ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆସୁଛନ୍ତି ନଡ୍ଡା

ଭବାନୀପାଟଣା,୧୯ l୬:ଆସନ୍ତା ୨୨ ତାରିଖରେ କଳାହାଣ୍ଡି ଆସୁଛନ୍ତି ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା l ଏନେଇ ଭାଜପା କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଠାରେ ବ୍ୟାପକ ଆୟୋଜନ ଆରମ୍ଭ ହୋଇଯାଇଛି l ଏଠାରେ ହେବାକୁଥିବା ମହା ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେବେ ନଡ୍ଡା l ଏହି କାର୍ଯ୍ୟକ୍ରମରେ ମୋଦୀ ସରକାରଙ୍କ ୯ ବର୍ଷ ର ସଫଳତାର ବାର୍ତ୍ତା ଜଣାଇବା ସହିତ ମୋଦୀ ଙ୍କ ସୁଶାସନ, ଜନହିତକର କାର୍ଯ୍ୟାର ଦେବେ ହିସାବ, ଏହା ସହ ଦଳୀୟ କର୍ମୀ ଓ ନେତାଙ୍କ ସହ ଆସନ୍ତା ସାଧାରଣ ନିର୍ବାଚନ ସମ୍ପର୍କରେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି lନଡ୍ଡା ଙ୍କ ଗସ୍ତ ପୂର୍ବରୁ ଭାଜପା ରାଜ୍ୟ ପ୍ରଭାରୀ ଡ଼ି ପୁରୁନ୍ଦେଶ୍ୱରୀ କଳାହାଣ୍ଡି ଗସ୍ତ କରି ଜିଲ୍ଲା ଭାଜପା ନେତା ଓ କର୍ମୀଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି lଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ କଳାହାଣ୍ଡି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଦଳୀୟ କର୍ମୀ ମହଲରେ ବେଶ ଚର୍ଚ୍ଚା ଚାଲିଛି lଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡ଼ି ପୁରେନ୍ଦେଶ୍ୱରୀ, ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ବିଜେପି ପକ୍ଷରୁ ଆଜି ଅନୁଷ୍ଠିତ ସାମ୍ବାଦିକ ସଂ୍ମିଳନୀ ରେ ସୂଚନା ଦିଆଯାଇଛି  ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଅନିଲ ହେଲେ ଜିଲ୍ଲା ଯୁବ କଂଗ୍ରେସର ଉପସଭାପତି

Sunil Chandra Nayak

ରାଜ୍ୟସଭା ନିର୍ବାଚନ ୨୦୨୬ରେ ଦ୍ୱିତୀୟ ବାଲାଟ୍ ପେପର ଜାରି ପ୍ରସଙ୍ଗ , ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ

ବିଜେଡି ଯୁବଛାତ୍ର ସମାବେଶ

Sunil Chandra Nayak

Leave a Comment

error: Content is protected !!