ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ପୋଲିସ୍ ଲାଇନ୍ କ୍ଳଷ୍ଟରର ଏଫ୍. ଏଲ୍. ଏନ୍. ଜନଭାଗୀଦାରୀ ସଚେତନତା କାର୍ଯ୍ୟକ୍ରମ -୨୦୨୩ ଅନୁଷ୍ଠିତ

ଢେଙ୍କାନାଳ : ୦୯/୦୬ ( ମ ସୀ ହା ) ଆଜି ସ୍ଥାନୀୟ ଜର୍ଜ ଉ.ପ୍ରା. ବିଦ୍ୟାଳୟ ପରିସରରେ ସକାଳ ଘ.୦୬.୩୦ ମିନିଟ୍ ରୁ ୦୯ ଘଟିକା ମଧ୍ୟରେ ପୋଲିସ୍ ଲାଇନ୍ କ୍ଳଷ୍ଟରର ଏଫ୍. ଏଲ୍. ଏନ୍. ଜନଭାଗୀଦାରୀ କାର୍ଯ୍ୟକ୍ରମ -୨୦୨୩ ସରକାରଙ୍କ ପ୍ରଦତ୍ତ ନିର୍ଦ୍ଦେଶାନାମା ଅନୁସାରେ ଆୟୋଜିତ ହୋଇଯାଇଛି।ଏହି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଶିକ୍ଷକ- ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଅଧ୍ୟାପିକା ହରପ୍ରିୟା ପୃଷ୍ଟି ମୁଖ୍ୟଅତିଥି ଭାବରେ, ସ୍ଵାଗତିକା ସ୍ଵାଇଁ ଓ ସ୍ନେହଲତା ରାଜ, ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଏହି ଏଫ୍. ଏଲ୍. ଏନ୍. ଜନଭାଗୀଦାରୀ କାର୍ଯ୍ୟକ୍ରମ -୨୦୨୩ ର ଆଭିମୁଖ୍ୟ, ମୌଳିକ ସାକ୍ଷରତା ଓ ସଂଖ୍ଯାଜ୍ଞାନ ଦକ୍ଷତା ହାସଲରେ ମାତା, ପିତା,ଅଭିଭାବିକା, ଅଭିଭାବକ ,ଶିକ୍ଷୟିତ୍ରୀ, ଶିକ୍ଷକ ମାନଙ୍କର ଭୂମିକା, ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ।ତେଣୁ, ଜାତୀୟ ଶିକ୍ଷାନୀତି ୨୦୨୦ ରେ ଏହାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହାଦ୍ୱାରା ୨୦୨୬-୨୭ ସୁଦ୍ଧା ତୃତୀୟ ଶ୍ରେଣୀ ଶେଷ କରିଥିବା ସବୁ ପିଲାମାନେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ସମସ୍ତ କୌଶଳ ଗୁଡ଼ିକୁ ହାସଲ କରିପାରିବେ ବୋଲି ମଞ୍ଚାସୀନ ଅତିଥିବୃନ୍ଦ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଏଥିରେ ଢେଙ୍କାନାଳ ପୋଲିସ୍ ଲାଇନ୍ କ୍ଳଷ୍ଟର ଅନ୍ତର୍ଗତ ୦୯ ଗୋଟି ବିଦ୍ୟାଳୟରୁ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ,ଅଞ୍ଚଳର ଜନପ୍ରତିନିଧି ତଥା ନେତୃମଣ୍ଡଳୀ,ଯୁବ -ପ୍ରତିନିଧି, ଆଂଚଳିକ ଖ୍ୟାତନାମା ଶିକ୍ଷାବିତ୍, ଏଫ୍.ଏଲ୍ .ଏନ୍. ଶିକ୍ଷୟିତ୍ରୀ, ଶିକ୍ଷକ, ମାତା, ପିତା,ଅଭିଭାବିକା, ଅଭିଭାବକ ,ଛାତ୍ରୀଛାତ୍ରମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଏଫ୍.ଏଲ୍ .ଏନ୍. ସମ୍ପର୍କରେ ଶପଥପାଠ, ପ୍ଲାକାର୍ଡ଼ ଧରି ସ୍ଲୋଗାନ ମାନ ଦେଇ,ଲିଫଲେଟ୍ ବଣ୍ଟନ ଓ ଗୃହ ଭିତରେ ବାହାରେ ଶାରୀରିକ କ୍ରିୟା -କଳାପ ,ଗଳ୍ପକଥନ ,ଗଣିତ ଓ ଶବ୍ଦଖେଳ, ବିଭିନ୍ନ ଶିକ୍ଷଣ ଭିତ୍ତିକ କାର୍ଯ୍ୟକ୍ରମ ଭଳି ଆହୁରି ଅନେକ ଶିକ୍ଷଣୀୟ ଜନସଚେତନତା ମୂଳକ କାର୍ଯ୍ୟକ୍ରମରେ ସକ୍ରିୟ ତଥା ସଫଳ ଅଂଶଗ୍ରହଣ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ନାୟକ, ପଙ୍କଜିନୀ କର, ସବିତା ଦ୍ଵିବେଦୀ ଓ ସି. ଆର୍. ସି.ସି. ଝସକେତନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବିଶିଷ୍ଟ ମହିଳା ସମାଜସେବୀ ଗାନ୍ଧୀ ବାଦୀ ତଥା ସର୍ବୋଦୟ ଜିଲ୍ଲା ସଭାପତି ଓ ସ୍ଵାଧୀନତା ସଂଗ୍ରାମୀ ରବି ମାଝୀ ଙ୍କ ପୁତ୍ରବଧୂ ଶ୍ରୀମତୀ ନୟନା ମାଝୀ ଙ୍କ ଦେହ ଅସୁସ୍ଥ:ଭେଟିଲେ କଂଗ୍ରେସ ଜିଲ୍ଲା ସଭାପତି ଓ ମହିଳା ସାମାଜ ସେବୀ 

masiha

ମନରେଗା ଯୋଜନା ର ଶ୍ରମିକ ପାରିଶ୍ରମିକ ପାଇବାରେ ବିଳମ୍ବ

masiha

ଭଙ୍ଗା ଘରେ ମୁଣ୍ତ ଗୁଞ୍ଜୁଛନ୍ତି ଅସହାୟ ଅଜିତଙ୍କ ପରିବାର

Sunil Chandra Nayak

Leave a Comment

error: Content is protected !!