ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା କୁଡୁମି ସେନା ରାଜ୍ୟ ଅଧ୍ୟକ୍ଷଙ୍କ ମାତୃ ଵିୟୋଗ ରେ ଶୋକର ଛାୟା

ମୟୂରଭଞ୍ଜ -୨୮/୭ (ମସିହା) ଓଡ଼ିଶା ପ୍ରଦେଶ କୁଡୁମି ସେନା ରାଜ୍ୟ ସୁପ୍ରିମୋ ଜୟମୁନି ମହାନ୍ତଙ୍କର ମାତା ରାନୀମଣି ମହାନ୍ତ(୭୭) ଶନିବାର ଦିନ କଟକରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ଦେହାନ୍ତ ହୋଇଯାଇଛି ।ତାଙ୍କର ମର ଶରୀରକୁ ତାଙ୍କ ଗାଁର ନିଜ ଵାସ ଭବନକୁ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଳକର ଦୁର୍ଗାପୁର ପଞ୍ଚାୟତର ଗନ୍ଧାଣି ଗ୍ରାମକୁ ଅଣାଯାଇଥିଲା । ଚିର ବିପ୍ଳବୀ କୁଡୁମି ସଂପ୍ରଦାୟର ଅଦୀତୀୟ ବିପ୍ଳବୀ ଯୁବ ନେତା ସଂଗ୍ରାମୀ ସାଥୀ ଚିର ବ୍ରହ୍ମ କୁମାର ଜୟମୁନୀ ମହାନ୍ତ ଙ୍କର ସେ ଜନ୍ମଦାତ୍ରୀ ।ଜୟମୁନୀ ଓଡ଼ିଶା, ପଶ୍ଚିମବଙ୍ଗ,ବିହାର, ଝାଡ଼ଖଣ୍ଡ, ଆସାମର ବସବାସ କରୁଥିବା ଅଢେଇ କୋଟି କୁଡୁମି ସଂପ୍ରଦାୟର ଲୋକପ୍ରିୟ ଯୁବ ନେତା ।ସେହି ସଂଗ୍ରାମୀଙ୍କ ମାତୃ ବିୟୋଗର ଖବର ପାଇ ହଜାର ହଜାର କୁଡୁମି ସେନା ତାଙ୍କ ବାସ ଭବନରେ ଯୋଗ ଦେଇ ଦିବଂଗତ ଦେବୀ ମାତାଙ୍କୁ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଝାଡ଼ଖଣ୍ଡ ରାଜ୍ୟର କୁଡୁମି ବିକାଶ ମଂଚ ସଭାପତି ଶିତଲ ଆହେଦାର,କୁସୁମୀ ସେନା ଲଲାଟେନ୍ଦୁ ମହାନ୍ତ,କୁଡୁମି ବିକାଶ ମଂଚ ମିଡ଼ିଆ ପ୍ରଭାରୀ ଓମ୍ ପ୍ରକାଶ ମହାନ୍ତ, ପଶ୍ଚିମବଙ୍ଗ କୁଡୁମି ସମାଜ ସଂଗଠକ ବୀରେନ ମହାନ୍ତ,,କୌଶିକ ମହାନ୍ତ,ସୁଦୀପ୍ତ ମହାନ୍ତ,ସମ୍ପାଦକ ସତ୍ୟ ନାରାୟଣ ମହାନ୍ତ, ଜିଲ୍ଲା ସଭାପତି ଡମ୍ବରୁଧର ମହାନ୍ତ,ସୁନ୍ଦର ମହାନ୍ତ,କବି ମନୋଜ ମହାନ୍ତ, ଗତି କୃଷ୍ଣ ମହାନ୍ତ , ରାଇରଙ୍ଗପୁରର ସୁବାଷ ମହାନ୍ତ,ପ୍ରେମଚାନ୍ଦ ମହାନ୍ତ,ରାଜା ମହାନ୍ତି,ମନୋଜ ମହାନ୍ତ,ଅବନୀ ମହାନ୍ତ, ଚୈତନ୍ୟ ମହାନ୍ତ, ଜୀତେନ୍ଦ୍ର ମହାନ୍ତ,ଶ୍ରୀମତୀ ସୁଜାତା ମହାନ୍ତ,ଶ୍ରୀମତୀ ସୁମନା ମହାନ୍ତ ପ୍ରମୁଖ ତାଙ୍କ ବାସ ଭବନରେ ଉପସ୍ଥିତ ରହି ଅନ୍ତିମ ଦର୍ଶନ ପୂର୍ବକ ଗ୍ରାମ ମଶାଣି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରି ଶେଷକୃତ୍ୟରେ ସାମିଲ ହୋଇଥିଲେ ।ପୁଅ ତାଙ୍କର ମୁଖାଗ୍ନୀ ଦେଇଥିଲେ ।ରାନୀମଣି ମହାନ୍ତ ଜଣେ ଧର୍ମ ପରାୟଣା,ସମାଜସେବୀ, ମିଷ୍ଟଭାଷୀ, ପରୋପକାରୀ ମହିଳା ଥିଲେ । ବିଭିନ୍ନ ସାମାଜିକ ସଂଗଠନ ସହ ସେ ମୃତ୍ୟୁ ପର୍ଯ୍ୟନ୍ତ ଜଡ଼ିତ ଥିଲେ । ତାଙ୍କ ମୃତ୍ୟୁରେ କୁଡୁମି ସମାଜରେ ଶୋକରେ ଛାୟା ଖେଳିଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବୋଲେରୋ ଧକ୍କାରେ ମୃତ୍ୟୁ ଘଟଣା କୁ ନେଇ ଚରାମୁଳା ଛକ ରେ ରାସ୍ତା ରୋକ :ଛଅ ଘଣ୍ଟା ପରେ ଦାବୀ ନେଇ ସମାଧାନ ପରେ ହଟିଲା 

masiha

ଓଡ଼ିଶା ଲେଖିକା ସଂସଦ ସୁନ୍ଦରଗଡ ଶାଖାର ବାର୍ଷିକୋତ୍ସବ 

Sunil Chandra Nayak

ସୋସିଆଲ ମିଡ଼ିଆ ଓ ସାଇବର କ୍ରାଇମ ଉପରେ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!