ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀଲମ ଫାଉଣ୍ଡେସନର ବିଶ୍ବଶାନ୍ତି ମହାଯଜ୍ଞ

ରାଉରକେଲା/ ରାଉରକେଲା ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନ ତରଫରୁ କଟକ ସ୍ଥିତ ଗଡଚଣ୍ଡୀ ପୀଠରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ତଥା ଆହତ ଙ୍କ ଆରୋଗ୍ଯ କାମନା କରାଯାଇ ବିଶ୍ବ ଶାନ୍ତି ଯଜ୍ଞ ଆୟୋଜନ କରାଯାଇଥିଲା । ଏହି ଯଜ୍ଞରେ ଦଶ ମହାବିଦ୍ୟା ପୂଜା, ନବଗ୍ରହ, ବାସ୍ତୁ ଶାନ୍ତି, ହୋମ, ଚଣ୍ଡିପାଠ ଆଦି କରାଯାଇ ଏକହଜାର ଆହୁତୀ ଦିଆଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷା ପ୍ରତିମା ସାହୁ ମୁଖ୍ୟ କର୍ତ୍ତା ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମନ୍ଦିରର ମୁଖ୍ୟ ପଣ୍ଡିତ ଜଗନ୍ନାଥ ଶର୍ମା,ପରାମର୍ଶ ଦତ୍ତ, ବିଷ୍ଣୁ ପ୍ରସାଦ ଗୁରୁ, ଦେବେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ପୂଜାପାଠ ଯଜ୍ଞରେ ସହାୟତା କରିଥିଲେ । ପରେ ଶ୍ରୀମତୀ ସାହୁ ଏସସିବି ମେଡିକାଲ କଲେଜ କୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟି ଫଳ ଓ ଓଆରଏସ ବଣ୍ଟନ କରିବା ସହ ସେମାନଙ୍କ ଭଲମନ୍ଦ କଥା ବୁଝିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପ୍ରଶାସନ ପହଞ୍ଚିବ ଲୋକଙ୍କ ପାଖରେ

Sunil Chandra Nayak

ରାଇରଙ୍ଗପୁର ତହସିଲ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବେଲ ସର୍ବତ ବଣ୍ଟନ 

masiha

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ,ବେହେରା ପଞ୍ଚାୟତ କଳାହାଣ୍ଡି ର ଶ୍ରେଷ୍ଠ ପଞ୍ଚାୟତ ଭାବରେ ପୁରସ୍କୃତ

masiha

Leave a Comment

error: Content is protected !!