ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଳମ୍ବିତ ରାତିରେ ଯୁବ ବିଜେଡି ନେତାଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କାହ୍ନl ବିଜେଡି ନେତା ସହ ବିଭିନ୍ନ ପ୍ରକାରର ଠିକାଦାରି ମଧ୍ୟ କରିଥାନ୍ତି

ପୂର୍ବରୁ ମଧ୍ୟ ୨ଥର ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହାସହ ୨୦୨୨ ଅକ୍‌ଟୋବର ୧୦ ତାରିଖରେ ଘର ଓ ଗାଡି ଉପରକୁ ବୋମା ମାଡ଼ ହୋଇଥିଲା। ୨୦୨୨ ଡିସେମ୍ବର ୨୮ରେ ତାଙ୍କୁ ଅପହରଣ ନେଇ ଉଦ୍ୟମ କରାଯାଇଥିଲା। ହେଲେ ସେ ଖସି ପଳାଇଥିଲେ। ଗତକାଲି ପୁଣି ଥରେ ତାଙ୍କ ଉପରେ ଗୁଳି ମାଡ଼ ହୋଇଛି। କିଏ ଓ କାହିଁକି ବାରମ୍ବାର ଆକ୍ରମଣ କରୁଛନ୍ତି କାରଣ ଅସ୍ପଷ୍ଟ ରହିଛି। କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଖୋକା ଜବତ କରିବା ସହ ତଦନ୍ତ ଜାରି ରଖିଛି।

ନେତାଙ୍କୁ ଗୁଳିମାଡ଼। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ଚରଣ ସାହୁଙ୍କୁ ଗୁଳିମାଡ଼। କାହ୍ନୁ ଚରଣ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ନିଜ ଘର ଆଗରେ ଛିଡା ହୋଇଥିବାବେଳେ ଦୁର୍ବୁତ୍ତମାନେ ଗୁଳି ମାଡ କରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ କାହ୍ନୁ ଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଢେଙ୍କାନାଳ ରୁ ତାପସଦାସ ଙ୍କ ରିପୋର୍ଟ

Related posts

ଚୋରୀ ଅଭିଯୋଗରେ ୩ ଯୁବକ ଗିରଫ 

masiha

ଜୁନାଗଡ:ଜୈନିକା ଯୁବତୀକୁ ଗଣ ଦୁଷ୍କର୍ମ ଘଟଣାରେ ଆଉ ତିନି ଗିରଫ

masiha

ବିଂଝାରପୁର ରେ ଡ୍ରଗସ ପାଇଁ ଅସୁରକ୍ଷିତ ରାଜରାସ୍ତା, ପୋଲିସ୍ କାର୍ଯ୍ୟାନୁଷ୍ଠାନ ଦାବି 

masiha

Leave a Comment

error: Content is protected !!