ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ କନିଷ୍ଠ ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ 

ବିନୋଦିନି ବିନୋଦିନି କୈବର୍ତ୍ତ ଙ୍କ ଇଚ୍ଛାକୃତ ଅବସର ଗ୍ରହଣ କାଗଜାତ କ୍ରାଇଦେବା ନାମରେ ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ କନିଷ୍ଠ ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ ହୋଇଛନ୍ତି। କୋରାପୁଟ ଡିଭିଜନ ଜୟପୁର, ଏବଂ ଭବାନୀପାଟଣା ଭିଜଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରି ତାଙ୍କ କାର୍ଯ୍ୟାଳୟ ଏବଂ ନିଜ ବାସ ଭବନ କୁ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ଡିଏସପି ଆନନ୍ଦ ମଲ୍ଲିକ, ଡି ଏସ ପି ଜୟଶ୍ରୀ ପ୍ରଧାନ, ଇନ୍ସପେକ୍ଟର ସଂଜୟ ପ୍ରଧାନ ସମେତ ଭବାନୀପାଟଣା ଭିଜଲାନ୍ସ ବିଭାଗ ଅଧିକାରୀମାନ ଉପସ୍ଥିତ ଥିଲେ। କୋରାପୁଟ ଡିଭିଜନ କେଶ ନମ୍ବର ୧୬/ ୨୦୨୩ ରେ ଧାରା ୭ ପିଏ ଏମେଣ୍ଡମେଣ୍ଟ ଆଇନ ୨୦୧୮ ଅନୁଯାୟୀ ଲାଞ୍ଚ ନେଉଥିବା ଅଭିଯୋଗ ରେ କନିଷ୍ଠ ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗ ଗିରଫ କରିଛନ୍ତି। ଖଡ଼ିଆଳ ସ୍ଥିତ ତାଙ୍କ ବାସ ଭବନ ଏବଂ ଖଡ଼ିଆଳ ବନଖଣ୍ଡ ବିଭାଗ କାର୍ଯ୍ୟାଳୟ ଉପରେ ଭିଜଲାନ୍ସ ତଦନ୍ତ କରିଛନ୍ତି। ଫରେଷ୍ଟଗାର୍ଡ ବିନୋଦିନି କୈବର୍ତ୍ତ ମାନସିକ ରୋଗୀ ହୋଇ ଇଚ୍ଛାକୃତ ଅବସର ନେଇଥିଲେ। ତାଙ୍କ ଭାଇ ମନୋଜ କୈବର୍ତ୍ତ ଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଆଜି ଭିଜଲାନ୍ସ ହାତରେ ଧରାପଡିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କୁ ରିପୋର୍ଟ

Related posts

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଜମିହୁଡ଼ାରୁ ଉଦ୍ଧାର, କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

masiha

ବିଳମ୍ବିତ ରାତିରେ ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୁତ୍ତ, ପୋଲିସର ଜାରୀ 

masiha

ପିଟିପିଟି ଗାଈକୁ ମାରିଦେଲା , ରାସ୍ତା ଉପରେ ଛାଡ଼ିଦେଇ ଚାଲିଗଲା ଦଲାଲ୍ 

masiha

Leave a Comment

error: Content is protected !!