ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗକୁ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଖଣ୍ଡନ

ମୟୂରଭଞ୍ଜ – ୩/୬ (ମସିହା)ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନାମରେ ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗ ଏକ ମିଡିଆରେ ଭାଇରାଲ ହେଉଥିବା ନେଇ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ରାମ ମୋହନ ରାୟଙ୍କ ସାମ୍ବାଦିକ ସମ୍ମିଳନୀରେ ଖଣ୍ଡନ କରିଛନ୍ତି । ସୂଚନାଯୋଗ୍ୟ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ରାମ ମୋହନ ରାୟଙ୍କ ନାମରେ କାର୍ଯ୍ୟାଳୟ ର ସରକାରୀ ଗାଡ଼ି ଦୂରୁପଯୋଗ ଏବଂ ଚାଷୀମାନଙ୍କ ପାଇଁ ଆସୁଥିବା ଅର୍ଥ ହଡପ ଓ ଆତ୍ମସାତ ଓ ଋଣ କରାଇ ଦେବା ନାମରେ ଲାଞ୍ଚ ମାଗୁଥିବା ଖବର ପ୍ରସାରଣ କରାଯାଇଛି । ତେବେ ଏହି ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରି ସେ ଗଣମାଧ୍ୟମ ସମ୍ମୁଖରେ ମତାମତ ଦେଇଛନ୍ତି ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ନାମରେ କୌଣସି ଅର୍ଥ ଆସେନାହିଁ ।ସମସ୍ତ ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକୃତ ହିତାଧିକାରୀ ଚୟନ କରନ୍ତି ଏବଂ ସେମାନଙ୍କ ନାମ ତାଲିକା ସେମାନେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ପଠାନ୍ତି ।ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତାହାକୁ ଜିଲ୍ଲାପାଳଙ୍କୁ ଦେଲାପରେ ଜିଲ୍ଲାପାଳ ତାହାକୁ ଅନୁମୋଦନ କରନ୍ତି । ଅନୁଦାନ ଅର୍ଥ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯାଏ । ଦିତୀୟ କଥା ତାଙ୍କ ନାମରେ ସେ ସରକାରୀ ଗାଡ଼ି ଅପ ବ୍ୟବହାର କରିବା ସହ ନିଜ ଘରକୁ କଟକ ଯିବା ଆସିବା କରନ୍ତି ବୋଲି ଅଭିଯୋଗ ହୋଇଛି। କିନ୍ତୁ ରାଜ୍ୟରେ ୫୮ ଟି ଏସଡିଭିଓ ଅଫିସ ଅଛି ଯେଉଁଠାରେ ଗୋଟାଏ ବି ସରକାରୀ ଗାଡ଼ି ନାହିଁ । ତେଣୁ ସରକାରୀ ଗାଡି ନ ଥାଇ ସେ କିଭଳି ସରକାରୀ ଗାଡ଼ି ଅପ ବ୍ୟବହାର କଲେ ! ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟରେ କିଛି ଅଧିକାରୀ ଏବଂ କର୍ମଚାରୀ ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହିଛନ୍ତି । ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାରର ଔଷଧ ,ସାଲାଇନ ଇତ୍ୟାଦି ଚାଷୀଙ୍କୁ ବଣ୍ଟନ ନ କରି ବିକ୍ରି କରୁଛନ୍ତି । ତାଙ୍କ ଅଧିନସ୍ଥ ବ୍ଳକର ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁବାସ ମହାନ୍ତି,ଭ୍ରାମ୍ୟମାଣ ଚିକିତ୍ସାଧିକାରୀ ଡାକ୍ତର ଜ୍ୟୋତିରଂଜନ ମହାନ୍ତ ଏବଂ ଅନ୍ୟ କର୍ମଚାରୀ ଗୋଶାଳା ସମେତ ଅନ୍ୟ ଚାଷୀଙ୍କୁ ପଶୁଙ୍କୁ ଠିକ୍ ସମୟରେ ଟୀକା କରଣ ନ କରିବା, ଔଷଧ ବଣ୍ଟନର ବ୍ୟାପକ ଅନିୟମିତତା ସହିତ ଏକ୍ସପାୟରି ଔଷଧ ଦେବାକୁ ବିରୋଧ କରିବା ଯୋଗୁଁ ତାଙ୍କ ବିରୋଧରେ ଏକ ମିଳିତ ଷଡ଼ଯନ୍ତ୍ର ଓ ଵଦନାମ କରିବାକୁ ଅଭିଯୋଗ କରିଛନ୍ତି । ସେହିଭଳି ଭ୍ରାମ୍ୟମାଣ ଚିକିତ୍ସାଧିକାରୀ ଡାକ୍ତର ଜ୍ୟୋତି ରଂଜନ ମହାନ୍ତ ବେଆଇନ ଭାବରେ ସରକାରୀ କ୍ୱାର୍ଟର ମାଡ଼ି ବସିବା, ଚୌକିଦାର ଦେବାଶିଷ ମହାନ୍ତ ନିଜର ସରକାରୀ କ୍ୱାର୍ଟର କୁ ଅନ୍ୟକୁ ଭଡ଼ା ଲଗାଇବା,ତାହା ସହିତ ନିଜର ଦାୟିତ୍ଵ ଠିକ ଭାବରେ ସମାପନ ନ କରି ବେସରକାରୀ ମୋଦି କେୟାର ମାର୍କେଟିଙ୍ଗରେ ବ୍ୟସ୍ତ ରହୁଥିବା ଅଭିଯୋଗ ହେଉଛି ।ଏପରିକି ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ବିନା ଛୁଟିରେ ମଇ ୫ ରୁ ୧୦ ତାରିଖ ପର୍ଯ୍ୟନ୍ତ ମୋଦି କେୟାର କାମରେ ବ୍ୟାଙ୍କକ୍ ଯାଇଥିଲେ ।ମୋଦି କେୟାର ତରଫରୁ ତାଙ୍କୁ XUV 300 କାର ଉପହାର ମିଳିଛି ।ଆଉ ଜଣେ କନିଷ୍ଠ କିରାଣୀ ଅଶୋକ କୁମାର ମହାନ୍ତ ଅର୍ଥ ଆତ୍ମସାତ ଅଭିଯୋଗରେ ରାଇରଙ୍ଗପୁର କାର୍ଯ୍ୟାଳୟରୁ ବିଦାହୋଇ ଜିଲ୍ଲା କାର୍ଯ୍ୟାଳୟରେ ଅବସ୍ଥାପିତ ଅଛନ୍ତି ।ଏହିସବୁ କାରଣ ପାଇଁ ଦୁର୍ନୀତିରେ ଲିପ୍ତ ଏହି ୪ ଜଣ କର୍ମଚାରୀ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀଙ୍କ ବିରୋଧରେ ଷଡଯନ୍ତ୍ର ,ବଦନାମ ଓ ମାନସିକ ନିର୍ଯାତନା ଦେବାପାଇଁ କିଛି ହାତଗଣତି ଚାଷୀଙ୍କୁ ହାତବାରିଷି କରି କପୋଳକଳ୍ପିତ ଅଭିଯୋଗ ତାଙ୍କ ନାମରେ ଆଣିଛନ୍ତି । ଏହାକୁ ନେଇ ସେ ମର୍ମାହତ । ଅଫିସର ସୁସ୍ଥ ଓ କାର୍ଯ୍ୟ ସୁପରିଚାଳନାର ପରିବେଶ କଳୂଷିତ ହେଉଛି । ଏହାକୁ ନେଇ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ପରିସରରେ ଗଣମାଧ୍ୟମ ସମ୍ମୁଖରେ ଜଣାଇଥିଲେ କି ତାଙ୍କ ନାମରେ ଯାହା କିଛି ତଥ୍ୟ ସଂପୂର୍ଣ୍ଣ ମିଥ୍ୟା , ଭିତ୍ତିହୀନ ଓ କପୋଳକଳ୍ପିତ ତେଣୁ ସମସ୍ତ ତଥ୍ୟ ଓ ଦସ୍ତାବିଜ ସହ ସେ ୯ ତାରିଖ ଦିନ କଟକ ଯାଇ ତାଙ୍କ ବିଭାଗସ୍ଥ ଡାଇରେକ୍ଟରଙ୍କୁ ଲିଖିତ ଦାବିପତ୍ର ପ୍ରଦାନ ସହ ପ୍ରକୃତ ତଥ୍ୟ ତଦନ୍ତ କରିବା ପାଇଁ ଅନୁରୋଧ କରିବେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

*BELKONA ASHRAM BIDYALAYA HOSTS SUCCESSFUL PARENT-TEACHER MEET*

masiha

ତେରେସିଂହାରେ ମାଁ ଗଜଲକ୍ଷ୍ମୀ ମହୋତ୍ସବ: ଯୋଗଦେଲେ ନର୍ଲା ବିଧାୟିକା ମନୋରମା ମହାନ୍ତି

Sunil Chandra Nayak

ପଦ୍ମପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!