ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଅଧ୍ୟକ୍ଷ ଓ ବିଡିଓ ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ,ସମସ୍ୟା ସମାଧାନର ପ୍ରତିଶୃତି ଦେଲେ

ଗୋଲାମୁଣ୍ଡା,୩୦|୦୫/ ନିର୍ଭୟ, ନିରପେକ୍ଷମସିହା/ରାଜ୍ୟ/କେନ୍ଦ୍ର ସରକାର ଙ୍କ ଯୋଜନାରେ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା । ଚାଉଳ ଯୋଗାଣ ହେଉ କି ବାର୍ଦ୍ଧକ୍ୟ ଭତ୍ତା ,ପାନୀୟ ଜଳ ,ବିକଳାଙ୍ଗ ଭତ୍ତା ଏହି ଯୋଜନା କେତେ ଯେ କାର୍ଯ୍ୟକାରୀ ଓ କେଉଁ ହିତାଧିକାରୀ କେଉଁ ଯୋଜନା ର ଲାଭ ପ୍ରକୃତ ପାଇଛନ୍ତି ନା ଯୋଜନା ହଡପ ହେଉଛି ତାର ଲାଭ ପାଇ ନାହାଁନ୍ତି. ତାହାର ଏକ ପ୍ରୟାସ ଜାରି କରିଛନ୍ତି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ,ଓ ବିଡିଓ । ଆଜି ବିଡ଼ିଓ, ସହକାରୀ ଯନ୍ତ୍ରୀ ସାଙ୍ଗକୁ ବିଭିନ୍ନ ସରକାରୀ କର୍ମଚାରୀ ଙ୍କୁ ତିନୋଟି ୟୁନିଟ କରି ଘର ଘର ଚାଲ ଅଭିଯାନ କରିଛନ୍ତି l ଏହି ଅବସର ରେ ଆଜି ପ୍ରଥମ କରି ମହାଲିଙ୍ଗ ଗ୍ରାମ ପଞ୍ଚାୟତ ମହାଲିଙ୍ଗ, ବେତରାଜପାଲି, କୋଦୋଭଟା ସମେତ ୧୧ଗୋଟି ୱାର୍ଡ ର ବିଭିନ୍ନ ଲୋକଙ୍କ ବିଭିନ୍ନ ଅଭିଯୋଗ ଯଥା ବିକଳାଙ୍ଗ ଭତ୍ତା ତିନୋଟି ଅଭିଯୋଗ ରୁ ତିନୋଟି ସମାଧାନ, ବାର୍ଦ୍ଧକ୍ୟ ଭତ୍ତା ୮୦ ଗୋଟି ଅଭିଯୋଗ ରୁ ୨୨ଟି ର ସମାଧାନ,ପିଇବା ପାଣି ସମସ୍ୟା ୭ଟି ଅଭିଯୋଗ ରୁ ୪ଟି ର ସମାଧାନ, ତହସିଲ ସମ୍ବନ୍ଧୀୟ ତିନୋଟି ଅଭିଯୋଗ ରୁ ଦୁଇଟି ସମାଧାନ, ଆବାସ ଗୃହ ସମସ୍ୟା ୨୨୪ଗୋଟି ୨୧ଗୋଟି ସମାଧାନ ,ପିଡିଏସ ଚାଉଳ ୯ ଗୋଟି ଅଭିଯୋଗ ରୁ ୯ଗୋଟି ସମସ୍ୟା ର ସମାଧନ ସମୁଦାୟକ୍ତ ୩୩୬ଗୋଟି ଅଭିଯୋଗ ରୁ ୬୧ଗୋଟି ଅଭିଯୋଗ ର ତୁରନ୍ତ ସମାଧାନ ହୋଇଥିଲା l ବ୍ଲକ ର ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ପ୍ରତି ସୋମବାର ଦିନ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଏଭଳି କାର୍ଯ୍ୟକ୍ରମ ହେବ ବୋଲି ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଅଶୋକ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକ, କନିଷ୍ଠ ଯନ୍ତ୍ରୀ ଚିତ ରଞ୍ଜନ ଜେନା ମିଶନ ଶକ୍ତି ବିପିଏମ୍ ସୁଧାଂଶୁ ବିଶ୍ଵାଳ, ଆବାସ ଯୋଜନା ବିଏଲ୍ସି ମଧୁସୂଦନ ସାହୁ ଓ ଦିନେଶ ପାନକା, ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ବିହାରି, ସରପଞ୍ଚ ମହାଲିଙ୍ଗ ଗୌରୀ ଚନ୍ଦନ, ସମିତି ସଭ୍ୟ କିରଣ ସିଂ, ପଞ୍ଚାୟତ ନିର୍ବାହୀ ଅଧିକାରୀ ରମାକାନ୍ତ ମହାପାତ୍ର, ଜିଆରଏସ ପପୁ ପାଣିଗ୍ରାହି ସମେତ ଗୋଲାମୁଣ୍ଡା ଉଦ୍ୟାନ ବିଭାଗର ପ୍ରତିମା ବେହେରା ବିଜୟ ପଣ୍ଡା, ନେତ୍ର ପ୍ରକାଶ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ l

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବିଦ୍ୟୁତକାଟକୁ ବିରୋଧ କରି କର୍ମଚାରୀଙ୍କୁ ତାଲା ଠୁଙ୍କିଲେ ମହିଳା

Sunil Chandra Nayak

ମଦ ଦୋକାନ ଲାଇସେନ୍ସ ନବୀକରଣ ନକରିବା ପାଇଁ ମଦ ନିବାରଣ ଓ ଦୁର୍ନୀତି ମୁକ୍ତ ଅଭିଯାନ ସମାଜ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାରେ ୩୬ତମ ବିଶ୍ୱ ଏଡସ୍ ଦିବସ ପାଳନ

masiha

Leave a Comment

error: Content is protected !!