ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ନଳିନୀ ପ୍ରଭା ମିଶ୍ର ଙ୍କ କବିତା = ସ୍ନାନ ମଣ୍ଡପ ରେ ଚତୁର୍ଦ୍ଧାମୂର୍ତ୍ତି

ସ୍ନାନ ମଣ୍ଡପ ରେ ଚତୁର୍ଦ୍ଧାମୂର୍ତ୍ତି

ନଳିନୀ ପ୍ରଭା ମିଶ୍ର

ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି
 ‌ କରିବେ ସ୍ନାନ ଜଳରେ
ଶହେ ଆଠ ଗରା ପାଣି ଢାଳି
  ଦେବେ ସେବକ ଭାବ ଭୋଳରେ।
ଗ୍ରୀଷମ ତାପିତ ଶରୀର ଶୀତଳ
  ଚନ୍ଦନ କସ୍ତୁରି ଗୋଳି
ମୁଦିରସ୍ତ ସୁନା କୂଅ ଜଳ ନେଇ
  ଦେବେ ଭକ୍ତିରେ ଢାଳି।
ଜଗା ଙ୍କ ନିମନ୍ତେ ୩୫ କୁମ୍ଭ
  ବଳଭଦ୍ର ଙ୍କ ତେତିଶି
ସୁଭଦ୍ରା ନିମନ୍ତେ ୨୭ କୁମ୍ଭ
  ସାଇତା ହୋଇଛି ଆସି।
ସୁଦର୍ଶନ ଙ୍କର ଅଠରଟି କୁମ୍ଭ
  ଜଳ ସ୍ନାନ ର ବିଧାନ
ବରଷକେ ଥରେ ସ୍ନାନ ମଣ୍ଡପରେ
  ଚତୁର୍ଦ୍ଧା ବିଗ୍ରହ ଅବଗାହନ।
ସ୍ନାନ ମଣ୍ଡପ ରେ ଚତୁର୍ଦ୍ଧାମୂର୍ତ୍ତି
 ‌ ଦିଶୁଥାନ୍ତି କେଡେ ତୋରା
ସରଗ ମଣ୍ଡଳୁ ବ୍ରହ୍ମା କମଣ୍ଡଳୁ
  ବର୍ଷ ଇ ବାରିଧାରା।
ଗରାବଢୁ ମାନେ ଥାନ୍ତି ନିୟୋଜିତ
  ସ୍ନାନ ଜଳ କୁମ୍ଭ ପାଇଁ 
ଘଣ୍ଟା ,କାହାଳୀ ର ବାଦ୍ୟ ବାଜଣାରେ
 ଚ ଉଦିଗ ଉଛୁଳ ଇ।
ସ୍ଥାନ ବେଦୀପରେ ଗଜ ପତି
  ରାଜା କରନ୍ତି ଛେରାପହଁରା
ଜଗନ୍ନାଥ ଙ୍କର ଏ ମହା ସଂସ୍କୃତି
  ଗତନୁଗତିକ ଧାରା।
ପହଣ୍ଡି ବିଜେର ମହିମା ସ୍ଵତନ୍ତ୍ର
  ପ୍ରଭୁଙ୍କର ଜନ୍ମ ଦିନ
ମହା ଆଡମ୍ବରେ ଭକ୍ତି ସହକାରେ
  ସ୍ନାନ ପୂର୍ଣ୍ଣିମା ହୁଏ ପାଳନ।
ଜ୍ବର ରେ ଆକ୍ରାନ୍ତ ହେବେ ମହାପ୍ରଭୁ
  ପନ୍ଦର ଦିନ ପର୍ଯ୍ୟନ୍ତ
ଅଣସର ଗୃହେ ସ୍ଵତନ୍ତ୍ର ନୀତିରେ
  ହେବ ବିଧି ସମାହିତ।
ଭାଇ , ଭଗ୍ନୀ ସହ କାଳିଆ ଠାକୁର
  ସ୍ନାନ ପୂର୍ଣ୍ଣିମା ଦିବସ
ମାନବୀୟ ଲୀଳା ପ୍ରଦର୍ଶନ କରି
  ପ୍ରଦର୍ଶନ ଉଦାହରଣ ବିଶେଷ।
ହେ! କଳା ଠାକୁର ଧନ୍ୟ! ତୁମ
  ଲୀଳା କେ କରି ପାରେ ବର୍ଣ୍ଣନ
ମୂରୁଖ ପଣରେ କରୁଛି ଗୁହାରି
   ଘେନ ମୋର ନିବେଦନ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ କବିତା = ମନ

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା // ଖୁସି ସଭିଙ୍କୁ ବାଣ୍ଟିବା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା = “ଲୌହ ଦାନବର, ରକ୍ତ ଭୋଜି “

Leave a Comment

error: Content is protected !!