟ ପରିସରରେ  ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରିବା ପାଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଳା ମୂଖ୍ୟ ଚିକିତ୍ସାଳୟ ର ସି.ଡି.ଏମ୍.ଓ ଏବଂ ଅନ୍ୟ ଚିକିତ୍ସକ ମାନେ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ I ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର କର୍ମଚାରୀ, ପି.ଏଲ୍.ଭି ଓ ପ୍ରଣ୍ଟ ଅଫିସ ରିଟେନର ମାନେ ଏକ ସପ୍ତାହ ବ୍ୟାପି ସଚେତନତା ଅଭିଯାନ ରେ ଯାହାକି ୨୨.୦୫.୨୦୨୩ ରୁ ୨୯.୦୫.୨୦୨୩ ପର୍ଯ୍ୟନ୍ତ ଚାଲିଛି, ସେଥିରେ  ଚିକିତ୍ସାଳୟ କୁ ଆସୁଥିବା ଦିବ୍ୟାଙ୍ଗ ମାନଙ୍କର ସମସ୍ୟା, ଆବଶ୍ୟକତା ସପର୍କରେ ପଚାରି ସେମାନଙ୍କ ପାଖରେ ସରକାରୀ ସୁବିଧା ଓ ସୁଯୋଗ ଓ ଆଇନସେବା ଯୋଗାଇଦେବା ପାଇ ପରାମର୍ଶ ଦେଇଥିଲେ I ସେହି ଚିକିତ୍ସାଳୟ କୁ ଆସିଥିବା ତିନୋଟି ଦିବ୍ୟାଙ୍ଗକୁ ତିନିଚକିଆ ଗାଡି ଏବ କୁତ୍ରିମ ଅଙ୍ଗ ଲଗାଇବା ପାଇ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ପାଖକୁ ଦରଖାସ୍ତ ଦିଆଗଲା I ପରିଶେଷରେ ଦିବ୍ୟାଙ୍ଗମାନେ କିପରି ଶିଘ୍ର ବିକଳାଙ୍ଗ ପ୍ରମାଣପତ୍ର ପାଇପାରିବେ ଏଥିପାଇ ନିଯୁକ୍ତ ଚିକିତ୍ସକ ମାନଙ୍କ ସହିତ ସମ୍ପାଦିକା ମହୋଦୟା ପରାମର୍ଶ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ର ସି.ଡି.ଏମ୍.ଓ ଏବ ଅନ୍ୟ ଚିକିତ୍ସକ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I 

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ବଣ୍ଟନ, ରାୟଗଡ଼

masiha

ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

masiha

Leave a Comment

error: Content is protected !!