ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାମ ମନ୍ଦିରରୁ ଚୋରି 

କାମାକ୍ଷାନଗର -(ମନିସ )29/5/23 //ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମାଳପୁରା ଗ୍ରାମ ସ୍ଥିତ ରାମ ମନ୍ଦିରରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୁତ୍ତ । ରାମ ମନ୍ଦିର ପରିସରରେ ଥିବା ମାଆ ତାରିଣୀ ଓ ସନ୍ତୋଷୀ ମାଙ୍କର ନଅ ଗୋଟି ସୁନା ଟିକିଲି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋର ମାନେ ମନ୍ଦିର ଭିତରେ ପଶି ମନ୍ଦିର ତାଲା ଭାଙ୍ଗି ଲୁଟ କରିଛନ୍ତି । ଏ ନେଇ ସକାଳେ ପୂଜକ ଖବର ଦେବାପରେ ମନ୍ଦିର କମିଟି ପକ୍ଷରୁ କାମାକ୍ଷାନଗର ଥାନାରେ ଅଭିଯୋଗ ଦିଆଯାଇଛି । ଯାହାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି କାମାକ୍ଷାନଗର ପୋଲିସ । ତେବେ ଗତ କିଛି ଦିନ ହେବ ଅଞ୍ଚଳରେ ମନ୍ଦିର ଗୁଡିକୁ ଲୁଟେରା ମାନେ ଟାର୍ଗେଟ କରୁଥିବା ଜଣାପଡିଛି । ଯାହାକୁ ନେଇ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ଅଧିକ କଡାକଡି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏଭଳି ବାରମ୍ବାର ଚୋରି ହେବା ଫଳରେ ଭକ୍ତ ମାନେ ଦାନ ଦେବା ପାଇଁ ମନ ଫେରାଇ ଆଣିଲେଣି।ମନ୍ଦିରରେ ସୁନା ଗହଣା ଦାନ ଦେବାକୁ କୁଣ୍ଠାବୋଧ କଲେଣି ଶ୍ରଦ୍ଧାଳୁ।ଏହି ରାମ ମନ୍ଦିରରୁ ପୂର୍ବରୁ ତିନିଥର ଚୋରି ହୋଇ ଥିଲେ ମଧ୍ୟ ପୋଲିସ କୌଣସି ସୁରାକ ପାଇ ପାରୁ ନଥିବାରୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

92 କଇଁଚ ଉଦ୍ଧାର ,ଦୁଇ ଗିରଫ ,ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ୍ଡିପିଓ

Sunil Chandra Nayak

ଅବକାରୀ ଚଢାଉ ୧ ଗିରଫ 

masiha

ବୃଦ୍ଧଙ୍କ ନିଖୋଜ ଘଟଣାରେ ନୂଆମୋଡ଼ କାଣ୍ଡାମାରେ ପହଞ୍ଚିଲା ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ଗୁଣି ସନ୍ଦେହରେ ହତ୍ୟା : ୩୦ କିମି ଦୂର ରେଳଧାରଣାରେ ଫିଙ୍ଗିଦେଲେ ଶବ ୪ ସନ୍ଦିଗ୍ଧ ଅଟକ, ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!