ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍କଟ ସଚେତନତା ଶିବିର ଆୟୋଜନ ଉପରେ ଓଡ଼ିଆ ଜାତୀୟ ସମ୍ମିଳନୀର ପ୍ରସ୍ତୁତି ବୈଠକ

ରାଉରକେଲା/ ଆସନ୍ତା ଜୁନ ୧୨ତାରିଖ ସୋମବାର ଦିନ ଚକେଇସିଆଣୀ ସ୍ଥିତ ମଞ୍ଚନାଥ ଦେଵ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ଜାତୀୟ ସମ୍ମିଳନୀ ଆନୁକୂଲ୍ୟରେ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମ୍ମିଳନୀର କାର୍ଯ୍ୟ କାରିଣୀ ସମିତିର ପ୍ରସ୍ତୁତି ବୈଠକ ସଭାପତି ପ୍ରଫେସର ଡ଼ଃ ଅମିୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାଶ ଆଗାମୀ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ସମ୍ପାଦକ ନିରାକାର ବେଉରା ଦଶହରା ସମୟରେ ସମ୍ମିଳନୀ ପକ୍ଷରୁ ଏକ ବୁଲେଟିନ ନିୟମିତ ବ୍ୟବଧାନରେ ପ୍ରକାଶ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ସମସ୍ତେ ସ୍ୱୀକାର କରିଥିଲେ । ୧୨ ତାରିଖ ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତେ ଏକମତ ହୋଇଥିଲେ |କାର୍ଯ୍ୟକ୍ରମରେ ଉପସଭାପତି ପ୍ରଫେସର ଡ଼ଃ ପ୍ରଦୀପ୍ତ କୁମାର ବାରିକ,ରାଉରକେଲା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ଃ ଦେବେନ୍ଦ୍ରନାଥ ବେହେରା, କୋଷାଧ୍ୟକ୍ଷ ରାଜଶ୍ରୀ ତ୍ରିପାଠୀ, ସହ ସମ୍ପାଦିକା ଅଞ୍ଜଳିପ୍ରଭା ଦାଶ, ସମାଜସେବୀ ଲକ୍ଷ୍ମୀକାନ୍ତ ସାହୁ, ସମାଜସେବୀ ଲକ୍ଷ୍ମଣ ସାହୁ ଓ ବିଶିଷ୍ଟ ବ୍ୟବସାୟୀ ପ୍ରମୋଦ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବୋରଗୁଡା ଗ୍ରାମପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak

ଉପଖଣ୍ଡ ସ୍ତରୀୟ ରଥଯାତ୍ରା ସମନ୍ୱୟ ବୈଠକ

ବୁଥ ସଂଶୋଧନ ନେଇ ନର୍ଲା ବ୍ଲକରେ ବୈଠକ

Sunil Chandra Nayak

Leave a Comment

error: Content is protected !!